ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ପତ୍ନୀ ପ୍ରତିବାଦ କରିବାରୁ ରୋଗୀଣା ସ୍ୱାମୀ ସହ ସ୍ତ୍ରୀ ଓ ଜଣେ ଦୃଷ୍ଟିବାଧିତ ଝିଅକୁ ଗାଁକୁ ପଠାଇ ଦେଇଥିଲା । ଏଣେ ଗାଁରେ ପହଞ୍ଚିବାର କିଛିଦିନ ପରେ ପ୍ରାଣ ହରାଇଛନ୍ତି ଅସୁସ୍ଥ କାହ୍ନୁ ମଲ୍ଲିକ । ତେଣେ ୧୧ ବର୍ଷର ନାବାଳିକା ଝିଅକୁ ଅଟକ ରଖିଛି ସର୍ଦ୍ଦାର ।
‘ମୋ ବସ୍’ ଦୁର୍ଘଟଣାକୁ ନେଇ ଲୋକେ ତାତିବା ସହ ‘ମୋ ବସ୍’କୁ ଭଙ୍ଗା ରୁଜା କରିଛନ୍ତି । ଏ ନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ଇନ୍ଫୋସିଟି ପୋଲିସ ପହଞ୍ଚିଛି ।
ଜଗନ୍ନାଥ ସତରେ ଜଣେ ଆଶ୍ଚର୍ଯ୍ୟ । ସତେ ଯେମିତି ତାଙ୍କ ରକ୍ତରେ କର୍କଟ ନୁହେଁ, ଫୁର୍ତ୍ତି ଧାଉଁଛି । ଶିମିଳିପାଳ ଅଭୟାରଣ୍ୟର ଚ୍ୟାଲେଞ୍ଜପୂର୍ଣ୍ଣ ଡ୍ୟୁଟି ଭିତରେ ବି କ୍ୟାନସର ଡରକୁ ହରାଇଛନ୍ତି ପୋଡ଼ାଡିହା ରେଞ୍ଜର ଜଗନ୍ନାଥ ପରିଡ଼ା ।
୨୦୧୯ ମସିହାର କଥା। ସଂପୃକ୍ତ ମହିଳା ସବ ଇନିସପେକ୍ଟରଙ୍କ ଅଭିଯୋଗ ଥିଲା, ଥାନାବାବୁ ରମେଶ ପ୍ରଧାନ ନିଜ ସରକାରୀ କ୍ବାର୍ଟର୍ସରେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ଏ ସଂପର୍କରେ ୨୦୧୯ ନଭେମ୍ବର ୯ ତାରିଖରେ ଗଞ୍ଜାମ ପାଟପୁର ଥାନାରେ ଏକ ଅଭିଯୋଗ କରିଥିଲେ ।
ସମ୍ବଲପୁର ସମାବେଶରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟି ପରେ ଆସନ୍ତା ନିର୍ବାଚନରେ ଏହାର କେତେ ପ୍ରଭାବ ପଡ଼ିବ ତାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କ କଷା।
ଦୌଡ଼ିଲା ରାଜଧାନୀ। ଦୌଡ଼ିଲେ ସେଲିବ୍ରିଟି, ସିନେ ଷ୍ଟାର, ଯୁବ ଗୋଷ୍ଠୀ ଓ ଛାତ୍ରଛାତ୍ରୀ। ସାମାଜ ପାଇଁ ଥିଲା ମାରାତ୍ମକ କର୍କଟଠୁ ଦୂରେଇବାର ବଡ଼ ସଚେତନତା ବାର୍ତ୍ତା। ତ ଓଟିଭିର ଥିମ୍ ଥିଲା ଜୀବନ ଆଡକୁ ଦୌଡ଼....
ଯେ କୌଣସି ବ୍ୟକ୍ତି ଏହି ୱେବସାଇଟ୍ ମାଧ୍ୟମରେ ଟିକେଟ୍ ପାଇଁ ଆବେଦନ କରିପାରିବେ। ଉଭୟ ଇଂରାଜୀ ଓ ଓଡ଼ିଆରେ ଏହି ଫର୍ମ ଉପଲବ୍ଧ।
ବିଧାନସଭାରୁ ଆରମ୍ଭ କରି ଲୋୟର ପିଏମଜି, ରବୀନ୍ଦ୍ର ମଣ୍ଡପ ଛକ ଓ ତା’ର ନିକଟବର୍ତ୍ତୀ ରାସ୍ତାରେ ସିସିଟିଭି ଲଗାଯାଇଛି । ସନ୍ଦିଗ୍ଧଙ୍କ ସହ ଆନ୍ଦୋଳନକାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବ ।
ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ କ୍ରାଇମବ୍ରାଞ୍ଚରେ ଏକ ମାମଲା ରୁଜୁ ହୋଇଛି । ଜଣେ ମହିଳା ଡିଏସପି ମାମଲାର ତଦନ୍ତ କରୁଥିବା ପୋଲିସ ଡିଜି ଅରୁଣ ଷଡଙ୍ଗୀ ସୂଚନା ଦେଇଛନ୍ତି ।
ଗତକାଲି ସମ୍ବଲପୁର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦ୍ମ ପୁରସ୍କାର ବିଜେତଙ୍କୁ ଭେଟିଥିଲେ।
ବାସନ୍ତୀଙ୍କ ପେଟ ଓ ହାତରେ ଗୁରୁତର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ପଡ଼ୋଶୀମାନ ତାଙ୍କୁ ଡାକ୍ତରଖାନା ନେଇଥିଲେ।
ପରୀକ୍ଷା ପାଖେଇ ଆସୁଥିଲେ ମଧ୍ୟ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଯିବାକୁ ବାଧ୍ୟ କରାଯାଉଥିବା BNMA କଲେଜରେ ଛାତ୍ରୀ ଅଭିଯୋଗ କରିଛନ୍ତି ।
ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ବୈଜୟନ୍ତ କହିଛନ୍ତି, ୫୦୦ ବର୍ଷର ତ୍ୟାଗ ଓ ଆନ୍ଦୋଳନ ଯୋଗୁଁ ଅଯୋଧ୍ୟାରେ ରାମ ମନ୍ଦିର ହୋଇ ପାରିଛି। ସାରା ଦେଶରେ ଏହାକୁ ସ୍ୱାଗତ କରାଗଲା।
ଜଣେ ମାଓବାଦୀର ମୃତ୍ୟୁ ପରେ ବି ସେହି ଅଞ୍ଚଳରେ କମ୍ବିଂ ଅପରେସନ୍ ଜାରି ରହିଛି। ତେବେ ମାଓବାଦୀ ଓ ପୋଲିସ୍ ଗୁଳି ବିନିମୟରେ ଜଣେ DVF ଯବାନ ମଧ୍ୟ ଆହତ ହୋଇଛନ୍ତି।
ଆଳି ଥାନାରେ ଏନେଇ ଏତଲା ହେବା ପରେ ପୋଲିସ ମାମଲା ରୁଜୁ କରିବା ସହିତ ବ୍ୟାଙ୍କ ପିଅନ ସତ୍ୟାନନ୍ଦ ଘଡାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଆଠମଲ୍ଲିକ ଉପଖଣ୍ଡରେ ଜନ୍ତୁ ଶିକାର ଘଟଣା ବଢ଼ିବାରେ ଲାଗିଛି। କିଛି ଶିକାରୀ ଫାଶ ବସାଇ ନିୟମିତ ଜନ୍ତୁ ଶିକାର କରୁଥିବା ଅଭିଯୋଗ ହୋଇଛି ।
ଝରିଗାଁ ବ୍ଲକ କର୍ମରୀ ଗାଁର ମନୋହର ପ୍ରଧାନୀ । ନିଜେ ବଞ୍ଚିବା ସହ ଅନ୍ୟକୁ ବଞ୍ଚିବାର ବାଟ ଦେଖାଇଛନ୍ତି ।
ଭଦ୍ରକ ବାସୁଦେବପୁରର ଗୟାଧର ସାହୁ । ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନିଛି କର୍କଟ ରୋଗ ।
ବହୁ ସଂଖ୍ୟାରେ ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ ।
୨୦୨୩- ୨୪ ପାଇଁ ଥିମ୍ ରହିଛି ‘କ୍ଲୋଜ୍ ଦି କେୟାର ଗ୍ୟାପ୍’ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବଡ଼ଭାଇର ବିବାହ ଭୋଜି ସାରି ସାନଭାଇ କାରରେ ବାଙ୍କି ଖଜୁରିପଦା ଗାଁରୁ ଫେରିବାବେଳେ ଏହି ଦୁର୍ଘଟଣା ଘଟିଛି। ବିବାହିତ ଯୁବକଙ୍କ ସାନଭାଇ ତପନ ରାଉତ, ତପନଙ୍କ ସାଙ୍ଗ, ସଂପର୍କିୟ ଭାଇ ଏବଂ ପିଉସାଙ୍କ ମୃତ୍ୟୁ ହୋଇଛି।
ଓଡ଼ିଶାରେ ଗରିବଙ୍କୁ ସଶକ୍ତୀକରଣ, ସବୁ କଚ୍ଚା ଘର ପକ୍କା ହେବ, କୃଷକଙ୍କ ଆୟ ବଢିବ। ସମ୍ବଲପୁର ଗ୍ୟାରେଣ୍ଟି ସମାବେଶ ମଞ୍ଚରୁ ଓଡ଼ିଶାବାସୀଙ୍କୁ ଏହି ଗ୍ୟାରେଣ୍ଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଓଡ଼ିଶାର ବିକାଶ ଯାତ୍ରା ପାଇଁ ଆଜି ଏକ ମହତ୍ତ୍ୱପୂର୍ଣ୍ଣ ଦିନ । ୭୦ ହଜାର କୋଟିର ପ୍ରକଳ୍ପ ପାଇଁ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା । ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ମହତ୍ତ୍ବପୂର୍ଣ୍ଣ ସ୍ଥାନକୁ ନେବାକୁ ପ୍ରୟାସ ଚଳାଇଛୁ ।