Advertisment

ଧାଡ଼ିରେ ଠିଆ ହୋଇଛନ୍ତି ଭୋଟର୍‌; କାମ ଦେଉନି EVM

ରାଜଧାନୀ ଭୁବନେଶ୍ବର ନୟାପଲ୍ଲୀର ୧୨୨ ନଂ ବୁଥ୍‌ରେ EVM ଅଚଳ ହୋଇଥିବା ବେଳେ ନୀଳାଦ୍ରି ବିହାର ବୁଥ୍ ନଂ ୭୩, ପାତ୍ରପଡ଼ାର ବୁଥ୍ ନଂ ୧୫୯ରେ ଇଭିଏମ୍ ଅଚଳ ହୋଇଯାଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
ECM Is Not Working

ECM Is Not Working

ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ। ଏଥିପାଇଁ ଭୋଟରଙ୍କ ମଧ୍ୟରେ ନାହିଁ ନଥିବା ଖୁସି। ସକାଳୁ ସକାଳୁ ଖରାକୁ ଖାତିର ନକରି ଧାଡିରେ ଠିଆ ହୋଇ ମତଦାନ କରୁଛନ୍ତି। ହେଲେ ଏହାରି ଭିତରେ ବିଭିନ୍ନ ସ୍ଥାନରେ EVM ଅଚଳ ହୋଇଥିବା ଖବର ଆସିଛି। ଯାହା ଫଳରେ ମତଦାନରେ ବିଳମ୍ୱ ହେଉଥିବା ଦେଖିବାକୁ ମିଳିଛି।

Advertisment

ଆଜି ୬ ଲୋକସଭା ଆସନ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ତେବେ କିଛି ସ୍ଥାନରେ EVM ଅଚଳ ହୋଇଯାଇଛି। ଧାଡ଼ିରେ ଥିବା ଭୋଟର ନିରାଶ ହୋଇଛନ୍ତି। କଟକ ବାରବାଟୀର ବୁଥ୍ ନଂ ୨୪ରେ EVM ଅଚଳ ହୋଇଥିବା ଖବର ସାମନାକୁ ଆସିଛି। ସେହିଭଳି କଟକ ବିଡ଼ାନସୀ ବୁଥ୍‌ ନଂ ୬ରେ EVM କାମ କରୁନି।

ରାଜଧାନୀ ଭୁବନେଶ୍ବର ନୟାପଲ୍ଲୀର ୧୨୨ ନଂ ବୁଥ୍‌ରେ EVM ଅଚଳ ହୋଇଥିବା ବେଳେ ନୀଳାଦ୍ରି ବିହାର ବୁଥ୍ ନଂ ୭୩, ପାତ୍ରପଡ଼ାର ବୁଥ୍ ନଂ ୧୫୯ରେ EVM ଅଚଳ ହୋଇଯାଇଛି। ସେହିପରି ବାଙ୍କୀର ୯୬ନଂ ବୁଥ, ହରିରାଜପୁର ବୁଥ୍ ନଂ ୧୪୮ରେ ମଧ୍ୟ ସମାନ ଅବସ୍ଥା।  ଖୋର୍ଦ୍ଧା ପୌରପାଳିକା ୪ନଂ ବୁଥ୍‌ ରେ EVM ଅଚଳ ହୋଇଯାଇଛି।

Advertisment

 Live Updates: ତୃତୀୟ ପର୍ଯ୍ୟାୟ ଭୋଟିଂର ଟିକିନିଖି ଖବର ଜାଣିବାକୁ ଏହି ଲିଙ୍କରେ କ୍ଲିକ କରନ୍ତୁ...

ଦେବଗଡ଼ ପୌରାଞ୍ଚଳ ୮୨ ଓ ୮୩ ନଂ ବୁଥ୍‌, କେନ୍ଦୁଝର ସଦର ୧୩୧ ଓ ୨୨୫ ନଂ ବୁଥ୍‌ରେ EVM ଅଚଳ ହୋଇଯାଇଥିବା ବେଳେ ଚମ୍ପୁଆର ୨୦୬ ଓ ୨୦୭ ନଂ ବୁଥ୍‌ EVM କାମ କରୁନି। ଘଷିପୁରା ବୁଥ୍‌ ନଂ ୮୯ରେ ସେହିପରି ଧାଡିରେ ଅଛନ୍ତି ଭୋଟର। ପୁରୀର ବୁଥ୍‌ ନଂ ୭୭, ୭୮, ୧୬୮, ୮୨, ବ୍ରହ୍ମଗିରି ବୁଥ୍‌ ନଂ ୨୧୧ ଓ ୨୧୨, ସତ୍ୟବାଦୀ ବୁଥ୍‌ ନଂ ୧୯୧ରେ EVM ଅଚଳ ଥିବା ଖବର ସାମନାକୁ ଆସିଛି ।

ତୃତୀୟ ପର୍ଯ୍ୟାୟର ୬ ସଂସଦୀୟ କ୍ଷେତ୍ର ପାଇଁ ରଣାଙ୍ଗନରେ ଅଛନ୍ତି ୬୪ ପ୍ରାର୍ଥୀ । ଏମାନଙ୍କ ମଧ୍ୟରୁ ୫୫ ଜଣ ପୁରୁଷ ଓ ୯ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ସେହିପରି ୪୨ ବିଧାନସଭା ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ୩୮୩ ପ୍ରାର୍ଥୀ । ଏମାନଙ୍କ ମଧ୍ୟରୁ ୩୩୯ ଜଣ ପୁରୁଷ ଏବଂ ୪୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ୬ ସଂସଦୀୟ କ୍ଷେତ୍ରରେ ମୋଟ ୯୪ ଲକ୍ଷ ୪୮ ହଜାର ୫୫୩ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୪୮ ଲକ୍ଷ ୨୯ ହଜାର ୬୬୦ ପୁରୁଷ, ୪୬ ଲକ୍ଷ ୧୭ ହଜାର ୬୦୨ ମହିଳା ଏବଂ ୧ ହଜାର ୨୯୧ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି ।

ଏହି ପର୍ଯ୍ୟାୟରେ ୨ ଲକ୍ଷ ୩୭ ହଜାର ୧୩୧ ଜଣ ପ୍ରଥମ ଭୋଟର ଥିବା ବେଳେ ୧୮ ଲକ୍ଷ ୪୫ ହଜାର ୫୦୩ ଜଣ ଯୁବ ମତଦାତା ଅଛନ୍ତି । ଏହି ପର୍ଯ୍ୟାୟରେ ମୋଟ ୧୦ ହଜାର ୫୫୧ ବୁଥ୍ କରାଯାଇଛି । ଏଥିରୁ ୨୦ ପ୍ରତିଶତ ବୁଥ୍ ସମ୍ବେଦନଶୀଳ ରହିଛି । ୧୫ ଶହ ବୁଥ୍ ସଂପୂର୍ଣ୍ଣ ଭାବେ ମହିଳା କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେଉଥିବା ବେଳେ ୩୦ଟି ବୁଥ୍ ସଂପୂର୍ଣ୍ଣ ଭାବେ ଦିବ୍ୟାଙ୍ଗ କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେଉଛି । ଏହି ପର୍ଯ୍ୟାୟରେ ୨ ହଜାର ମଡେଲ୍ ବୁଥ୍ କରାଯାଇଛି । ନିର୍ବାଚନ ପରିଚାଳନା ଲାଗି ୭୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

EVM General Election 2024
Advertisment
Advertisment