Advertisment

ଚିକିଟି ମଦ ମୃତ୍ୟୁ: ଆକ୍ସନ ନେଲେ ଅବକାରୀ ମନ୍ତ୍ରୀ...

ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ। ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କୁ ଅପସାରଣ ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ। ନିର୍ଦ୍ଦେଶ ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

author-image
Sujit kumar Swain
ଅଦ୍ୟତନ ହୋଇଛି
Berhampur Liquor Tragedy

Berhampur Liquor Tragedy

ଚିକିଟି ମଦ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ। ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କୁ ଅପସାରଣ ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ। ନିର୍ଦ୍ଦେଶ ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ବେଆଇନ ମଦ କାରବାର କେବେ ବି ଗ୍ରହଣୀୟ ନୁହେଁ ଅବକାରୀ ମନ୍ତ୍ରୀ କହିବା ସହ ବେଆଇନ ତଥା ଚୋରା ମଦ କାରବାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କହିଛନ୍ତି।

Advertisment

ବେଆଇନ ମଦ ଭାଟି ଏବଂ ବିକ୍ରି ସ୍ଥାନରେ ଚଢ଼ାଉ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଚିକିଟି ମଦ ଟ୍ରାଜେଡିକୁ ନେଇ ହଇଚଇ ପରେ ରାଜ୍ୟବ୍ୟାପି ଜାରି ରହିଛି ଚଢ଼ାଉ। ଗତକାଲି ସଂଧ୍ୟା ସୁଦ୍ଧା ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୭ ହଜାର ୨୭୪ ଲିଟର ବେଆଇନ ମଦ ଜବତ କରାଯିବା ସହ ୭୨ ଜଣଙ୍କୁ ଗିରଫ କରାଗଲାଣି। ତା ଭିତରୁ ଗଞ୍ଜାମ ଜିଲ୍ଲାରୁ ହିଁ ୩୮୫ ଲିଟର ମଦ ଜବତ କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଅଧିକ ପଢ଼ନ୍ତୁ: ଚିକିଟି ବିଷାକ୍ତ ମଦ ମୃତ୍ୟୁକୁ ନେଇ ହଇଚଇ, ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ

Advertisment

ଏପଟେ ଚିକିଟି ମଦ ମୃତ୍ୟୁ ଘଟଣାକୁ ନେଇ ସରଗରମ ହୋଇପାରେ ବିଧାନସଭା। ବିଧାନସଭାର ତୃତୀୟ ଦିନରେ ଗୃହ ସ୍ୱାଭାବିକ ଚାଲିବ କି ନାହିଁ ତାକୁ ନେଇ ସନ୍ଦେହ ଲାଗି ରହିଛି। କାରଣ ଗତକାଲି ଭଳି ଆଜି ମଧ୍ୟ ମଦମୃତ୍ୟୁ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରି ପାରନ୍ତି ବିରୋଧୀ। 

ସେପଟେ ଜଳ ସମ୍ପଦ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ ଓ ଖଣି, ଯୋଜନା ଓ ସଂଯୋଜନ, ବାଣିଜ୍ୟ ଓ ପରିବହନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଆଜି ପ୍ରଶ୍ନ କାଳ ରହିଚି। ତା ସାଙ୍ଗକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି। ସେହିଭଳି ବିରୋଧୀ ପକ୍ଷରୁ ମୁଲତବୀ ପ୍ରସ୍ତାବ ମଧ୍ୟ ଆସିବାର ସମ୍ଭାବନା ରହିଛି।

Spurious Liquor Spurious Liquor Tragedy Liquor Tragedy
Advertisment
Advertisment