Advertisment

ପ୍ରଚାରରେ କମ୍ପିବ ଓଡ଼ିଶା; ଆସୁଛନ୍ତି ହେମା ମାଳିନୀ, କରିବେ ରୋଡ୍‌ ସୋ'

ଆଜି ଓଡ଼ିଶାରେ ପ୍ରଚାର କରିବେ ବିଜେପି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ । ଆଜି ସେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜ୍ୟର ୩ଟି ସ୍ଥାନରେ କରିବେ ପ୍ରଚାର । ଉତ୍ତର ଭୁବନେଶ୍ବର, କଟକ କିଶନ ନଗରରେ ସଭା କରିବେ। ପରେ ପରେ ପିପିଲିରେ ରୋଡ୍ ସୋ’ କରିବେ ହେମାମାଳିନୀ।

author-image
Sonali Ojha
ଅଦ୍ୟତନ ହୋଇଛି
Hema Malini To Visit Odisha Today For Campaign

Hema Malini

ବିଜେପି ଫୋକସ୍‌ରେ ଓଡ଼ିଶା। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆଉ ଦିନ କେଇଟା ପରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏହାରି ଭିତରେ ବିଜେପିର ହେଭିୱେଟ୍ ନେତା ଓଡ଼ିଶା ଗସ୍ତରେ ଆସୁଛନ୍ତି। ତେବେ ଆଜି ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ଷ୍ଟାର କ୍ୟାମ୍ପେନର ହେମା ମାଳିନୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ପ୍ରମୁଖ।

Advertisment

ଆଜି ଓଡ଼ିଶାରେ ପ୍ରଚାର କରିବେ ବିଜେପି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ । ଆଜି ସେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜ୍ୟର ୩ଟି ସ୍ଥାନରେ କରିବେ ପ୍ରଚାର । ଉତ୍ତର ଭୁବନେଶ୍ବର, କଟକ କିଶନ ନଗରରେ ସଭା କରିବେ। ପରେ ପରେ ପିପିଲିରେ ରୋଡ୍ ସୋ’ କରିବେ ହେମାମାଳିନୀ। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଅଧିକ ପଢ଼ନ୍ତୁ: BJPକୁ ଭୋଟ ଦେଲେ ବୋଲି ମାଡ଼ ଖାଇଲେ-ଗାଁରେ ଜରିମାନା ଦେଲେ !

ପୂର୍ବାହ୍ନ ୧୧ଟାରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ବାହାରି ଭୁବନେଶ୍ୱର ସାଲିଆ ସାହିରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ। ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଭୋଟ୍ ଭିକ୍ଷା କରିବେ। ଏକଘଣ୍ଟାପରେ ସେ ହେଲିକପ୍ଟର ଯୋଗେ କଟକ ପହଞ୍ଚିବେ। ମଧ୍ୟାହ୍ନ ୧ଟା ୧୦ରେ କଟକ କିଶୋର ନଗରରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେଠାରେ ପ୍ରଚାର ସାରିବା ପରେ ପିପିଲି ଯିବେ ଡ୍ରିମଗାର୍ଲ। ଅପରାହ୍ନ ୪ଟାରେ ପିପିଲି ରୋଡ୍ ସୋ ରେ ଯୋଗଦେବେ। ଏହାପରେ ସନ୍ଧ୍ୟା ୫ଟାରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିବେ ହେମାମାଳିନୀ।

Advertisment

ସେହିପରି ଆଜି ପୁଣି ଆସିବେ ଅମିତ ଶାହ। ରାଉରକେଲାରେ ସାଧାରଣ ସଭା କରିବେ। ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ମଧ୍ୟ ଓଡ଼ିଶା ପ୍ରଚାରରେ ଆସିବେ। ସେ ସାନଖେମୁଣ୍ଡି, ଦଶପଲ୍ଲା, ଜି.ଉଦୟଗିରିରେ ପ୍ରଚାର କରିବେ ।କଟକ ଜିଲ୍ଲାରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ସେ ଆଠଗଡ଼ ଓ ନରସିଂହପୁରରେ ପ୍ରଚାର କରିବେ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କବିସୂର୍ଯ୍ୟନଗର, କଣ୍ଟାବାଂଜି , ଲୋଇସିଂହା, ସତ୍ୟବାଦୀ, ପିପିଲି ସମାବେଶରେ ଯୋଗଦେବେ।

ଅଧିକ ପଢ଼ନ୍ତୁ: ପୁଣି ଆଚରଣବିଧି ଉଲଂଘନ! ସରକାରୀ କର୍ମଚାରୀ ବିଜେଡି ପାଇଁ ପ୍ରଚାର କରୁଥିବା ଅଭିଯୋଗ

Amit Shah BJP Odisha Election Hema Malini Odisha Politics General Election 2024
Advertisment
Advertisment