Advertisment

SCBରେ ଦୁଇ ରୋଗୀଙ୍କୁ ଦୁଷ୍କର୍ମ ଘଟଣା, ଡାକ୍ତରଙ୍କୁ ବହିଷ୍କାର ନିର୍ଦ୍ଦେଶ

କଟକ SCBରେ ଦୁଇ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ ଘଟଣା। ସଂପୃକ୍ତ ଡାକ୍ତରଙ୍କୁ ବହିଷ୍କାର ପାଇଁ ନିର୍ଦ୍ଦେଶ ।

author-image
Sangram Keshori Behera
ଅଦ୍ୟତନ ହୋଇଛି
SCB Medical

SCB Medical

କଟକ SCBରେ ଦୁଇ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ ଘଟଣା। ସଂପୃକ୍ତ ଡାକ୍ତରଙ୍କୁ ବହିଷ୍କାର ପାଇଁ ନିର୍ଦ୍ଦେଶ ହୋଇଥିବା ସୂଚନା ଦେଇଛନ୍ତି DMET ଡାକ୍ତର ସନ୍ତୋଷ ମିଶ୍ର। ସେ କହିଛନ୍ତି, ତଦନ୍ତକାରୀ କମିଟିର ରିପୋର୍ଟ ଅନୁସାରେ ସମ୍ପୃକ୍ତ ଡାକ୍ତରଙ୍କୁ ବହିଷ୍କାର କରିବାକୁ ପ୍ରିନ୍ସିପାଲଙ୍କୁ ନିର୍ଦେଶ ଦିଆଯାଇଛି। ଘଟଣାର ସତ୍ୟତା ଥିଲା ଓ ସମ୍ପୃକ୍ତ ଡାକ୍ତରଙ୍କ ଭୂମିକା ଥିଲା ବୋଲି ତଦନ୍ତରେ ଜଣାପଡିଥିବା କହିଛନ୍ତି DMET। 

Advertisment

ଏହାସହ ସଂପୃକ୍ତ ଡାକ୍ତରଙ୍କୁ କେହି ଫସାଇବା ପାଇଁ କେହି ଚେଷ୍ଟା କରୁ ନ ଥିବା କହିଛନ୍ତି ଡିଏମଇଟି । ଡାକ୍ତରମାନଙ୍କ ପାଇଁ ଶୃଙ୍ଖଳା ପାଳନର ନିୟମ ଥିଲେ ମଧ୍ୟ କିଏ ପାଳନ କରୁଛି, କିଏ କରୁନି ତାହା ଦେଖିବାକୁ ପଡିବ ବୋଲି କହିଛନ୍ତି DMET। 

କଟକ SCBରେ ୨ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଡାକ୍ତର ଗିରଫ ହୋଇଥିଲେ । ଗିରଫ ପରେ ତାଙ୍କୁ କୋର୍ଟ ଚାଲାନ କରାଯାଇଥିଲା । କାର୍ଡିଓଲୋଜି ବିଭାଗର ଡାକ୍ତର ଠାକୁର ଦିଲବାଗ ସିଂଙ୍କୁ ଗିରଫ କରିଥିଲା ପୋଲିସ। ଇସିଜି କରିବା ବାହାନାରେ ଡାକ୍ତର ଜଣକ ୨ ମହିଳା ରୋଗୀଙ୍କୁ ଦୁଷ୍କର୍ମ କରିଥିବା ନେଇ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଦୁଇ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା । ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିଥିଲା ସ୍ୱାସ୍ଥ୍ୟ ବିଭାଗ। କମିଟିରେ DMETସନ୍ତୋଷ ମିଶ୍ର, SCB ଅଧୀକ୍ଷକ ସୁଧାଂଶୁ ମିଶ୍ର ଓ ଯୁଗ୍ମ DMETରୋମା ରତନ ରହିଥିଲେ ।

Advertisment

ସେପଟେ କୋଲକାତାରେ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ପ୍ରତିବାଦ କରି ଭୁବନେଶ୍ୱର AIIMSରେ ଡାକ୍ତର ଆନ୍ଦୋଳନ ଜାରି ରହିଛି । ଆନ୍ଦୋଳନରେ ବସିଛନ୍ତି ଶହ ଶହ ରେସିଡେଣ୍ଟ ଡାକ୍ତର । ପୀଡ଼ିତାଙ୍କୁ ନ୍ୟାୟ ଦେବା ସହ ଡାକ୍ତରଙ୍କ ଲାଗି କେନ୍ଦ୍ରୀୟ ସୁରକ୍ଷା ଆଇନ ଆଣିବାକୁ ଦାବି ଦୋହରାଇଛନ୍ତି । ଏହାଛଡ଼ା ଯେପର୍ଯ୍ୟନ୍ତ ସରକାର ସୁରକ୍ଷା ଆଇନ ଆଣିନାହାନ୍ତି, ସେଯାଏଁ ଦୁର୍ବୃତ୍ତଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ ଆତ୍ମରକ୍ଷା କୌଶଳ ଶିଖିବା ସହ ପେପର ସ୍ପ୍ରେ ବ୍ୟବହାର ଭଳି ପନ୍ଥା ଆପଣେଇବାକୁ ନିଷ୍ପତ୍ତି ନେଇଛନ୍ତି ।

Cuttack SCB Medical
Advertisment
Advertisment