• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ରାସ୍ତା କଡରେ ଗଦା ହୋଇଛି ଶହଶହ ସିପ୍ଟ କାଠ ଗଣ୍ଡି ।  କିଏ କାଟୁଛି, କୁଆଡେ ଯାଉଛି । କାହାକୁ ଜଣା ନାହିଁ । ପ୍ରତ୍ୟେକ ଦିନ ରାତିରେ ଶହଶହ ସିପ୍ଟ କାଠ ପଡୁଛି ଓ ରାତାରାତି ଉଭାନ ହେଇଯାଉଛି । ବେଆଇନ ଭାବରେ କାଠ ମାଫିଆ ମାନେ ନିକଟରେ ଥିବା ଜଙ୍ଗଲ କାଟି ସଫା କରିଦେଉଛନ୍ତି । ଆଉ ବନବିଭାଗ କାଠ ମାଫିଆମାନଙ୍କୁ ସୁରକ୍ଷା ଯୋଗାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ  । 

ବ୍ୟାସନଗର ତଥା କୋରେଇ ଅଞ୍ଚଳର ଅନେକ ଜଙ୍ଗଲ ଏବେ କାଠ ମାଫିଆଙ୍କ ପାଇଁ ଉଜୁଡିବାକୁ ବସିଲାଣି । କାହିଁକି ବେଆଇନ କାଠ କଟା ଉପରେ ରୋକ ଲଗାଇ ପାରୁନି ବନ ବିଭାଗ ତାହା ଏବେ ବଡ଼ ପ୍ରଶ୍ନ  । ଏହା ଉପରେ ଉଚ୍ଚ ସ୍ଥରୀୟ ତଦନ୍ତ କରି ମାଫିଆ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ଲୋକେ  । ପରିବେଶ ସୁରକ୍ଷା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚକରି ଜଙ୍ଗଲ ସୃଷ୍ଟି କରୁଥିବାବେଳେ ଅନ୍ୟପଟେ କାଠ ମାଫିଆ ମାନେ ନିର୍ଭୟରେ ଜଙ୍ଗଲରୁ ଗଛ କାଟି ଲୁଟ କରୁଛନ୍ତି । 

ଜଙ୍ଗଲ ନଷ୍ଟ ପାଇଁ ଅନେକ ସମୟରେ ବନ୍ୟଜନ୍ତୁ ମାନେ ଜନବସତି ମୁହାଁ ହେଉଛନ୍ତି  । ଭିକିପୁର ଠାରେ ଥିବା ଗଡ଼ଗଡି ଜଙ୍ଗଲରେ ବଡ଼ବଡ଼ ଗଛ କଟାଯାଇଛି  । ବନବିଭାଗର କିଛି ଅସାଧୁ କର୍ମଚାରୀ ଓ କାଠ ମାଫିଆଙ୍କ ମଧୁଚନ୍ଦ୍ରିକାରେ ଜଙ୍ଗଲ ନଷ୍ଟ ହେଉଥିବା ଅଭିଯୋଗ ହେଉଛି ।  

କଟା ଯାଉଥିବା ଜଙ୍ଗଲ ଉପରେ ବନ ବିଭାଗ କେବେ ଦୃଷ୍ଟି ଦେଉଛି ଓ କାଠ ମାଫିଆ ମାନଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତାକୁ ଦେଖିବାକୁ ଅପେକ୍ଷା ।  

OTV is now on Whatsapp

Join and get latest news update delivered to you via whatsapp

Join Now