• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ପିଲାବେଳୁ ଚାଷ ପ୍ରତି ଥିଲା ଦୁର୍ବଳତା । ସେଇ ନିଶାକୁ ଆଜି ପେଶାରେ ପରିଣତ କରି ବେଶ୍ ଚର୍ଚ୍ଚାରେ ଅଛନ୍ତି ଚାଷୀ ହରିହର ।  ନିଜ ବାଡ଼ିରେ ମହୁ ଚାଷ କରି ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଭଦ୍ରକ ଜିଲ୍ଲା ଧାମନଗର NAC ଅନ୍ତର୍ଗତ ଶ୍ୟାମପୁର ଗାଁର ହେଉଛି ମହୁ ଚାଷୀ ହରିହର ଗୋଚ୍ଛାୟତଙ୍କ ଘର । ୧୯୮୪ ମସିହାରେ ହରିହର ଭୁବନେଶ୍ୱର ଓଇଓଇଟି ଓ ଖଦି ବୋର୍ଡରୁ ଟ୍ରେନିଂ ନେଇ ପ୍ରଥମେ ନିଜ ଘର ପଛ ପାଖରେ ଥିବା ବାଡିରେ ୧୦ରୁ ୧୨ଟି ବାକ୍ସ ବସାଇ ମହୁ ଚାଷ ଆରମ୍ଭ କରିଥିଲେ । ମହୁ ଚାଷ ଭଲ ହେବାରୁ ଏବେ ୩୦୦ରୁ ଊର୍ଦ୍ଧ୍ୱ ମହୁ ବାକ୍ସ ଲଗାଇ ବାର୍ଷିକ ୫ ରୁ ୬ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଯାହା ଆଜି ତାଙ୍କୁ ନୂଆ ପରିଚୟ ଦେଇଛି । 

ଖାଲି ଏତିକି ନୁହଁ ଧାମନଗରର ବିଭିନ୍ନ ଗାଁର ଲୋକଙ୍କ ବାଡିରେ ବାକ୍ସ ବସାଇ ମହୁ ଆମଦାନୀ କରୁଛନ୍ତି ହରିହର । ଆମଦାନୀ ହୋଇଥିବା ମହୁକୁ ସେ ଭୁବନେଶ୍ବର, କଟକ ଓ ବାଲେଶ୍ଵର ଭଳି  ବିଭିନ୍ନ ବଜାରରେ ବିକ୍ରୟ ପାଇଁ ପଠାଉଛନ୍ତି । ହରିହରଙ୍କ ଏହି କାମରେ ସହଯୋଗ କରିଥାନ୍ତି ତାଙ୍କ ସ୍ତ୍ରୀ ଓ ଝିଅ । ଝିଅ ଶିବାନୀ ପ୍ରତିଦିନ ସକାଳୁ ଉଠି ମହୁ ମାଛିମାନଙ୍କୁ ଖାଦ୍ୟ ଦେବା ସହ ମହୁ ମାଛିମାନଙ୍କୁ ଜନ୍ଦା ପିମ୍ପୁଡ଼ି ମାନଙ୍କ ଠାରୁ ସୁରକ୍ଷା ଦିଅନ୍ତି । 

ବିନା ସରକାରୀ ସହାୟତାରେ ହରିହର ନିଜକୁ ଜଣେ ଭଲ ମହୁ ଚାଷୀ ବୋଲି ପ୍ରମାଣିତ କରିସାରିଛନ୍ତି । ଯଦି ଏବେ ସରକାରଙ୍କ ତରଫରୁ କିଛି ସହାୟତା ମିଳନ୍ତା ତେବେ ସେ ଏହି ଚାଷକୁ ଦ୍ଵିଗୁଣିତ କରିପରନ୍ତେ ବୋଲି ତାଙ୍କ ପରିବାର କହିଛି । ତାହାସହ ହରିହର ଓଡିଶାର ବିଭିନ୍ନ ସ୍ଥାନକୁ ଯାଇ ନୂତନ ମହୁ ଚାଷୀ ସୃଷ୍ଟି କରିବା ସହ ସରକାରୀ ଓ ବେସରକାରୀ ସ୍ତରରେ ଟ୍ରେନର ଭାବେ ଚାଷୀଙ୍କୁ ଟ୍ରେନିଂ ଦେଇପାରନ୍ତେ ।  

ଏହି ଚାଷ କେବଳ ଲାଭ ହିଁ ଲାଭ କ୍ଷତି ନାହିଁ । ଆଜିର ଯୁବକମାନେ ଚାକିରି ପଛରେ ନପଡ଼ି ଯଦି ଏହି  ଭଳି ଲାଭ ଦାୟକ ଚାଷ କରନ୍ତି ତେବେ ସେ ମଧ୍ୟ ହରିହରଙ୍କ ଭଳି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ ବୋଲି ହରିହର କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now