• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ରାସନ କାର୍ଡଧାରୀଙ୍କ ଲାଗି ବଡ଼ ଖବର

  • ଏଇମାନଙ୍କର କଟିବ ରାସନ କାର୍ଡ଼

  • ଗାଇଡ୍‌ଲାଇନ୍‌ରେ ଆସିଲା ନୂଆ ବ୍ୟବସ୍ଥା

ରାସନକାର୍ଡଧାରୀ ଧ୍ୟାନ ଦିଅନ୍ତୁ । ଏଣିକି ଆଉ ଆପଣଙ୍କୁ ମିଳିନପାରେ ସରକାରୀ ରାସନ୍‌ । ଅବଶ୍ୟ ସମସ୍ତଙ୍କର କାର୍ଡ କଟିଯିବ ବୋଲି ଆମେ କହୁନାହୁଁ । ହେଲେ ଅଧିକାଂଶ ହିତାଧିକାରୀଙ୍କ କଟିବ ରାସନ କାର୍ଡ । ସେଇମାନଙ୍କର ରାସନକାର୍ଡ କଟିବ ଯେଉଁମାନେ ସରକାରଙ୍କ ନିର୍ଦ୍ଧାରଣ ଅନୁସାରେ ଯୋଗ୍ୟ ବିବେଚିତ ହେବେ ନାହିଁ ।

ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ନିୟମ ଅନୁସାରେ, ୨୦୨୩ ମସିହା ସୁଦ୍ଧା ଯେଉଁମାନେ ରାସନ ପାଉଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଅଯୋଗ୍ୟ । କିନ୍ତୁ ସରକାରୀ ସୁବିଧା ସେମାନେ ପାଉଛନ୍ତି । ତେଣୁ ଅନେକ ଯୋଗ୍ୟ ହିତାଧିକାରୀ ରାସନ ପାଇବାରୁ ବଂଚିତ ହୋଇଛନ୍ତି । ତେଣୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ରାସନ ପହଞ୍ଚାଇବାକୁ ସରକାର ଉଦ୍ୟମ କରୁଛନ୍ତି ।

 

କେଉଁମାନଙ୍କର କଟିବ ରାସନ କାର୍ଡ଼?

ଯେଉଁ ହିତାଧିକାରୀଙ୍କର ଫ୍ଲାଟ୍‌ କିମ୍ବା ୧୦୦ ବର୍ଗ ମିଟରରୁ ଅଧିକ ଏରିଆର ଘର ଥିବ

୪ ଚକିଆ ଯାନ ଥିଲେ ବି କଟିବ କାର୍ଡ଼

ଟ୍ରାକ୍ଟର, ଅସ୍ତ୍ରଶସ୍ତ୍ର ଲାଇସେନ୍ସ ଥିଲେ ମିଳିବନି ରାସନ

ଗାଁରେ ୨ ଲକ୍ଷ ଏବଂ ସହରରେ ବାର୍ଷିକ ୩ ଲକ୍ଷରୁ ଅଧିକ ରୋଜଗାର ଥିବ

ଯଦି ଉପରୋକ୍ତ ନିୟମରେ ଆପଣ ଖିଲାପ କରିଛନ୍ତି ତେବେ ଆପଣଙ୍କର କଟିବ ରାସନ କାର୍ଡ଼ । ଏମିତିକି ନିୟମ ହେବା ପରେ ବି ଯେଉଁମାନେ ରାସନକାର୍ଡ ନଫେରାଇବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର । ଖାଲି ଏତିକି ନୁହେଁ ବରଂ ଯେଉଁଦିନରୁ ସେମାନେ ରାସନ ନେଇଛନ୍ତି ସେହି ଦିନରୁ ସେମାନଙ୍କୁ ରାସନ ଫେରାଇବାକୁ ପଡ଼ିବ ବୋଲି କୁହାଯାଉଛି । ଯଦି ଆପଣ ନିଜକୁ ଅଯୋଗ୍ୟ ଭାବୁଛନ୍ତି ତେବେ ତୁରନ୍ତ ପ୍ରଶାସନ ସହ ଯୋଗାଯୋଗ କରି ଫେରାଇ ଦିଅନ୍ତୁ ରାସନକାର୍ଡ଼...।