• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଓଡ଼ିଶା ଗସ୍ତରେ ଆସି ଉଭୟ ବିଜେଡି ଓ ବିଜେପି ଉପରେ ବର୍ଷଛନ୍ତି AICC ସଭାପତି ମଲ୍ଲିକାର୍ଜୁନ ଖଡଗେ । ଓଡ଼ିଶାରେ ବିଜେଡି ୨୪ ବର୍ଷ ଶାସନ କଲେ ମଧ୍ୟ ଏଠାକାର ଲୋକଙ୍କ କିଛି ବି ବିକାଶ ହୋଇନି । ରାଜ୍ୟରେ ବେରୋଜଗାରୀ ଚରମ ସୀମାରେ ପହଞ୍ଚିଲାଣି । କାମ ମିଳୁ ନ ଥିବାରୁ ଏଠାକାର ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ପଡୁଛି । କାହିଁକି ଓଡ଼ିଶାରେ ଦାଦନ ଓ ମହଙ୍ଗା ମାଡ଼ ହେଉଛି ବୋଲି ଖଡଗେ ପ୍ରଶ୍ନ କରିଛନ୍ତି ।

ସେ ଆହୁରି କହିଛନ୍ତି, ‘ଓଡ଼ିଶାରେ ସବୁ କିଛି ଅଛି । ୨୪ ବର୍ଷ ଧରି ଜଣେ ସରକାରରେ ରହିବି ଲୋକଙ୍କ କଥା ଚିନ୍ତା କରୁନାହାନ୍ତି ।ବିଜେପି ତାଠୁ ଅଧିକ ବି ଦାଇ । ମୁଖ୍ୟମନ୍ତ୍ରୀ ଓ ବିଜେପି ମିଶି ଓଡ଼ିଶାକୁ ବର୍ବାଦ କରିଛନ୍ତି । ଆମେ ସମ୍ବିଧାନକୁ ବଞ୍ଚାଇବା ଓ ଦେଶକୁ ଏକଠି ରଖିବାର ଲଢେଇରେ ଲଢ଼ୁଛୁ । ଖଣି ଖାଦାନ ଏଠୁ ଲୁଟ ହେଉଛି । ୪୦୦ ପାର କଥା ବିଜେପି କହୁଛି କିନ୍ତୁ ତୁମେ ଆଣିବ କେଉଁଠୁ ? ମୋଦି ଗ୍ୟାରେଣ୍ଟି କିଛି କାମ ଦେବନି । ଲୋକେ ମନ ପରିବର୍ତ୍ତନ କଲେଣି, ଏବେ କଂଗ୍ରେସକୁ ସରକାରକୁ ଆଣିବେ । ଗଠବନ୍ଧନ ସରକାରକୁ ଆସିଲେ ଦେଇଥିବା ଇସ୍ତାହାର କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ: ‘ମୋଦି ଚାଉଳରେ ନିଜ ଫଟୋ ଲଗାଇ ଛାଡ଼ୁଛନ୍ତି ନବୀନ’

ତେବେ ଖଡଗେଙ୍କ ଏଭଳି ଶାଣିତ ଆକ୍ରମଣ ନେଇ ମତ ରଖିଛି ବିଜେପି । ସାରା ଦେଶରେ ଏବେ ମୋଦି ହାୱା, ମୋଦିଙ୍କ ଗ୍ୟାରେଣ୍ଟିକୁ ଦେଶବାସୀ ବିଶ୍ୱାସ କଲେଣି, ଏଣୁ କଂଗ୍ରେସ ଏ ନେଇ ହତୋତ୍ସାହିତ ହୋଇପଡ଼ିଛି ବୋଲି କହିଛନ୍ତି ବରଗଡ଼ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ। ସେପଟେ ଏ ନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିନି ।

ସେପଟେ ଅଆଜି ଭୁବନେଶ୍ୱରରେ ରୋଡ୍‌ ସୋ’ କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏହି ଅବସରରେ ନଡ୍ଡା ଓଟିଭିକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାରରେ କହିଛନ୍ତି, ‘ଆଉ କିଛି ଦିନର କଥା । ପରେ ସରକାରୀ ବାବୁଙ୍କ ସବୁ ହିସାବ କିତାବ ନିଆଯିବ। ବିଜେଡି ହାତରୁ ଗାଡ଼ି ପଳାଇଛି, ବିଜେଡି ବସ୍‌ ମିସ୍‌ କରିଛି । ଏକତରଫା ନିର୍ବାଚନ ଜିତିବୁ, ଡବଲ ଇଞ୍ଜିନ ସରକାର ହେବ । ଓଡ଼ିଶାବାସୀ ନବୀନଙ୍କୁ ବିଶ୍ରାମ ଦେବାକୁ ଚାହୁଁଛନ୍ତି । ସକ୍ରିୟ, ସୁସ୍ଥ, ଅସ୍ମିତା ଓ ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀ ଚାହାନ୍ତି ଲୋକେ । ନିର୍ବାଚନରେ ହିଂସା ହେବାକଥା ନୁହେଁ, ଗଣତାନ୍ତ୍ରିକ ପ୍ରକ୍ରିୟାରେ ମତଦାନ ହେଉ’ ବୋଲି କହିଥିଲେ ନଡ୍ଡା । ସେହିପରି ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଘଟଣାକୁ ମଧ୍ୟ ନିନ୍ଦା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ଅଧିକ ପଢ଼ନ୍ତୁ: ଖଣି ଦୁର୍ନୀତି ଅଭିଯୁକ୍ତଙ୍କୁ ରାଜ୍ୟ ସରକାର ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି: କେନ୍ଦ୍ର ଇସ୍ପାତମନ୍ତ୍ରୀ

OTV is now on Whatsapp

Join and get latest news update delivered to you via whatsapp

Join Now