/odishatv-khabar/media/post_attachments/uploadimage/library/16_9/16_9_0/constble_1679996162.jpg)
constble
ପ୍ରଥମେ ପ୍ରେମ ପରେ ସେକ୍ସ ଆଉ ତା’ପରେ ଧୋକା । ବିବାହର ପ୍ରତିଶ୍ରୁତି ଦେବାପରେ ଜଣେ କନେଷ୍ଟବଳ ଏପରି କରିଥିବା ଅଭିଯୋଗ ହୋଇଛି । ଏହି ଯୁବତୀଙ୍କ ସହ ୭ ବର୍ଷ ଲିଭିଇନରେ ରହିବା ପରେ ଧୋକା ଦେଇ ଛୁ ମାରିଛନ୍ତି କନେଷ୍ଟବଳ ପ୍ରୀତିରଞ୍ଜନ ବେହେରା । ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ ।
Advertisment
ପ୍ରୀତିରଞ୍ଜନ ବେହେରା କଟକ ରେ 6th ବାଟାଲିୟନରେ କନେଷ୍ଟବଳ ଭାବରେ ନିଯୁକ୍ତ ଅଛନ୍ତି । ତେବେ ଜଣେ ଯୁବତୀଙ୍କ ସହ ସେ ୭ ବର୍ଷ ସମ୍ପର୍କ ରଖିବା ପରେ ବର୍ତ୍ତମାନ ତାଙ୍କୁ ଧୋକାଦେଇଥିବା ନେଇ ଅଭିଯୋଗ କରିଛନ୍ତି ସଂପୃକ୍ତ ଯୁବତୀ । ଏଥିସହ ଯୁବତୀଙ୍କଠାରୁ ୨୦ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟ୍ ନେଇ ମଧ୍ୟ ଅଭିଯୋଗ କରିଛନ୍ତି ସଂପୃକ୍ତ ଯୁବତୀ ।
ଏନେଇ ଯୁବତୀ ଜଣକ ମଞ୍ଚେଶ୍ୱର ଥାନାରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ସଂପୃକ୍ତ ଯୁବତୀ ଜଣକ ଡିସିପି ଅଫିସର ଦ୍ୱାରସ୍ଥ ହୋଇଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)