/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724336674.jpg)
Hema Malini
ପ୍ରଶଂସକଟିଏ ସେଲିବ୍ରେଟିଙ୍କୁ ଭେଟିବାର ସୁଯୋଗ ପାଇଲେ ସେହି ମୁହୁର୍ତ୍ତକୁ ସ୍ମରଣୀୟ କରିବାକୁ ଇଛା ପ୍ରକାଶ କରିଥାଏ । ବାସ୍ତବ ଜୀବନରେ ନିଜ ଆଦର୍ଶଙ୍କୁ ସାମ୍ନାରେ ଦେଖିବା କ୍ଷଣି ଆଦର ଓ ଭଲପାଇବା ଅଜାଡ଼ି ଦେଇଥାଏ । ମାତ୍ର ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ସମସ୍ତେ ନାପସନ୍ଦ କରୁଛନ୍ତି । ଭିଡିଓରେ ଭେଟେରାନ ଅଭିନେତ୍ରୀ ହେମାମାଳିନୀ ତାଙ୍କର ଜଣେ ଫ୍ୟାନ୍ସଙ୍କୁ ଭେଟୁଛନ୍ତି ।
ନିକଟରେ ଏକ କାର୍ଯ୍ୟକ୍ରମରେ ହେମାମାଳିନୀଙ୍କ ସହ ଜଣେ ମହିଳା ଫ୍ୟାନ୍ସ ଫଟୋ ଉଠାଇବାକୁ ଚାହିଁଛନ୍ତି, ମାତ୍ର ହେମା ଅସହଜ ଅନୁଭବ କରିବା ସହ ମହିଳାଙ୍କୁ ହାତକୁ ପଛକୁ ଠେଲି ଦେଉଛନ୍ତି । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ମହିଳା ପ୍ରଶଂସକ ଜଣଙ୍କୁ ହେମାମାଳିନୀଙ୍କ ଏପରି ବ୍ୟବହାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନେକ ୟୁଜର୍ସ ହେମାଙ୍କୁ ମହିଳାଙ୍କ ପ୍ରତି ଏପରି ବ୍ୟବହାରକୁ ସମାଲୋଚନା କରିଛନ୍ତି । ଏମିତିକି ନିର୍ବାଚନ ପ୍ରଚାର ସମୟରେ ହେମାଙ୍କ ବ୍ୟବହାର କିଛି ଅଲଗା ଥିଲା କହିଛନ୍ତି ।
ଆଉ କିଛି ୟୁଜର୍ସ ହେମାଙ୍କ ବ୍ୟବହାରକୁ ଜୟା ବଚ୍ଚନଙ୍କ ସହ ତୁଳନା କରିଛନ୍ତି । ହେମା ଜୀ ଜୟା ବଚ୍ଚନଙ୍କ ରୂପ ନେଇଛନ୍ତି କିଛି ଜଣ ବଡ଼ ଲୋକ ଛୋଟ ହୃଦୟ ବୋଲି କହି ସମାଲୋଚନା କରିଛନ୍ତି । ପୂର୍ବରୁ ଭିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହେବାନେଇ ପ୍ରତିକ୍ରିୟା ରଖି ଚର୍ଚ୍ଚାରେ ରହିଥିଲେ ହେମାମାଳିନୀ । ହେମା କହିଥିଲେ, "୧୦୦ ଗ୍ରାମ ଅଧିକ ଓଜନ ହେବା ଆଶ୍ଚର୍ଯ୍ୟ ଲାଗୁଛି । ୧୦୦ ଗ୍ରାମ ମଧ୍ୟ ମହତ୍ତ୍ୱ ରଖେ, ସବୁ ମହିଳାଙ୍କ ପାଇଁ ଏହା ହେଉଛି ଏକ ଶିକ୍ଷା । ୧୦୦ ଗ୍ରାମ ଶୀଘ୍ର କମ କରିବାର ଥିଲା, ମାତ୍ର ସେ ସୁଯୋଗ ପାଇଲେନାହିଁ ।"
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)