Advertisment

ଅବକାରୀ ମନ୍ତ୍ରୀଙ୍କ ବଡ଼ ବୟାନ, ଚୋରା ମଦ ଭାଟିରେ ବୁଲିବ ବୁଲ୍‌ଡୋଜର

ବେଆଇନ ମଦ କାରବାର ରୋକିବା ପାଇଁ ସାରା ରାଜ୍ୟରେ ରେଡ୍‌ ଚାଲିଛି। ୨୧୭ଟି ବେଆଇନ ମଦ ଭାଟି ଚିହ୍ନଟ ହୋଇଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Odisha hooch tragedy:

Odisha hooch tragedy:

ଚିକିଟି ମଦ ମୃତ୍ୟୁ ମାମଲାର ତଦନ୍ତ କରିବେ RDC । ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୨ ମାସ ମଧ୍ୟରେ ଆସିବ ତଦନ୍ତ ରିପୋର୍ଟ । ସେପଟେ ଚୋରା ମଦ କାରବାର ରୋକିବା ଉପରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ବେଆଇନ ମଦ ଭାଟି ଉପରେ ବୁଲ ଡୋଜର ଚାଲିବ ବୋଲି ଖୋଦ୍ ମନ୍ତ୍ରୀ କହିଲେଣି । ସେହିପରି ଚିକିଟି ଘଟଣାରେ ଜଣଙ୍କୁ ବଦଳି ଓ ଦୁଇ ଜଣଙ୍କୁ ନିଲମ୍ବନ କରିଛନ୍ତି ସରକାର ।

Advertisment

ସେପଟେ ବେଆଇନ ମଦ କାରବାର ରୋକିବା ପାଇଁ ସାରା ରାଜ୍ୟରେ ରେଡ୍‌ ଚାଲିଛି। ୨୧୭ଟି ବେଆଇନ ମଦ ଭାଟି ଚିହ୍ନଟ ହୋଇଛି । ବର୍ତ୍ତମାନ ସୁଦ୍ଧା ୧୧୭ ଜଣଙ୍କୁ ଗିରଫ କରାଯାଇଛି । ବେଆଇନ ମଦ ଭାଟିକୁ ବୁଲ ଡୋଜର ଲଗାଇ ଉଡ଼ାଇ ଦିଆଯିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ରାଜ୍ୟରେ ଆଉ ବେଆଇନ ଭାଟି ରହିବନି ବୋଲି ସେ ଆଶ୍ୱାସନ ଦେଇଛନ୍ତି ।

ଚିକିଟି ମଦ ଟ୍ରାଜେଡିକୁ ନେଇ ହଇଚଇ ପରେ ରାଜ୍ୟବ୍ୟାପି ଜାରି ରହିଛି ଚଢ଼ାଉ । ଗତକାଲି ସଂଧ୍ୟା ସୁଦ୍ଧା ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୭ ହଜାର ୨୭୪ ଲିଟର ବେଆଇନ ମଦ ଜବତ କରାଯିବା ସହ ୭୨ ଜଣଙ୍କୁ ଗିରଫ କରାଗଲାଣି। ତା ଭିତରୁ ଗଞ୍ଜାମ ଜିଲ୍ଲାରୁ ହିଁ ୩୮୫ ଲିଟର ମଦ ଜବତ କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରେ ୨୫ଟି ଲାଇସେନ୍ସପ୍ରାପ୍ତ ମହୁଲି ମଦ ଭାଟି ରହିଛି ସତ । କିନ୍ତୁ ରାଜନୈତିକ ଛତ୍ରଛାୟାରେ ଛତୁ ଫୁଟିଲା ଭଳି ଚାଲିଛି ଅନେକ ବେଆଇନ ମଦ ଭାଟି । ପରିଣାମ ସ୍ୱରୂପ ୨୦୦୬, ମାର୍ଚ୍ଚ ୧୭ ରେ ଜିଲ୍ଲାର ସାନରାମଚନ୍ଦ୍ରପୁର, ଗଡ଼ହୁମ୍ମା, ମଧୁରଚୁଆଁ ଗାଁରେ ୨୨ ଜଣଙ୍କ ଯାଇଥିଲା ଜୀବନ । କିଏ ଆଖି ହରାଇ ଅନ୍ଧ ହୋଇଗଲେ ତ ଆଉ କିଏ ବିକଳାଙ୍ଗ ଅବସ୍ଥାକୁ ଚାଲିଆସିଲେ ।

ଗଂଜାମରେ ଏଭଳି ମଦ ବିଭୀଷିକାକୁ ନେଇ ତେଜିଛି ରାଜନୀତି। ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ଶାସକ-ବିରୋଧୀ। ୨୪ ବର୍ଷ ଧରି ଶାସନ କରିଥିବା ବିଜେଡିକୁ ଘଟଣା ଭିତରକୁ ଟାଣି ଚିକିଟି ବିଜେପି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଅଭିଯୋଗ କରିଛନ୍ତି, ବର୍ଷ ବର୍ଷ ଧରି ବିଜେଡି ଲିଙ୍କରେ ଚାଲିଥିଲା ମଦ କାରବାର। ଯାହାର ତଦନ୍ତ ହେଲେ ସବୁକଥା ଧରାପଡ଼ିବ। ଅପରପକ୍ଷେ ବିଜେଡି କହିଛି, ଚୋରା ମଦ କାରବାର ବଢୁଥିବାରୁ ଚିକିଟିରେ ମଦ ମୃତ୍ୟୁ ହୋଇଛି।

Duplicate Liquor Excise Minister
Advertisment
Advertisment