Advertisment

ବାରିପଦା ସହରରେ ବୁଲୁଛି ବାଘ, ଲୋକେ ଭୟଭୀତ

ଖାଦ୍ୟ ଅନ୍ୱେଷଣରେ ଶିମିଳିପାଳ ଅଭୟାରଣ୍ୟରୁ ବାଘଟି ସହର ଭିତରକୁ ପଶି ଆସିଥିବା କୁହାଯାଉଛି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Tiger Fear Grips Baripada

Tiger

ବାରିପଦା ସହରରେ ବୁଲୁଛି ବାଘ । ବନ ବିଭାଗ ହାତରୁ ଖସିଯାଇଥିବା ବାଘ ବାରିପଦା ସହର ମୁହାଁ ହୋଇଛି। ଖାଦ୍ୟ ଅନ୍ୱେଷଣରେ ଶିମିଳିପାଳ ଅଭୟାରଣ୍ୟରୁ ବାଘଟି ସହର ଭିତରକୁ ପଶି ଆସିଥିବା କୁହାଯାଉଛି। ତେବେ ସହରରେ ବାଘ ଖବର ଶୁଣି ଲୋକେ ଆତଙ୍କିତ ହୋଇଯାଇଛନ୍ତି ।

Advertisment

ଆଜି ସକାଳ ୬ଟା ସମୟରେ ବାରିପଦା ସହର ଭଞ୍ଜପୁର ସ୍ଥିତ ବାଘ ଘର ଗଳି ବୁଢ଼ୀଖମାରିଆ ପ୍ରାଥମିକ ବିଦ୍ୟାଳୟ ନିକଟରେ କୁକୁର ଭୁକିଥିଲେ । ଏହି ସମୟରେ ଏକ ୫ ଫୁଟ ଲମ୍ବର କଲରା ପତରିଆ ବାଘ ପାଚେରୀ ଡେଇଁ ସ୍କୁଲ ପରିସରରେ ପଶି ଯାଇଥିବା ଦେଖିବାକୁ ମିଳିଥିଲା । ବନ ବିଭାଗକୁ ସ୍ଥାନୀୟ ଲୋକେ ଖବର ଦେବା ପରେ ବନ କର୍ମଚାରୀ ବାଘକୁ ଖୋଜାଖୋଜି ଆରମ୍ଭ କରିଛନ୍ତି।

ଅଧିକ ପଢ଼ନ୍ତୁ: ବାରିପଦା ସହରରେ ଦନ୍ତା ଉତ୍ପାତ, ଗୋଡ଼ାଇ ଗୋଡ଼ାଇ କରୁଛି ଆକ୍ରମଣ

ବନ କର୍ମଚାରୀ ପହଞ୍ଚି ବାଘକୁ ଖୋଜାଖୋଜି ଆରମ୍ଭ କରିଛନ୍ତି। ହେଲେ ବାଘର କୌଣସି ପତ୍ତା ମଳିନାହିଁ । ଏହାସହ ରେସ୍କ୍ୟୁ ଟିମ୍‌ ଓ ଟ୍ରାଙ୍କୁଲାଇଜ ଟିମ୍‌ ସହ ଡିଏଫ୍‌ଓ ପହଞ୍ଚିଛନ୍ତି। ତେବେ ଏନେଇ ବାରିପଦା ଡିଏଫଓ ଏ. ଉମା ମହେଶ କହିଛନ୍ତି, ଖବର ପାଇବା ପରେ ବନ ବିଭାଗ ପହଞ୍ଚି ବାଘକୁ ଖୋଜାଖୋଜି କରୁଛନ୍ତି। ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ।

Advertisment

ସୂଚନା ଅନୁସାରେ, ଗତକାଲି ସାମାଖୁଣ୍ଟା ବ୍ଲକ ଜଗନ୍ନାଥପୁରଠାରେ ଏକ କଲରାପତାରିଆ ବାଘ ଦେଖିବାକୁ ମିଳିଥିଲା । ଏହି ବାଘକୁ ଉଦ୍ଧାର କରିବାକୁ ବନବିଭାଗ ବହୁ ଚେଷ୍ଟା କରିବା ପରେ ମଧ୍ୟ ଏହା ଖସି ପଳାଇଥିଲା । ସେହି ବାଘ ଏବେ ସହରମୁହାଁ ହୋଇଛି । ତେବେ ସହରରେ ବାଘ ବୁଲୁଥିବାର ଖବର ଶୁଣି ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି ।

Similipal Tiger Reserve Tiger Spotted
Advertisment
Advertisment