• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ପଶ୍ଚିମବଙ୍ଗରେ ବି ଭି.କେ ପାଣ୍ଡିଆନ୍‌  ଫର୍ମୁଲା । ଦିଦି ସିନା ମୁଖ୍ୟମନ୍ତ୍ରୀ ହେଲେ ଚାଲିଛି ପୁତୁରା ଶାସନ । ଓଡ଼ିଶାରେ ଯେମିତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖେ ପାଣ୍ଡିଆନ୍‌ ରୁହନ୍ତି । ସେହିପରି ମମତାଙ୍କ ସହ ରହିଥାନ୍ତି ପୁତୁରା ଅଭିଷେକ । ପୁତୁରା ଅଭିଷେକ ବାନାର୍ଜିଙ୍କ ବିନା ପରିମିସନ୍‌ରେ କାଳେ ଫାଇଲ୍‌ଟେ ବି ଘୁଞ୍ଚେନି ଦିଦିଙ୍କ ସାମ୍ରାଜ୍ୟରେ ।  ଏମିତି ଗୋଟିଏ ପଦରେ କହିବାକୁ ଗଲେ TMCର ସର୍ବେସର୍ବା ହେଉଛନ୍ତି ଅଭିଷେକ ବାନାର୍ଜି । 

ଓଡ଼ିଶା ଆଉ ପଶ୍ଚିମବଙ୍ଗ । ଏମାନେ ସିନା ଦୁଇଟା ରାଜ୍ୟ । ହେଲେ ଏମାନଙ୍କ ସବୁ କିଛି ପ୍ରାୟ ସମାନ । ଭାଷା କହିବାକୁ ଗଲେ ପ୍ରାୟ ପାଖାପାଖି । ପୂଜା ପର୍ବପର୍ବାଣୀରେ ମଧ୍ୟ ରୀତିନୀତି ସବୁ ସମାନ । ଆଉ ଶାସନରେ ଅଲଗା ଅବା ହୁଅନ୍ତା କେମିତି । ଓଡ଼ିଶାରେ ଭି.କେ ପାଣ୍ଡିଆନଙ୍କ ଗୋଟି ଚାଳନାରେ ପୂରା ବିଜେଡି ପରିଚାଳିତ ହେବା ସହ ରାଜ୍ୟକୁ ଶାସନ କରାଯାଉଥିଲା । ଆଉ ଏବେ ପଶ୍ଚିମବଙ୍ଗରେ ବି ସ୍ଥିତି ଠିକ୍‌ ସେମିତି । ଅର୍ଥାତ୍‌ ଅଭିଷେକ ବାନାର୍ଜୀଙ୍କ ଶାସନ । ଅଭିଷେକଙ୍କ ବିନା ଇସାରାରେ କାଳେ ମ୍ୟାଡାମ ମମତା କିଛି ବି କରନ୍ତିନି । ବର୍ତ୍ତମାନ କୋଲକାତା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଘଟଣା ପରେ ଏହି କଥା ବଡ଼ ହେବାକୁ ଲାଗିଲାଣି । 

ଅଭିଷେକ ବାନାର୍ଜୀ କେବଳ TMCକୁ ପରିଚାଳନା କରନ୍ତିନି, ପୂରା ସରକାରରେ ରହିଛି ତାଙ୍କ ଦବ୍‌ଦବା । ଦିଦିଙ୍କ ସରକାରୀ କାର୍ଯ୍ୟକ୍ରମରେ ସେ କୁଆଡେ ସାମିଲ ହୁଅନ୍ତି । ଖାଲି ଏତିକି ନୁହେଁ, ପଶ୍ଚିମବଙ୍ଗର କେଉଁ ସବୁ ଜିଲ୍ଲାରେ କିଏ କଲେକ୍ଟର ରହିବେ କିଏ ବଦଳି ହେବେ ସେ ନିଷ୍ପତ୍ତି ବି ନିଅନ୍ତି ଅଭିଷେକ । ପୋଲିସ ପ୍ରଶାସନରେ ଅଦଳବଦଳ କରିବାରେ ମଧ୍ୟ ତାଙ୍କର ଯଥେଷ୍ଟ ଭୂମିକା ରହିଥାଏ । ତେବେ ଗୋଟିଏ ପଦରେ କହିବାକୁ ଗଲେ BJDରେ ଭି.କେ ପାଣ୍ଡିଆନଙ୍କ ପରି TMCରେ ଅଭିଷେକ ବାନାର୍ଜି ହେଉଛନ୍ତି ଦ୍ୱିତୀୟ କ୍ଷମତା କେନ୍ଦ୍ର । 

ଅଭିଷେକ ବାନାର୍ଜୀ ବର୍ତ୍ତମାନ ତୃଣମୂଳ କଂଗ୍ରେସ ଲୋକସଭା ସାଂସଦ ଅଛନ୍ତି  ଏବଂ TMCର ଜାତୀୟ ମହାସଚିବ ଦାୟିତ୍ୱ ତୁଲାଉଛନ୍ତି । ପ୍ରାୟ ସମୟରେ ପଶ୍ଚିମବଙ୍ଗ ରାଜନୀତିରେ ମମତାଙ୍କ ଉତ୍ତରାଧିକାରୀ ହେବା ନେଇ ଅଭିଷେକଙ୍କ ନାଁ ଖୁବ୍‌ ଚର୍ଚ୍ଚା ହୁଏ । 

ହେଲେ ବର୍ତ୍ତମାନ କୋଲକାତାରେ ଲାଗିଥିବା ଦୁଷ୍କର୍ମ ନିଆଁ ପଛରେ କୁଆଡେ ଏହି ବାବୁଙ୍କ ହାତ ଥିବା ଚର୍ଚ୍ଚା ହେଉଛି । TMCର ଦ୍ୱିତୀୟ କ୍ଷମତା କେନ୍ଦ୍ରର ଇଙ୍ଗିତରେ କୁଆଡ଼େ ଏହି ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରାଯାଉଥିବା ସାଧାରଣ ଲୋକ କହୁଛନ୍ତି । ତେବେ ସିବିଆଇ ଏହି ସବୁ ଘଟଣାରେ ବାବୁଙ୍କ ହାତ ରହିଛି କି ନାହିଁ, ଜାଣିବାକୁ ଚେଷ୍ଟା କରିବ ନା କେବଳ ଅଭିଯୁକ୍ତମାନଙ୍କୁ ଧରି ପୀଡ଼ିତାଙ୍କୁ ନ୍ୟାୟ ଦେବ ଦେଖିବାକୁ ବାକି ରହିଲା । 

OTV is now on Whatsapp

Join and get latest news update delivered to you via whatsapp

Join Now