/odishatv-khabar/media/post_attachments/uploadimage/library/16_9/16_9_0/Flight_1733627319.jpg)
Flight
ବଡ଼ଦିନ ଓ ନୂଆ ବର୍ଷ ଛୁଟିରେ ଯାତ୍ରୀଙ୍କୁ ବିମାନ ସେବା କମ୍ପାନୀଙ୍କ ଝଟକା। ବଢିଛି ବିମାନ ଭଡ଼ା। ଯଦିଓ ଗତ କିଛି ଦିନ ଧରି ପୂଜା ସିଜିନରେ ଯାତ୍ରୀଙ୍କ ସଂଖ୍ୟା ବଢିଛି, ତେବେ ମହଙ୍ଗା ହୋଇଛି ବିମାନ ସେବା। ଏହାରି ଭିତରେ ଗତ ଡିସେମ୍ବର ୧ ତାରିଖରୁ ସରକାରୀ ତେଲ କମ୍ପାନୀ ମାନେ ଏଭିଏସନ୍ ଟର୍ବାଇନ୍ ଫୁଏଲ ବା ବିମାନ ଇନ୍ଧନ ଦରରେ ବୃଦ୍ଧି ଘୋଷଣା କରିଛନ୍ତି। ଫଳରେ କିଛି ବିମାନ ସେବା କମ୍ପାନୀ ନିଜ ନିଜ ବିମାନ ଭଡ଼ା ବଢାଇଥିବା ବେଳେ ଆଉ କିଛି ଖୁବଶୀଘ୍ର ଭଡା ବଢାଇପାରନ୍ତି।
ଯାହାର ସିଧାସଳଖ ପ୍ରଭାବ ପଡିଛି ଯାତ୍ରୀଙ୍କ ଉପରେ। ତେଲ କମ୍ପାନୀ ମାନେ ୧ ଡିସେମ୍ବରରୁ ଏଟିଏଫ୍ ର ଦର ଲିଟର ପିଛା ୧୩ ହଜାର ୧୮୧ ଟଙ୍କା ବୃଦ୍ଧି କରିଛନ୍ତି। ଦିଲ୍ଲୀରେ ଏଟିଏଫ୍ ଦର କିଲୋଲିଟର ପ୍ରତି ୯୧ ହଜାର ୮୫୬ ଥିବା ବେଳେ କୋଲକାତାରେ ୯୪ ହଜାର ୫୫୧, ମୁମ୍ବାଇରେ ୮୫ ହଜାର ୮୬୧ ଏବଂ ଚେନ୍ନାଇରେ ୯୫ ହଜାର ୨୩୧ ଟଙ୍କା ହୋଇଛି। ଇନ୍ଧନ ଖର୍ଚ୍ଚ ବୃଦ୍ଧି ସହ ବିମାନ ସେବା ପରିଚାଳନା ଖର୍ଚ୍ଚ ବଢୁଥିବାରୁ ମହଙ୍ଗା ହେଉଛି ବିମାନ ଭଡା। ଏଭଳି ସ୍ଥିତିରେ ବିଭିନ୍ନ ରାଜ୍ୟ ତେଲ ଉପରୁ ଭ୍ୟାଟ୍ ହ୍ରାସ କରିବାକୁ ଦାବି ହେଉଛି।
ଅଧିକ ପଢ଼ନ୍ତୁ: କିଏ ସେ ବଣିକ ? ଯିଏ ବିଜେଡି ଅମଳରେ କରୁଥିଲା ସରକାରୀ ଚାକିରି ବିକ୍ରି ?
ସେହିପରି ଡିସେମ୍ୱର ପହିଲାରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼ ହୋଇଛି। ଏଲପିଜି ସିଲିଣ୍ଡରର ଦର ବୃଦ୍ଧି ହୋଇଛି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି । ୧୯ କିଲୋଗ୍ରାମ କମର୍ସିଆଲ୍ ଏଲପିଜି ସିଲିଣ୍ଡର ପିଛା ୧୮ ଟଙ୍କା ବୃଦ୍ଧି କରାଯାଇଛି। ଏହାପୂର୍ବରୁ ନଭେମ୍ବର ପହିଲାରେ ମଧ୍ୟ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା। ତେବେ ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଅପରିବର୍ତ୍ତିତ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)