Advertisment

Parenting Tips: ଆପଣଙ୍କ ପିଲାର ମନ ପାଠପଢାରେ ଲାଗୁନି; ଜାଣନ୍ତୁ ଏହାର ୩ କାରଣ, ଗୋଟିଏ ସମାଧାନ

ଅନେକ ପିଲା ସୋସିଆଲ ମିଡିଆ, ବୁଲିବା, ସାଙ୍ଗମାନଙ୍କ ସହିତ ଗପିବା ପାଇଁ ଅଧିକ ସମୟ ଦିଅନ୍ତି। ଯେତେବେଳେ ପରୀକ୍ଷା ସମୟ ପାଖେଇ ଆସେ, ସବୁ ବହି ପଢିବା ଏମାନଙ୍କ ପାଇଁ କାଠିକର ପାଠ ହୋଇଯାଏ। ଏଭଳି କ୍ଷେତ୍ରରେ କିଛି ପିଲା ପାଠପଢା ନାଁ ଶୁଣିଲେ ଛତ୍ରଭଙ୍ଗ ଦିଅନ୍ତି। କ’ଣ କରିବେ ଜାଣନ୍ତୁ….

author-image
Pramod Behera
ଅଦ୍ୟତନ ହୋଇଛି
Big reason children are not taking interest in studies

Big reason children are not taking interest in studies

ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ବୋର୍ଡ ପରୀକ୍ଷା ଫେବୃଆରୀରୁ ଆରମ୍ଭ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ପିଲାମାନଙ୍କର ଏବଂ ସେମାନଙ୍କ ବାପାମାଆଙ୍କ ଚାପ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଉଛି। ତେବେ ପଢା ପ୍ରତି ଆଗ୍ରହ ଥିବା ପିଲାମାନେ ଆରମ୍ଭରୁ ଏକ ଟାଇମ୍ ଟେବୁଲ୍ ତିଆରି କରି ପାଠ ପଢନ୍ତି। ପରୀକ୍ଷା ସମୟରେ, ସେମାନେ କେବଳ ରିଭିଜନ କରନ୍ତି।

Advertisment

କିନ୍ତୁ ଯେଉଁ ପିଲାମାନେ ବର୍ଷସାରା କିଛି ପଢି ନ ଥାନ୍ତି, ପରୀକ୍ଷା ସମୟରେ ସେମାନଙ୍କ ପାଇଁ ବହୁ ସମସ୍ୟା ହୋଇଥାଏ। ପାଠ ବୁଝିବା ଏବଂ ମନେରଖିବା ସେମାନଙ୍କ ପାଇଁ ବହୁତ କଷ୍ଟକର ହୋଇପଡେ। ଏମିତି ମଧ୍ୟ କିଛି ପିଲା ଅଛନ୍ତି ଯେଉଁମାନକୁ ପଢିବା ପାଇଁ ବାରମ୍ବାର କହିବାକୁ ପଡେ।

ଏହିଭଳି ପିଲାମାନଙ୍କର ମନ ଆଦୌ ପାଠପଢାରେ ଲାଗେ ନାହିଁ। ସେମାନେ ସୋସିଆଲ ମିଡିଆ, ବୁଲିବା, ସାଙ୍ଗମାନଙ୍କ ସହିତ ଗପିବା ପାଇଁ ଅଧିକ ସମୟ ଦିଅନ୍ତି। ଯେତେବେଳେ ପରୀକ୍ଷା ସମୟ ପାଖେଇ ଆସେ, ସବୁ ବହି ପଢିବା ଏମାନଙ୍କ ପାଇଁ କାଠିକର ପାଠ ହୋଇଯାଏ। ଏଭଳି କ୍ଷେତ୍ରରେ କିଛି ପିଲା ପାଠପଢା ନାଁ ଶୁଣିଲେ ଛତ୍ରଭଙ୍ଗ ଦିଅନ୍ତି।

Advertisment

ଅଧିକ ପଢ଼ନ୍ତୁ: ସ୍କୁଲ୍ ଯିବାକୁ ଆପଣଙ୍କ ପିଲା କାନ୍ଦୁଛି କି… ଏମିତି କରନ୍ତୁ, ଖୁସିରେ ଖୁସିରେ ସ୍କୁଲ୍ ଯିବ

ସେମାନଙ୍କ ମନ ପାଠ ପଢାରେ ଲାଗେନି କି ସେମାନଙ୍କୁ ବାଧ୍ୟ କରି ପଢା ପାଖରେ ବସାଇଲେ ବି ସେମାନେ ପଢାରେ ଫୋକସ୍ କରିପାରନ୍ତି ନାହିଁ। ଆପଣଙ୍କ ପିଲା ଯଦି ଏହିମାନଙ୍କ ମଧ୍ୟରୁ ଜଣେ ତେବେ ଧ୍ୟାନ ଦେବା ଜରୁରୀ। ଏମିତି ୩ଟି ମୁଖ୍ୟ କାରଣ ଅଛି ଯେଉଁଥିପାଇଁ ପିଲାମାନଙ୍କ ପାଠପଢାରେ ମନ ଲାଗେ ନାହିଁ। ଜାଣନ୍ତୁ…

ବାସ୍ତୁ କାରଣ:

ବାସ୍ତୁ ବିଶେଷଜ୍ଞଙ୍କ ମତରେ, ଯଦି ପିଲାଙ୍କର ପଢା ଘରର ବାସ୍ତୁ ଠିକ୍ ନ ଥିବ ତେବେ ସେମାନେ ପାଠପଢାରେ ଆଗ୍ରହ ପ୍ରକାଶ କରିବେ ନାହିଁ। ଯଦି ପିଲାଟି ଭୁଲ୍ ବାସ୍ତୁ ଜୋନ୍ କିମ୍ବା ଘରର ଭୁଲ ଦିଗରେ ବସି ପାଠ ପଢେ କିମ୍ବା ଶୁଏ ତେବେ ପିଲା ପାଠ ପଢାରୁ ଦୂରେଇ ଯିବା ଆରମ୍ଭ କରେ।

ଏଭଳି ପରିସ୍ଥିତିରେ ପିଲାମାନଙ୍କ ପଢା ପାଇଁ ସର୍ବୋତ୍ତମ ଦିଗ ହେଉଛି ପଶ୍ଚିମରୁ ଦକ୍ଷିଣ-ପଶ୍ଚିମ ପର୍ଯ୍ୟନ୍ତ। ପିଲାର ପଢା ଟେବୁଲକୁ ଏହି ଦିଗରେ ରଖନ୍ତୁ। ଏହା ହେଲେ ସେମାନେ ପଢା ପ୍ରତି ଆଗ୍ରହ ଦେଖେଇବେ ଏବଂ ସେମାନଙ୍କ ଧ୍ୟାନ ପାଠ ପଢାରୁ ବିଚଳିତ ହେବ ନାହିଁ।

ଅଧିକ ପଢ଼ନ୍ତୁ: ପିଲାମାନଙ୍କୁ ଶିଖାନ୍ତୁ ଏହି ୫ କଥା; କେବେ ବି ଖରାପ ପିଲାଙ୍କ ସାଙ୍ଗରେ ମିଶିବେ ନାହିଁ

ଗ୍ରହ ଦୋଷ:

ଯେତେବେଳେ ପିଲାର ବୁଧ ଗ୍ରହ ରାହୁ କିମ୍ବା କେତୁ ଅଧୀନରେ ଆସେ, ସେତେବେଳେ ମଧ୍ୟ ସେମାନଙ୍କ ମନ ପାଠପଢାରେ ଲାଗେ ନାହିଁ। ଯେତେବେଳେ ବୁଧ ଗ୍ରହ ଚନ୍ଦ୍ରର ନିୟନ୍ତ୍ରଣକୁ ଆସେ ସେତେବେଳେ ମଧ୍ୟ ପିଲାର ମନ ପାଠପଢାରେ ଲାଗେ ନାହିଁ।

ନିର୍ଦ୍ଦିଷ୍ଟ ପ୍ରକାରର ନିଶା:

ଏପରି ପିଲାମାନେ ନିର୍ଦ୍ଦିଷ୍ଟ ପ୍ରକାରର ନିଶା ଯୋଗୁଁ ପାଠପଢାରୁ ବିଚଳିତ ହେବା ଆରମ୍ଭ କରନ୍ତି। ପାଠପଢାରୁ ଦୂରେଇ ଯାଆନ୍ତି। ଏହି ନିଶା ମୋବାଇଲ୍ ବ୍ୟବହାର ହୋଇପାରେ ବା ଟିଭି ଦେଖିବା, ବୁଲାବୁଲି କରିବା କିମ୍ବା ଅନ୍ୟ କୌଣସି ନିଶା ହୋଇପାରେ।

କିପରି ହେବେ ସମାଧାନ:

ଯଦି ଆପଣଙ୍କ ପିଲା ପାଠ ପଢୁ ନାହିଁ, ପାଠପଢାରେ ମନ ଲାଗୁନି, ଟ୍ୟୁସନ ନେବା ସତ୍ତ୍ୱେ ଭଲ ମାର୍କ ରଖୁ ନାହିଁ, ତେବେ ଆପଣ ବାସ୍ତୁର ସହଯୋଗ ନେଇପାରିବେ। ଏକ ରୂପାର ପଦକ ଆଣନ୍ତୁ। ଏହାକୁ ଏକ ଧଳା ସୂତାରେ ବାନ୍ଧନ୍ତୁ ଏବଂ ପିଲାର ବେକରେ ପକାନ୍ତୁ। ତା’ପରେ ଦେଖନ୍ତୁ ଆପଣ ପିଲା କିପରି ପାଠପଢାରେ ମନଦେବ, ସେମାନଙ୍କର ଧ୍ୟାନ ଧିରେ ଧିରେ ପାଠପଢାରେ ଲାଗିବ।

ଅଧିକ ପଢ଼ନ୍ତୁ: ପିଲାମାନଙ୍କୁ ଶିଖାଇ ଦିଅନ୍ତୁ ଜୀବନର ଏହି ୬ ମୂଳ ମନ୍ତ୍ର; ଦିନେ ଆପଣ ଗର୍ବ କରିବେ

Parents Parents Guide Parenting Tips
Advertisment
Advertisment