Advertisment

BJD MLA Demands Alternative Liquor Bottle: ବିଧାନସଭାରେ ବିଜେଡି ବିଧାୟକଙ୍କ ଦାବି, ବଦଳାଯାଉ କାଚ ମଦବୋତଲ

କାଚ ମଦ ବୋତଲର ବିକଳ୍ପ ବ୍ୟବସ୍ଥା କରିବାକୁ ବିଧାନସଭାରେ ଦାବି କରିଛନ୍ତି ବିଜେଡି ବିଧାୟକ ସନା ମହାକୁଡ଼।

author-image
Prasan Subudhi
ଅଦ୍ୟତନ ହୋଇଛି
ସନା ମହାକୁଡ଼ଙ୍କ କାଚ ବୋତଲ ଚିନ୍ତା

ସନା ମହାକୁଡ଼ଙ୍କ କାଚ ବୋତଲ ଚିନ୍ତା

କାଚ ମଦ ବୋତଲ ବ୍ୟବହାର ଫଳରେ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଦୁଆମାନେ ମଦ ପିଇସାରିବା ପରେ ଏହାକୁ ରାସ୍ତାଘାଟ ଏପରିକି ବିଭିନ୍ନ ଜଳାଶୟକୁ ଫିଙ୍ଗି ଦେଉଥିବାରୁ ଏହାଦ୍ୱାରା ପରିବେଶ ଦୂଷିତ ହେବା ସହ ଛୋଟବଡ଼ ଦୁର୍ଘଟଣା ଘଟୁଥିବାରୁ ବିଜେଡି ବିଧାୟକ ସନା ମହାକୁଡ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆଜି ବିଧାନସଭାରେ ସନାଙ୍କ ମଦ ବୋତଲ ଆଉ ପରିବେଶ ଚିନ୍ତା ପ୍ରସଙ୍ଗ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ସନାଙ୍କ କହିବା କଥା ମଦୁଆମାନେ ଏହାକୁ ଏଣେ ତେଣେ ଫୋପାଡ଼ି ଛୋଟ ବଡ଼ ଦୁର୍ଘଟଣା ଘଟାଉଥିବାରୁ କାଚ ମଦ ବୋତଲକୁ ବଦଳାଯାଇ ଏହାର ବିକଳ୍ପ ବ୍ୟବସ୍ଥା କରାଯାଉ।

Advertisment

ବିଧାନସଭାରେ ଏକ ଲିଖିତ ପ୍ରଶ୍ନ କରି ସନା ଦାବି କରିଛନ୍ତି ଯେ, କାଚ ବୋତଲରେ ମଦ ବିକ୍ରି ହେଉଥିବାରୁ ବ୍ୟବହାର ପରେ ଅଧିକାଂଶ ଲୋକ ଏହାକୁ ଭାଙ୍ଗି ବାହାରେ ଫିଙ୍ଗୁଛନ୍ତି। ଏପରିକି ଚାଷ ଜମି, ଖୋଲା ପଡ଼ିଆ, ରାସ୍ତାକଡ଼ ଏହି ମଦ ବୋତଲକୁ ଫିଙ୍ଗା ଯାଉଛି। ନିଶା ହୋଇଗଲା ପରେ ମଦ୍ୟପମାନେ ସ୍ଥାନକାଳ ନଦେଖି ଯୋଉଠି ପାରୁଛନ୍ତି ସେଠି ମଦ ବୋତଲକୁ ଫୋପାଡ଼ି ଦେଉଛନ୍ତି। ଫଳରେ ସାଧାରଣ ଲୋକ ଓ ଜୀବଜନ୍ତୁ ଏହାକୁ ମାଡ଼ି ଆହତ ହେଉଛନ୍ତି। ଏ ବାବଦରେ ସରକାର ଅବଗତ ଅଛନ୍ତି କି ନାଇଁ ବୋଲି ସେ ପ୍ରଶ୍ନ କରିବା ସହ ଯଦି ଅବଗତ ଥାଆନ୍ତି ତେବେ ଏ ଦିଗରେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉଛି କି ବୋଲି ପ୍ରଶ୍ନ କରିଥିଲେ। 

ଅଧିକ ପଢନ୍ତୁ:ଏଇ ଜିଲ୍ଲା ମଦ ବିକ୍ରିରେ କରିଛି ରେକର୍ଡ, ବିଧାନସଭାରେ କହିଲେ ମନ୍ତ୍ରୀ

Advertisment

ଏଭଳି ଘଟଣା ନିୟମିତ ଲକ୍ଷ୍ୟ କରାଯାଉଛି। ଏ ବାବଦରେ ମଧ୍ୟ ସମସ୍ତେ ଉଣାଅଧିକେ ଅବଗତ ।  ଭଙ୍ଗା କାଚ ଦ୍ୱାରା ପରିବେଶ ନଷ୍ଟ ହେଉଥିବା ବେଳେ ଅନେକ ଲୋକ ଓ ପ୍ରାଣୀ ସମ୍ପଦ ଆହତ ହେଉଛନ୍ତି, ତେଣୁ ମଦ ବୋତଲର ବିକଳ୍ପ ବ୍ୟବସ୍ଥା କରିବାକୁ ବିଜେଡି ବିଧାୟକ ସନା ମହାକୁଡ଼  ବିଧାନସଭାରେ ଦାବି ଉପସ୍ଥାପନ କରିଥିଲେ। 

ଏହି ପ୍ରଶ୍ନର ଉତ୍ତର ଦେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ, ରାଜ୍ୟରେ କାଚ ବୋତଲରେ ମଦ ବିକ୍ରି ହେଉଛି। କିନ୍ତୁ ଏହାର ବ୍ୟବହାର ପରେ ମଦ୍ୟପମାନେ ବୋତଲକୁ ରାସ୍ତାଘାଟରେ ପକାଇବା ଓ ଏହାକୁ ମାଡ଼ି ସାଧାରଣ ଲୋକ ଓ ଜୀବଜନ୍ତୁ ଆହତ ହେବା ଖବର ସରକାରଙ୍କ ପାଖରେ ନାହିଁ। ତେବେ ସରକାର କେବଳ କାଚ ମଦ ବୋତଲ ବ୍ୟବହାର କରୁନାହାଁନ୍ତି। ଟେଟ୍ରା ପ୍ୟାକ୍‌ରେ ମଧ୍ୟ ସରକାର ମଦ ବିକ୍ରି ପାଇଁ ବ୍ୟବସ୍ଥା କରିଥିବା ଶ୍ରୀ ହରିଚନ୍ଦନ ସୂଚନା ଦେଇଥିଲେ।

ଅଧିକ ପଢନ୍ତୁ:ASO ଚାକିରି ବିକ୍ରି ନେଇ ରୁଲିଂ ଦାବି କଲେ ପ୍ରମିଳା, କାଉଣ୍ଟର୍ କଲେ ସନ୍ତୋଷ 

Bhubaneswar Odisha BJD MLA Liquor Tragedy
Advertisment
Advertisment