• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ମତଦାନ କେନ୍ଦ୍ରକୁ ମୋବାଇଲ ମନାକୁ ନେଇ ଅସନ୍ତୁଷ୍ଟ ଭୋଟର । ଦୀର୍ଘ ସମୟ ଅପେକ୍ଷା ପରେ ବି ଭୋଟ ନ ଦେଇ ଫେରୁଛନ୍ତି । ମୋବାଇଲ ନ ନେବାକୁ ନିୟମ ଲାଗୁ ହୋଇଥିବା ବେଳେ ଅନେକ ଲୋକ ଏକଥା ଜାଣି ନାହାନ୍ତି । ଏପଟେ ମତଦାନ କେନ୍ଦ୍ରରେ ବି ମୋବାଇଲ ରଖିବାକୁ କୌଣସି ବ୍ୟବସ୍ଥା ହୋଇନଥିବାରୁ ଭୋଟର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବାଧ୍ୟ ହୋଇ ଖରାରେ ଭୋଟ ନ ଦେଇ ଫେରୁଥିବା କହିଛନ୍ତି ଭୋଟର ।

 Live Updates: ତୃତୀୟ ପର୍ଯ୍ୟାୟ ଭୋଟିଂର ଟିକିନିଖି ଖବର ଜାଣିବାକୁ ଏହି ଲିଙ୍କରେ କ୍ଲିକ କରନ୍ତୁ...

ସୂଚନା ଅନୁସାରେ ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍‌ । ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ତେବେ ସକାଳ ୯ଟା ସୁଦ୍ଧା ୭.୪୩ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି ଭୋଟ୍ ଦେବା ଲାଗି ସକାଳୁ ସକାଳୁ ବୁଥ ମାନଙ୍କରେ ଭୋଟରମାନେ ଭିଡ଼ ଲଗାଇଛନ୍ତି । ଆଜି ୬ ଲୋକସଭା ଆସନ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନପାଇଁ ଭୋଟ ଗ୍ରହଣ ହେଉଛି । ୬ ସଂସଦୀୟ କ୍ଷେତ୍ର ପାଇଁ ରଣାଙ୍ଗନରେ ଅଛନ୍ତି ୬୪ ପ୍ରାର୍ଥୀ । ଏମାନଙ୍କ ମଧ୍ୟରୁ ୫୫ ଜଣ ପୁରୁଷ ଓ ୯ ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।

ସେହିପରି ୪୨ ବିଧାନସଭା ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ୩୮୩ ପ୍ରାର୍ଥୀ । ଏମାନଙ୍କ ମଧ୍ୟରୁ ୩୩୯ ଜଣ ପୁରୁଷ ଏବଂ ୪୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ୬ ସଂସଦୀୟ କ୍ଷେତ୍ରରେ ମୋଟ ୯୪ ଲକ୍ଷ ୪୮ ହଜାର ୫୫୩ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୪୮ ଲକ୍ଷ ୨୯ ହଜାର ୬୬୦ ପୁରୁଷ, ୪୬ ଲକ୍ଷ ୧୭ ହଜାର ୬୦୨ ମହିଳା ଏବଂ ୧ ହଜାର ୨୯୧ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି । ଏହି ପର୍ଯ୍ୟାୟରେ ୨ ଲକ୍ଷ ୩୭ ହଜାର ୧୩୧ ଜଣ ପ୍ରଥମ ଭୋଟର ଥିବା ବେଳେ ୧୮ ଲକ୍ଷ ୪୫ ହଜାର ୫୦୩ ଜଣ ଯୁବ ମତଦାତା ଅଛନ୍ତି ।

ଏହି ପର୍ଯ୍ୟାୟରେ ମୋଟ ୧୦ ହଜାର ୫୫୧ ବୁଥ୍ କରାଯାଇଛି । ଏଥିରୁ ୨୦ ପ୍ରତିଶତ ବୁଥ୍ ସମ୍ବେଦନଶୀଳ ରହିଛି । ୧୫ ଶହ ବୁଥ୍ ସଂପୂର୍ଣ୍ଣ ଭାବେ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେଉଥିବା ବେଳେ ୩୦ଟି ବୁଥ୍ ସଂପୂର୍ଣ୍ଣ ଭାବେ ଦିବ୍ୟାଙ୍ଗ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେଉଛି। ଏହି ପର୍ଯ୍ୟାୟରେ ୨ ହଜାର ମଡେଲ୍ ବୁଥ୍ କରାଯାଇଛି । ନିର୍ବାଚନ ପରିଚାଳନା ଲାଗି ୭୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now