କଟକ SCBରେ ଦୁଇ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ ଘଟଣା। ସଂପୃକ୍ତ ଡାକ୍ତରଙ୍କୁ ବହିଷ୍କାର ପାଇଁ ନିର୍ଦ୍ଦେଶ ।
ଚିକିଟି ମଦ ବିଭୀଷିକାକୁ ନେଇ ହୁଲସ୍ତୁଲ୍ ବିଧାନସଭା । ଆକ୍ସନ ମୋଡ୍ ରେ ରାଜ୍ୟ ସରକାର । ରାଜ୍ୟବ୍ୟାପି ଜୋରଦାର ହେଲା ବେଆଇନ ମଦ ବିରୋଧୀ ଅପରେସନ୍ ।
ଫଟୋ ଉଠାଇବା ବେଳେ ବିରକ୍ତ ହେଲେ ହେମାମାଳିନୀ । ଜଣେ ପ୍ରଶଂସକଙ୍କ ସହିତ ବ୍ୟବହାରକୁ ନେଇ ୟୁଜର୍ସଙ୍କ ସମାଲୋଚନା ।
୫ ଦିନ ଯାଏଁ ଲଗାଣ ବର୍ଷା ଆକଳନ କରିଛି ପାଣିପାଗ ବିଭାଗ । ଦକ୍ଷିଣ ବଙ୍ଗଳାଦେଶ ଓ ତତସଲଗ୍ନ ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ ।
ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା J-K ନ୍ୟାସନାଲ କନଫରେନ୍ସର ସଭାପତି ଫାରୁକ୍ ଅବଦୁଲ୍ଲା ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରିବ ।
ବାଂଲାଦେଶରେ ରିମୋଟ୍, ଭୁବନେଶ୍ୱର ଓ ରାଞ୍ଚିରେ କଣ୍ଟ୍ରୋଲ । ସ୍ମାର୍ଟ ସୁଇଚ ଧରି ସିମ୍ ବକ୍ସ ଚଳାଉଥିଲା ଅସାଦ୍ଦୁର । NIA ସହ CBI ଓ ଇଣ୍ଟରପୋଲ କରିବ ତଦନ୍ତ ।
ଗାଁରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ସ୍ଵାଗତ ଦେଖି ଭାବବିହ୍ବଳ ହୋଇପଡ଼ିଥିଲେ ଅମିତ ।
ଚିକିତ୍ସା ବାହାନାରେ କ୍ଲିନିକ ଭିତରେ ଜଣେ ଡାକ୍ତରଙ୍କ ହରକତ ଲଜ୍ଜାରେ ସମସ୍ତଙ୍କ ମୁଣ୍ଡ ନୁଆଁଇ ଦେଇଛି । ଜଣେ ୨୨ ବର୍ଷୀୟା ମହିଳା ରୋଗୀଙ୍କୁ ଅନୁପଯୁକ୍ତ ଭାବେ ଛୁଇଁବା ଅଭିଯୋଗ ହୋଇଛି ।
ପଶ୍ଚିମବଙ୍ଗ ପୋଲିସର ବ୍ୟବହାର ଅତ୍ୟନ୍ତ ଲଜ୍ଜାଜନକ । ଆନ୍ଦୋଳନରତ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଶୁଣାଣି ବେଳେ ଏଭଳି କହିଛନ୍ତି ସୁପ୍ରିମକୋର୍ଟ ।
ମାଗଣା ଡିନର୍, ପୁଣି ଟଙ୍କାଟିଏ ବି ଘର ଭଡ଼ା ବୃଦ୍ଧି ନାହିଁ । ବଡ଼ ହୃଦୟ ଦେଖାଇଥିବା ଏମିତି ଜଣେ ଘର ମାଲିକ ଏବେ ଚର୍ଚ୍ଚାରେ ।
ମାଆ ନିଜ ଛୁଆ ପାଇଁ ଦୁନିଆର ସବୁଠୁ ବଡ଼ ସୁରକ୍ଷା କବଚ । ଛୁଆ ଉପରେ ବିପଦ ଆସିଲେ ଦୁନିଆର ସବୁ ଶକ୍ତି ସହ ଲଢିବାକୁ ପ୍ରସ୍ତୁତ ହୋଇଯାଏ ମାଆ ।
ବେଆଇନ ମଦ କାରବାର ରୋକିବା ପାଇଁ ସାରା ରାଜ୍ୟରେ ରେଡ୍ ଚାଲିଛି। ୨୧୭ଟି ବେଆଇନ ମଦ ଭାଟି ଚିହ୍ନଟ ହୋଇଛି ।
ନିଶାକୁ ଆଜି ପେଶାରେ ପରିଣତ କରି ବେଶ୍ ଚର୍ଚ୍ଚାରେ ଅଛନ୍ତି ଚାଷୀ ହରିହର । ନିଜ ବାଡ଼ିରେ ମହୁ ଚାଷ କରି ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।
ପୀଡ଼ିତା ଅଭୟାଙ୍କ ପାଇଁ କାନ୍ଦି କାନ୍ଦି ପ୍ରତିକ୍ରିୟା ରଖି ଭଉଣୀ କହିଛନ୍ତି ଭାଇକୁ କଡ଼ା ଶାସ୍ତି ମିଳୁ। ଗୋଟେ ନିରୀହ ଝିଅର ଜୀବନ ନଷ୍ଟ ହେଇଗଲା। ସଞ୍ଜୟ ରାୟଙ୍କ ମାଆ ଓ ବଡ଼ ଭଉଣୀ ଏପରି କହିଛନ୍ତି।
ଦେବଗଡ଼ ଜିଲ୍ଲା ଆଡାସ-ରାମପାଲ୍ଲୀ ଅଞ୍ଚଳରେ ସୁନାପଥର ସନ୍ଧାନ ମିଳିଛି ।
ବସ୍ ଚଳାଚଳ ବାବଦରେ ରାଜ୍ୟ ସରକାର ୩୯୯ କୋଟି ୧୨ ଲକ୍ଷ ୪୪ ହଜାର ୬୪୦ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଆୟ ହୋଇଛି ମାତ୍ର ୨୫ କୋଟି ୩ ଲକ୍ଷ ୮୬ ହଜାର ୫୮୫ ଟଙ୍କା ।
ଓଡ଼ିଶାରେ ଯେମିତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖେ ପାଣ୍ଡିଆନ୍ ରୁହନ୍ତି । ସେହିପରି ମମତାଙ୍କ ସହ ରହିଥାନ୍ତି ପୁତୁରା ଅଭିଷେକ ।
କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଚ୍ୟାନେଲ ଲଞ୍ଚ ହେବା ପରେ ସବ୍ସ୍କ୍ରାଇବର ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ଚ୍ୟାନେଲରେ ୨୪ ଘଣ୍ଟା ମଧ୍ୟରେ ୧୦ ମିଲିୟନ୍ ସବ୍ସ୍କ୍ରାଇବର ଯୋଡ଼ି ହୋଇଛନ୍ତି ।
ବେଆଇନ ଭାବରେ କାଠ ମାଫିଆ ମାନେ ନିକଟରେ ଥିବା ଜଙ୍ଗଲ କାଟି ସଫା କରିଦେଉଛନ୍ତି । ଆଉ ବନବିଭାଗ କାଠ ମାଫିଆମାନଙ୍କୁ ସୁରକ୍ଷା ଯୋଗାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।
ନାରୀମାନଙ୍କ ଆଖିର ଲୁହରେ ନବୀନ ସରକାରର ପତନ ଘଟିଛି। ସେହି ନାରୀର ଲୁହରେ ଖିନ୍ଭିନ୍ ହେବାକୁ ବସିଛି ମମତାଙ୍କ କ୍ଷମତା ।
ଭାରତରେ ସ୍ମାର୍ଟଫୋନ୍ ମାର୍କେଟ୍ ବହୁତ ପ୍ରତିଯୋଗୀ ହୋଇଯାଇଛି। ଏପରି ପରିସ୍ଥିତିରେ, ସ୍ମାର୍ଟଫୋନ୍ କିଣିବାବେଳେ, ଆପଣ ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷକୁ ଧ୍ୟାନରେ ରଖିବା ଉଚିତ ନଚେତ ପରେ ଅନୁତାପ କରିବାକୁ ପଡିବ। ତେବେ ଆସନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ବିଷୟରେ ଜାଣିବା।
ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘର ସମେତ ୮ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ଚାଲିଛି।
ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ। ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କୁ ଅପସାରଣ ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ। ନିର୍ଦ୍ଦେଶ ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ବିଶ୍ବ ବିକାଶ କ୍ଷେତ୍ରରେ ୨୦୨୩ରେ ଭାରତର ଯୋଗଦାନ ରହିଥିଲା ୧୬ ପ୍ରତିଶତ। ଦୁଇ ଦିନିଆ ପୋଲାଣ୍ଡ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୱାରସାଠାରେ ଆୟୋଜିତ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ ବେଳେ ଏ କଥା କହିଛନ୍ତି।
କୋଲକାତା ଆର ଜି କର ମେଡିକାଲ କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଆଜି ଦିନ ୧୦ଟା ୩୦ରେ ଏହି ମାମଲାର ଶୁଣାଣି ହେବ।