ଲକ୍ଷ୍ମୀ ବସ୍ ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବଡ଼ ବୟାନ । ଲକ୍ଷ୍ମୀ ବସ୍ କ୍ଷତିରେ ଚାଲୁଥିବା ବିଧାନସଭାରେ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ। ସେ ଗୃହରେ କହିଛନ୍ତି ଯେ, ସରକାର ୩୭୪ କୋଟି ୮ ଲକ୍ଷ ୫୮ ହଜାର ୫୫ ଟଙ୍କା କ୍ଷତିରେ ଅଛନ୍ତି । ଅକ୍ଟୋବର ୨୦୨୩ ରୁ ଅଗଷ୍ଟ ୨୦୨୪ ଯାଏଁ ୧୦ ମାସରେ ଏତିକି କ୍ଷତି ହୋଇଥିବା ବିଜେପି ବିଧାୟକ ବିଭୂତି ଭୂଷଣ ପ୍ରଧାନଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ।
Also Read
ଅଧିକ ପଢନ୍ତୁ: ନିଧଡ଼କ ଗଛ କାଟୁଛନ୍ତି କାଠମାଫିଆ, ନିଘୋଡ଼ ନିଦରେ ବନ ବିଭାଗ...
ସେହିପରି ପରିବହନ ମନ୍ତ୍ରୀ ଉତ୍ତରରେ ଆହୁରି କହିଛନ୍ତି ଯେ, ଲକ୍ଷ୍ମୀ ଯୋଜନାରେ ରାଜ୍ୟରେ ୧୩୪୦ଟି ବସ୍ ଚାଲିଛି । ବସ୍ ଚଳାଚଳ ବାବଦରେ ରାଜ୍ୟ ସରକାର ୩୯୯ କୋଟି ୧୨ ଲକ୍ଷ ୪୪ ହଜାର ୬୪୦ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଆୟ ହୋଇଛି ମାତ୍ର ୨୫ କୋଟି ୩ ଲକ୍ଷ ୮୬ ହଜାର ୫୮୫ ଟଙ୍କା ।
#ଲକ୍ଷ୍ମୀ_ବସ୍_କ୍ଷତି_୩୭୪_କୋଟି
— ଓଟିଭି (@otvkhabar) August 22, 2024
- ଲକ୍ଷ୍ମୀ ବସ୍ କ୍ଷତିରେ ଚାଲୁଥିବା ଗୃହରେ ପରିବହନ ମନ୍ତ୍ରୀଙ୍କ ସୂଚନା
- '୩୭୪ କୋଟି ୮ ଲକ୍ଷ ୫୮ ହଜାର ୫୫ ଟଙ୍କା କ୍ଷତିରେ ଅଛନ୍ତି ସରକାର'
- 'ଅକ୍ଟୋବର ୨୦୨୩ରୁ ଅଗଷ୍ଟ ୨୦୨୪ ଯାଏଁ ୧୦ ମାସରେ ଏତିକି କ୍ଷତି'
- ଲକ୍ଷ୍ମୀ ଯୋଜନାରେ ୧୩୪୦ଟି ବସ୍ ଚାଲିଛି- ପରିବହନ ମନ୍ତ୍ରୀ
- ୩୯୯ କୋଟି ବ୍ୟୟ ଓ ଆୟ… pic.twitter.com/P6Gbk44Ffi