Advertisment

Negative People: ନେଗେଟିଭ୍ ଲୋକଙ୍କ ସହ ଡିଲ୍ କରିବାକୁ ୪ଟି ଉପାୟ

ସବୁ ଲୋକ ସହଜ ନୁହଁନ୍ତି। ଆପଣଙ୍କୁ ଅଡୁଆରେ ପକାଇବାକୁ କିଛି ଲୋକ ସବୁବେଳେ ତୟାର ହୋଇ ଥାଆନ୍ତି। ସେମାନେ ଏଥିରୁ କିଛି ଲାଭ ପାଆନ୍ତି ନାହିଁ, କେବଳ ଆପଣଙ୍କୁ ଅଡୁଆରେ ପକାଇ ସେମାନେ ଆନନ୍ଦ ପାଆନ୍ତି। ଆପଣଙ୍କ ସମୟ ମଧ୍ୟ ନଷ୍ଟ କରନ୍ତି। କିନ୍ତୁ ଆପଣଙ୍କୁ ତ ଏଭଳି ଲୋକଙ୍କ ସହ କାମ କରିବାକୁ ପଡ଼ିବ। ତେଣୁ ଏଭଳି ଲୋକଙ୍କ ସହ ଡିଲ୍ କରିବାକୁ ଏହି ୪ଟି ଉପାୟ ଅବଲମ୍ବନ କରନ୍ତୁ।

author-image
Amaresh Biswal
ଅଦ୍ୟତନ ହୋଇଛି
ନେଗେଟିଭ୍ ଲୋକଙ୍କୁ ଚିହ୍ନିବାର ଉପାୟ

ନେଗେଟିଭ୍ ଲୋକଙ୍କୁ ଚିହ୍ନିବାର ଉପାୟ

ଦୈନିକ ଆମେ ଭିନ୍ନ ଭିନ୍ନ ପ୍ରକାର ମଣିଷଙ୍କ ସଂସ୍ପର୍ଶରେ ଆସନ୍ତି। କିଛି ମଣିଷଙ୍କ ସହ ଭେଟ ହେଲେ ଆମକୁ ଭଲ ଲାଗେ। ସେମାନଙ୍କ ସହ ଜୀବନ ସହଜ ଅନୁଭବ ହୁଏ। କିନ୍ତୁ କିଛି ମଣିଷ ଥାଆନ୍ତି, ଯେଉଁମାନଙ୍କ କଥା ଭାବିଲେ ମନକୁ ଭୟ ଚାଲିଆସେ। ବେଳେବେଳେ ଆମେ ଆଲୋଚନା ପ୍ରସଙ୍ଗରେ ଯଦି କୌଣସି କୃପଣ ଲୋକର ନାଁ ନେଇଗଲେ, ତେବେ ଅନ୍ୟମାନେ କହି ଉଠନ୍ତି, ସକାଳୁ ସକାଳୁ ତା ନାଁ ନେଲେ ଖାଇବାକୁ ମିଳିବନି।

Advertisment

ଆମ ଚାରିପାଖରେ ସବୁବେଳେ ଏମିତି କିଛି ଲୋକ ଥାଆନ୍ତି, ଯେଉଁମାନେ ଆମ କାମକୁ କଷ୍ଟକର କରିଦିଅନ୍ତି। ଆପଣ ଯାହା କହିବେ ସେମାନେ ତା ଓଲଟା କଥା କହିବେ। ଆପଣଙ୍କର କୌଣସି ମତାମତକୁ ମାନନ୍ତି ନାହିଁ। ଅତି ସହଜ କାମଟିକୁ ନିଜର ଅହଂକାର ପାଇଁ କଠିନ କରିଦିଅନ୍ତି। ଆସନ୍ତୁ ଜାଣିବା, ଏପରି ନେଗେଟିଭ୍ ଲୋକଙ୍କ ସହ ଡିଲ୍ କରିବାକୁ ଏହି ୪ଟି ଉପାୟ।

କିଟିମିଟିଆ ଲୋକଙ୍କୁ ସାମ୍ନା କରିବାକୁ ୪ଟି ଉପାୟ

ଯୁକ୍ତିତର୍କ କରନ୍ତୁ ନାହିଁ: ଜାଣି ସିଆଣିଆ ନେଗେଟିଭ୍ ଲୋକମାନଙ୍କ ସହ କେବେ ଯୁକ୍ତିରେ ମାତନ୍ତୁ ନାହିଁ। ସେମାନେ ଚାହାଁନ୍ତି ଆପଣ ତାଙ୍କ ସହ ତର୍କ କରନ୍ତୁ ଓ ଆପଣଙ୍କ ସମୟ ନଷ୍ଟ ହେଉ। ଏଥିପାଇଁ ସେମାନେ ଆପଣଙ୍କୁ ଉସୁକେଇବେ। ଯଦି ଆପଣ ତାଙ୍କ ସହ ଯୁକ୍ତିତର୍କ କରିବାରେ ମାତିଗଲେ, ତେବେ ଆପଣଙ୍କୁ ସେ ନିଜ ସ୍ତରକୁ ନେବାରେ ସଫଳ ହୁଏ, ତା ସହିତ ଆପଣଙ୍କ ମୂଲ୍ୟବାନ ସମୟ ନଷ୍ଟ କରିବାରେ ସଫଳ ହୁଏ, ଯେଉଁ ସମୟରେ ଆପଣ କିଛି ନୂଆ କାମ କରିପାରିଥାନ୍ତେ। ଏହା ହିଁ ସେ ଚାହେଁ।

Advertisment

ଏଭଳି କ୍ଷେତ୍ରରେ ଆପଣ ଗୋଟିଏ କାମ କରିପାରିବେ। ତା କଥାକୁ ଆମୂଳଚୁଳ ଶୁଣନ୍ତୁ, କିନ୍ତୁ ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ। ଅତି ବେଶୀରେ ତାକୁ କୁହନ୍ତୁ- ଆପଣଙ୍କ ଅଭିଯୋଗ ମୁଁ ସବୁ ଶୁଣିଲି, ଏ ବିଷୟରେ ଅଧିକ ବିଚାର କରିବି। ଏବେ ଆମେ ଅନ୍ୟ କୌଣସି ପ୍ରସଙ୍ଗରେ କଥା ହେବା, ଏ ପ୍ରସଙ୍ଗରେ ସମୟ ନଷ୍ଟ କରିବାନି।

ସେମାନଙ୍କୁ ନିଜ କାମ ବିଷୟରେ ବୁଝେଇବାକୁ ଚେଷ୍ଟା କରନ୍ତୁ ନାହିଁ: ସାମଗ୍ରିକ ଭାବରେ, ଏଭଳି ଲୋକମାନେ ଆପଣଙ୍କୁ କୌଣସି ଏକ ଉପାୟରେ ବ୍ୟସ୍ତ ରଖିବାକୁ ଓ ବିବ୍ରତ କରିବାକୁ ଚାହାଁନ୍ତି। ଆପଣଙ୍କ ଯୁକ୍ତି ଆପଣ ଏକ୍ସପ୍ଲେନ୍ କରନ୍ତୁ ବୋଲି ସେ ଚାହିଁବ, ଯାହାକୁ ସେ ନିଜର ଯୁକ୍ତିରେ କାଟିବ। ଏହା ତା ପାଇଁ ଏକ ଆନନ୍ଦ। ତେଣୁ ଏଭଳି ସ୍ଥିତିରେ ଆପଣ ତାକୁ କେବଳ କୁହନ୍ତୁ- ‘ଏ ବିଷୟରେ ମୋର ନିଷ୍ପତ୍ତି ମୁଁ ପୂର୍ବରୁ ଶୁଣାଇ ସାରିଛି। ଆଉ ଅଧିକ ଆଲୋଚନା କରିବାକୁ ଚାହେଁନି। ମୁଁ କେବଳ ଚାହେଁ ଆପଣ ମୋ ନିଷ୍ପତ୍ତିକୁ ସମ୍ମାନ ଦିଅନ୍ତୁ।’

ନିଜକୁ କିମ୍ବା ନିଜର ଯୁକ୍ତିକୁ ବୁଝାଇବାକୁ ଚେଷ୍ଟା କରନ୍ତୁ ନାହିଁ: ଏହିଭଳି ଲୋକଙ୍କୁ ଆପଣ ନେଇଥିବା ନିଷ୍ପତ୍ତିର କାରଣ ସଂପର୍କରେ କିଛି ସ୍ପଷ୍ଚୀକରଣ ଦିଅନ୍ତୁ ନାହିଁ। ସେ ଏହା ଚାହେଁ ଯେ, ଆପଣ ନିଜର ଯୁକ୍ତି ଉପସ୍ଥାପନ କରନ୍ତୁ, ଆଉ ସେ ଏହାକୁ ଅନୁମତି ଦେଇ ଗର୍ବ ଅନୁଭବ କରିବ। ପ୍ରତିବଦଳରେ ଆପଣ କେବଳ ଏତିକି କହିପାରିବେ ଯେ, ଏହା ହିଁ ମୋ ପାଇଁ ସବୁଠାରୁ ଭଲ ନିଷ୍ପତ୍ତି ବୋଲି ମତେ ଲାଗିଲା।

ଆତ୍ମରକ୍ଷା ପାଇଁ ବ୍ୟବସ୍ଥା କରନ୍ତୁ ନାହିଁ: ଏଭଳି ଲୋକମାନେ ଆପଣଙ୍କୁ ହରାଇବାକୁ ଓ ଅଡୁଆରେ ପକାଇବାକୁ ଅନେକ ତର୍କ ନିୟମ ଆପଣଙ୍କ ଆଗରେ ଥୋଇବେ। ଚେଷ୍ଟା କରିବେ ଆପଣଙ୍କୁ ଅଡୁଆ ସୂତାରେ ବାନ୍ଧିବାକୁ। ଏଭଳି ପରିସ୍ଥିତିରୁ ଆପଣ ନିଜକୁ ମୁକୁଳାଇ ଆଣନ୍ତୁ। ତା ଏଜେଣ୍ଡା ଭିତରୁ ନିଜକୁ ରକ୍ଷା କରିବା ପରେ କୁହନ୍ତୁ- ଏଭଳି ସ୍ଥିତି ସଂପର୍କରେ ମୁଁ ବହୁତ କିଛି ଭାବିଛି। ତେଣୁ ଏ ନେଇ ଆଉ ଅଧିକ ଆଲୋଚନା କରିବାକୁ ଚାହେଁନି। 

Odisha Life Style Change In Mindset
Advertisment
Advertisment