/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737948666.jpg)
Who Can Apply for Awas Yojana
ଏବେ ବି ଲୋକେ ଜରିପାଲ ଟଣା ଘରେ ମୁଣ୍ଡ ଗୁଞ୍ଜୁଛନ୍ତି। କେଉଁଠି ଦିନରେ ଖରା ତ ରାତିରେ ତରା ଦେଖି ଦେଖି ଜୀବନ ବିତୁଛି। ଆଜି ଯାଏଁ ପ୍ରତିଟି ପରିବାରକୁ ପକ୍କା ଘରେ ରହିବାର ସୌଭାଗ୍ୟ ମିଳି ପାରିନାହିଁ। ବିଜେଡି ସରକାର ୨୪ ବର୍ଷ ଧରି ଏଠି ଗାଦି ମାଡି ବସିଥିଲେ ବି ଦୁଃଖୀ ଦରିଦ୍ରଙ୍କ ଦୁଃଖକୁ ସେ ଦେଖି ପାରିଲା ନାହିଁ। ତେବେ ଏବେ ଆଉ ଥରେ ସୁଯୋଗ ଆସିଛି। ପକ୍କା ଘରୁ ବଞ୍ଚିତ ଥିବା ପରିବାରକୁ ଘର ଖଣ୍ଡିଏ ଦେବା ପାଇଁ ମନ୍ତ୍ରୀମାନେ ନିଜେ ଯାଇ ଘର ଘର ବୁଲି ସର୍ଭେ କରୁଛନ୍ତି। ଏ ସମ୍ପର୍କିତ ଖବର ଆପଣ ପାଇ ସାରିଛନ୍ତି।
ତେବେ ଏବେ ଆସନ୍ତୁ ଜାଣିବା କେଉଁମାନେ ଆବାସ ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ। ପୂର୍ବରୁ ଥିବା ନିୟମ ଠାରୁ ଏବେ ଏଥିରେ କୋହଳ କରାଯାଇଛି।
ଅଧିକ ପଢ଼ନ୍ତୁ: ମୋହନ ସରକାରକୁ ୮ ମାସ ପରେ ବି ପଦ ଫାଙ୍କା...ଖାଲି ପଡିଛି ସୂଚନା କମିଶନ୍, OERC ଅଧ୍ୟକ୍ଷ ପଦବୀ
ପୂର୍ବରୁ ଯେଉଁମାନଙ୍କର ଦୁଇଚକିଆ, ତିନିଚକିଆ, ଚାରିଚକିଆ ଯାନ ବା ମାଛଧରା ଡଙ୍ଗା ଥିଲା ସେମାନେ ଏଥିରୁ ବଞ୍ଚିତ ହେଉଥିଲେ। ହେଲେ ଏବେ କିନ୍ତୁ ଦୁଇଚକିଆ ଯାନ ଓ ମାଛ ଧରା ଡଙ୍ଗା ରଖିଥିବା ଲୋକେ ମଧ୍ୟ ଏହି ସୁବିଧା ପାଇବେ । ଘରର ଯଦି କେହି ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି ତେବେ ବି ସେହି ପରିବାର ଆବାସ ଯୋଜନାରେ ସାମିଲ୍ ହେବା ପାଇଁ ଆବେଦନ କରି ପାରିବେ। ପୂର୍ବରୁ ଏହା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଥିଲା।
ସେହିପରି ଯାହା ଘରେ ଫ୍ରିଜ୍ ଓ ଲ୍ୟାଣ୍ଡ୍ ଫୋନ୍ ରହିଛି ସେମାନେ ବି ନିଜ ପାଇଁ ଆବାସ ଯୋଜନାରେ ଘର ଟିଏ ପାଇଁ ଆପ୍ଲାଏ କରି ପାରିବେ। ଯାହାକି ପୂର୍ବରୁ ବ୍ୟବସ୍ଥାରେ ନ ଥିଲା। ସରକାର ନୂତନ ହିତାଧିକାରୀ ଚୟନ ନିମନ୍ତେ ଯେଉଁ ମାନଦଣ୍ଡ ରଖିଛନ୍ତି ତାହାକୁ ଅନୁଧ୍ୟାନ କରି ଯୋଗ୍ୟ ହିତାଧିକାରୀ ଏହାର ଫାଇଦା ନେଇ ପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)