/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724324277.jpg)
Heroic Mother Rat
ମାଆ ନିଜ ଛୁଆ ପାଇଁ ଦୁନିଆର ସବୁଠୁ ବଡ଼ ସୁରକ୍ଷା କବଚ । ଛୁଆ ଉପରେ ବିପଦ ଆସିଲେ ଦୁନିଆର ସବୁ ଶକ୍ତି ସହ ଲଢିବାକୁ ପ୍ରସ୍ତୁତ ହୋଇଯାଏ ମାଆ । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓ ଦେଖିବା ପରେ ସମସ୍ତେ କହୁଛନ୍ତି ମାଆ ପରି କିଏ ହେବ ! ଭିଡିଓରେ ମାଆଟିଏ ନିଜ ଛୁଆର ଜୀବନ ବଞ୍ଚାଇବାକୁ ଲଢ଼େଇ କରୁଛି ଓ ବିଜୟୀ ହେଉଛି ।
ଭାଇରାଲ୍ ହେଉଥିବା ଭିଡିଓରେ ଏକ ମାଆ ମୂଷା ନିଜ ଜୀବନକୁ ବାଜିରେ ଲଗାଇ ନିଜ ଛୁଆକୁ ସାପ କବଳରୁ ରକ୍ଷା ପାଇଁ ଲଢ଼େଇ କରୁଛି । ଯାହା ସୋସିଆଲ ମିଡିଆରେ ୟୁଜର୍ସଙ୍କ ହୃଦୟ ଜିତିପାରିଛି । ଭିଡିଓଟିକୁ ଏଯାବତ ୩.୬ ମିଲିଅନ ଲୋକ ଦେଖିସାରିଲେଣି । ମାଆ ମୂଷାର ସାହସିକତାକୁ ସମସ୍ତ ପ୍ରଶଂସା କରୁଛନ୍ତି ।
ଭିଡିଓରେ ଏକ ସାପ ଜୋରରେ ଛୁଆ ମୂଷାକୁ ଜାବୁଡ଼ି ଧରି ନେଇଯାଉଛି । ଛୁଆର ଜୀବନ ବିପଦରେ ଜାଣିବାପରେ ମାଆ ମୂଷା ସଙ୍ଗେସଙ୍ଗେ ଆକ୍ସନରେ ନଜର ଆସୁଛି । ଆତ୍ମବିଶ୍ୱାସର ସହିତ ସେ ସାପକୁ ଆକ୍ରମଣ କରୁଛି । ସାପର ଧମକ ଓ ଶକ୍ତି ସତ୍ତ୍ୱେ ବିନା ଭୟରେ ଜୋରଦାର କାମୁଡ଼ିବାକୁ ଟେଷ୍ଟା କରୁଛି । ମାଆ ମୂଷାଟି ସବୁ ବଳ ପ୍ରୟୋଗ କରି ସାପ କବଳରୁ ଛୁଆକୁ ଖସେଇନେବା ପାଇଁ ପ୍ରାଣପଣେ ଉଦ୍ୟମ କରୁଛି । ଏହାପରେ ମୂଷା ଛୁଆଟି ସୁଯୋଗ ଦେଖି ସାପ କବଳରୁ ଖସିଯିବା ସହ ସୁରକ୍ଷିତ ସ୍ଥାନକୁ ଚାଲିଯାଉଛି । ପରେ ସୁରକ୍ଷା କବଚ ସାଜିଥିବା ମାଆ ମଧ୍ୟ ସାପକୁ ଚକମା ଦେଇ ଖସିଯାଉଛି ।
ଭିଡିଓ ଭାଇରାଲ ହେବାପରେ ଜଣେ ୟୁଜର୍ ଲେଖିଛନ୍ତି, ମାଆ ମୂଷାଟି ଅସଲ ହିରୋ । ଅନ୍ୟଜଣେ ଲେଖିଛନ୍ତି, "ଛୁଆ ପାଇଁ ନିଜଠୁ ଢେର୍ ଶକ୍ତିଶାଳୀ ସାପ ସହିତ ଯେପରି ମାଆଟିଏ ଲଢ଼ିଲା ଏହା ଦେଖି ଆଖିରେ ଲୁହ ଆସିଯାଉଛି । ବ୍ରେଭ୍ ମାମା ।"
Rodent fights snake to get baby back pic.twitter.com/auiYpjGxV5
— Nature is Amazing ☘️ (@AMAZlNGNATURE) August 21, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)