• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବାକୁ ଯାଉଛି ନୂଆ ଆପାର୍ଟମେଣ୍ଟ ଆଇନ । ଦୀର୍ଘ ବର୍ଷ ଧରି ଆପାର୍ଟମେଣ୍ଟ ପଞ୍ଜୀକରଣ କାର୍ଯ୍ୟ ଠପ୍ ହୋଇଯାଇଥିବାରୁ ପାଖପାଖି ୫ ହଜାର କୋଟି ଟଙ୍କାର ରିୟଲ ଇଷ୍ଟେଟ କାରବାର ପୁଣି ସଚଳ ହେବା ଆଶା କରାଯାଉଛି । ତେବେ ବିଧାନସଭାରେ ଆଗତ ଆପାର୍ଟମେଣ୍ଟ ବିଲରେ ଅନେକ ଦିଗ ସମ୍ପର୍କରେ ସ୍ପଷ୍ଟତା ନଥିବାରୁ ଦ୍ୱନ୍ଦ୍ୱରେ ରହିଛନ୍ତି ଉଭୟ ଗ୍ରାହକ ଓ ବିଲ୍ଡର ।

ରାଜ୍ୟ ରେ ବହୁ ପ୍ରତୀକ୍ଷିତ ଆପାର୍ଟମେଣ୍ଟ ପଂଜୀକରଣ ପାଇଁ ବାଟ ଫିଟିଛି । ହେଲେ ନୂଆ ଆଇନ୍ କିଭଳି ହେବ, ତାକୁ ନେଇ ଦ୍ୱନ୍ଦ୍ୱ, ବିବାଦ । ଗତକାଲି ବିଧାନସଭାରେ ଆପାର୍ଟମେଣ୍ଟ ଓନରସିପ୍ ବିଲ୍ ଆଗତ ପରେ କିଭଳି ହେବ ନୂଆ ଆଇନର ସ୍ୱରୂପ ତାକୁ ଅପେକ୍ଷା କରାଯାଇଥିବା ବେଳେ ଏପଟେ ବିଲ୍‌ରେ ଥିବା ବ୍ୟବସ୍ଥାକୁ ନେଇ ଏବେବି ଅବୁଝା ଉଭୟ ବିଲ୍ଡର ଓ ଗ୍ରାହକ । ପ୍ରଶ୍ନ ଉଠୁଛି ନୂଆ ଆଇନ ଲାଗୁ ପରେ ଫାଇଦା କାହାକୁ ହେବ ? ଆପାର୍ଟମେଣ୍ଟର କମନ ଏରିଆ, ସୋସାଇଟିକୁ ହସ୍ତାନ୍ତର ହେଲେ ଗ୍ରାହକଙ୍କୁ ଅଧିକ ଅର୍ଥ ଦେବାକୁ ପଡିବନି ତ ? 

ପୂର୍ବରୁ କମନ ଏରିଆ ବିଲ୍ଡରଙ୍କ ନାଁରେ ରହିଥିବା ବେଳେ ଏବେ ଜମି ସୋସାଇଟିକୁ ହସ୍ତାନ୍ତର ହେଲେ, କମନ୍ ଏରିଆ ରେଜିଷ୍ଟ୍ରସନ ବାବଦ ଖର୍ଚ୍ଚ କିଏ ବହନ କରିବେ ? ସେହିଭଳି ବିଲ୍ଡର ସଂସ୍ଥାର ସବୁ ଆପାର୍ଟମେଣ୍ଟ ବୁକିଂ ନ ହେଲେ କମନ ଏରିଆର ଉନ୍ନତୀକରଣ ଖର୍ଚ୍ଚ କିଏ କରିବେ ? ତେବେ ସେପଟେ ଏସବୁ ଭାର ଯଦି ବିଲଡରଙ୍କ ଉପରେ ପଡ଼େ, ଆପାର୍ଟମେଣ୍ଟ ଦାମ ବଢିବା ଏକ ପ୍ରକାର ନିଶ୍ଚିତ ବୋଲି ମତ ରଖିଛି ବିଲ୍ଡର ଆସୋସିଏସନ ।

ସେପେଟେ ଗ୍ରାହକଙ୍କ କହିବା କଥା କୌଣସି ଆପାର୍ଟମେଣ୍ଟ ବିକ୍ରି ବେଳେ ବିଲଡର ସମସ୍ତ ପ୍ରକାର ଚାର୍ଜ ଲଗାଇ ଆପାର୍ଟମେଣ୍ଟର ଦାମ ସ୍ଥିର କରିଥାନ୍ତି। ତେଣୁ ନୂଆ ନିୟମ ଲାଗୁ ପରେ ଆପାର୍ଟମେଣ୍ଟ ଦାମ ବଢିବାର କୌଣସି କାରଣ ନାହିଁ। ପୂର୍ବରୁ ଏ ସବୁ ନିୟମ ରେରା ନିୟମାବଳିରେ ବି ଉଲ୍ଲେଖ ରହିଛି। ତେବେ ରାଜ୍ୟରେ ବିଧିବଦ୍ଧ ଆଇନ ନଥିବାରୁ ତାହା ଅନୁପାଳନ କରାଯାଉନଥିଲା । ନୂଆ ଆପାର୍ଟମେଣ୍ଟ ଆଇନ ଲାଗୁ ହେବା ପରେ ଏହାକୁ ବିଲ୍ଡରମାନେ କାର୍ଯ୍ୟକାରୀ କରିବେ । ସେପଟେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ନୂଆ ଆଇନରେ ସବୁ ସୁବିଧା ରହିଛି ।