• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କୋଲକତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ବେଳେ ପୁଣି ବର୍ଷିଲେ ସୁପ୍ରିମକୋର୍ଟ । ପଶ୍ଚିମବଙ୍ଗ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ସର୍ବୋଚ୍ଚ ଅଦାଲତ । ପୋଷ୍ଟମର୍ଟମ ପରେ ମାମଲା ରୁଜୁକୁ ନେଇ କୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ପୋଷ୍ଟମର୍ଟମ ପରେ ମାମଲା ରୁଜୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଚକିତ କରିଛି ବୋଲି କହିଛନ୍ତି । ଯଦି ସ୍ବାଭାବିକ ମୃତ୍ୟୁ ଥିଲା, ତେବେ ପୋଷ୍ଟମର୍ଟମ କାହିଁକି ହେଲା ବୋଲି ପ୍ରଶ୍ନ କରିଛନ୍ତି । ୩୦ ବର୍ଷରେ ଏଭଳି ଦାୟିତ୍ବହୀନତା ଦେଖିନି ବୋଲି ଶୁଣାଣି ବେଳେ କହିଛନ୍ତି ଜଷ୍ଟିସ ପାରଦିୱାଲା ।

ଅଧିକ ପଢ଼ନ୍ତୁ: ନ୍ୟାୟ ପାଇଁ ଲଢ଼େଇ ! ୧୩ ଦିନ ହେଲା ଆନ୍ଦୋଳନରେ ବସିଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ

ସେହିପରି ପଶ୍ଚିମବଙ୍ଗ ପୋଲିସର ବ୍ୟବହାର ଅତ୍ୟନ୍ତ ଲଜ୍ଜାଜନକ । ଆନ୍ଦୋଳନରତ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଶୁଣାଣି ବେଳେ ଏଭଳି କହିଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତାରେ ଏହି ମାମଲାର ଶୁଣାଣି ହୋଇଥିଲା । ଏହି ମାମଲାର ଶୁଣାଣି କରୁଥିବା ବେଞ୍ଚରେ ଜଷ୍ଟିସ ପାରଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ର ମଧ୍ୟ ଥିଲେ । ଶୁଣାଣି ସମୟରେ ଜଷ୍ଟିସ ପାରଦିୱାଲା ବେଙ୍ଗଲ ପୋଲିସର ମନୋଭାବ ଏବଂ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଥିଲେ ।

ସେହିପରି ଷ୍ଟାଟସ ରିପୋର୍ଟରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛି ସିବିଆଇ । ଘଟଣା ବାବଦରେ ପରିବାରକୁ ବିଳମ୍ବରେ ଖବର ଦିଆଯାଇଥିବା ସିବିଆଇ କୋର୍ଟଙ୍କୁ ଜଣାଇଛି । ପ୍ରଥମେ ଆତ୍ମହତ୍ୟା କହି ଘଣ୍ଟ ଘୋଡ଼ାଇବାକୁ କର୍ତ୍ତୃପକ୍ଷ ଉଦ୍ୟମ କରିଥିବା ଷ୍ଟାଟସ ରିପୋର୍ଟରେ ସିବିଆଇ ଦର୍ଶାଇଛି । ହତ୍ୟାକୁ ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା କରିବା ସମ୍ପୂର୍ଣ୍ଣ ଘଟଣାରେ ସନ୍ଦେହ ସୃଷ୍ଟି କରିଛି । ଏହି ଘଟଣାକୁ ଲୁଚାଇବାକୁ ଚେଷ୍ଟା କରାଯାଇଥିଲା । ସେହିପରି ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ଉପରେ ମଧ୍ୟ କୋର୍ଟ ପ୍ରଶ୍ନ ଉଠାଇଛନ୍ତି ।

ଅଧିକ ପଢ଼ନ୍ତୁ: ସଙ୍କଟରେ ମମତା ସରକାର; ନାରୀ ନିଃଶ୍ୱାସରେ ଜଳିଗଲା BJD, ଏବେ TMC ପାଳି !

OTV is now on Whatsapp

Join and get latest news update delivered to you via whatsapp

Join Now