Advertisment

ଗାଡ଼ି ଚଢ଼ିବାକୁ ମନ, ହେଲେ ନିୟମ ମାନିବାକୁ ନାରାଜ; ଫସିଲେ ଛାତ୍ରଛାତ୍ରୀ

ବିନା ଲାଇସେନ୍ସରେ ଗାଡ଼ି ଚଲାଇ ଫସିଲେ ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀ। ୧୮ ବର୍ଷରୁ କମ୍ ପୁଅଝିଅମାନେ ବିନା ହେଲ୍‌ମେଟ୍‌ ଓ ଡିଏଲ୍‌ରେ ଗାଡ଼ି ଚଲାଇବାରୁ ଆଜି ସାରା ରାଜ୍ୟରେ ହଜାର ହଜାର ଟଙ୍କା ତଣ୍ଡ ଗଣିଛନ୍ତି ଅଭିଭାବକ।

author-image
Pramod Behera
ଅଦ୍ୟତନ ହୋଇଛି
undefined

Students caught driving without license

ବିନା ଲାଇସେନ୍ସରେ ଗାଡ଼ି ଚଲାଇ ଫସିଲେ ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀ। ୧୮ ବର୍ଷରୁ କମ୍ ପୁଅଝିଅମାନେ ବିନା ହେଲ୍‌ମେଟ୍‌ ଓ ଡିଏଲ୍‌ରେ ଗାଡ଼ି ଚଲାଇବାରୁ ଆଜି ସାରା ରାଜ୍ୟରେ ହଜାର ହଜାର ଟଙ୍କା ତଣ୍ଡ ଗଣିଛନ୍ତି ଅଭିଭାବକ। ଆଗକୁ ଜିରୋ ଫାଟାଲିଟି ଉଇକ୍ ପାଳନ ହେଉଥିଲା ବେଳେ କଡ଼ାକଡ଼ି ଚେକିଂ ଜାରି ରହିବ ବୋଲି ପରିବହନ ବିଭାଗ କହିଛି।

Advertisment

ଗାଡ଼ି ଚଢ଼ିବାକୁ ଆଗ୍ରହ ହେଲେ ନିୟମ ମାନିବାକୁ ନାରାଜ। ଏମିତିକି ଫାଇନ ପଡ଼ିଲେ ପୁରୁଣା ଗାଡ଼ି ପୋଲିସ୍ ପାଖରେ ଛାଡ଼ିଦେଇ ନୂଆ ଗାଡି କିଣିବାକୁ ପ୍ରସ୍ତୁତ ହେଇଯାଉଛନ୍ତି, କିନ୍ତୁ ହେଲ୍‌ମେଟ୍‌ ପିନ୍ଧିବାକୁ ପୂରା ଅମଙ୍ଗ। ତେବେ ସଡ଼କ ସୁରକ୍ଷା ନିୟମ ମାନୁ ନଥିବା କାରଣରୁ ଆଜି ସାରା ରାଜ୍ୟରେ ଏକାଧିକ ଖିଲାପିକାରୀଙ୍କୁ ଧରି କଡ଼ା ଫାଇନ୍ କଶିଛି ପୋଲିସ୍ ଆଉ ପରିବହନ ବିଭାଗ।

ଏହାରି ଭିତରେ ଫସିଛନ୍ତି ଏକାଧିକ ଛାତ୍ରଛାତ୍ରୀ। କିଏ ସ୍କୁଲରେ ପଢ଼ୁଛି ତ ଆଉ କିଏ କଲେଜ୍‌ରେ। ୧୮ ବର୍ଷରୁ କମ ହୋଇଥିଲେ ବି ରାଜରାସ୍ତାରେ ବେଫିକର ଚଲାଉଛନ୍ତି ଟୁ୍-ହୁଇଲର୍। ଏପ୍ରିଲ ପହିଲାରୁ ଜିରୋ ଫାଟାଲିଟି ଉଇକ୍ ପାଳନ ହେବାକୁ ଥିବାବେଳେ ପରିବହନ ବିଭାଗ ଏବେଠାରୁ ନିୟମ କଡ଼ାକଡି କରିଛି। ବିଶେଷକରି ୧୮ ବର୍ଷରୁ କମ୍ ଛାତ୍ରଛାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଇଛି। ଫଳସ୍ୱରୂପ ଅଭିଭାବକଙ୍କୁ ଆଜି ଗଣିବାକୁ ପଡ଼ିଛି ମୋଟା ଅଙ୍କର ଫାଇନ୍। ଏମିତିକି କାହା କାହା ଉପରେ ୨୫ ହଜାର ଟଙ୍କା ବି ଫାଇନ୍ ପଡ଼ିଛି।

Advertisment

କଟକ, ଭୁବନେଶ୍ୱର, ରାଉରକେଲା, ସମ୍ବଲପୁର ଆଦି ରାଜ୍ୟର ପ୍ରମୁଖ ସହରଗୁଡିକରେ ଆଜି ଦିନତମାମ୍ ଯାଞ୍ଚ ଚାଲିଥିଲା ବେଳେ ବିଭିନ୍ନ ସ୍ଥାନରେ ସ୍କୁଲ୍ ଓ କଲେଜ ପଢ଼ୁଆ କମ ବୟସର ପିଲାଙ୍କୁ ଅଟକାଇ ଯାଞ୍ଚ କରିଛି ପୋଲିସ୍। କାହା ପାଖରେ ଡିଏଲ୍ ନାହିଁ ତ ଆଉ କାହା ମୁଣ୍ଡରେ ହେଲ୍‌ମେଟ୍। ଖାଲି ସହରରେ ନୁହେଁ ଏମିତିକି ଉପାନ୍ତ ରାୟଗଡ଼ାରେ ବି ଆଜି ୩ ନାବାଳକଙ୍କ ଉପରେ ୭୫ ହଜାର ଟଙ୍କା ଫାଇନ୍ ପଡ଼ିଛି।

ସରକାରଙ୍କ ଏ ପଦକ୍ଷେପକୁ ନେଇ ମିଶ୍ର ପ୍ରତିକ୍ରିୟା ଆସିଛି। ତେବେ ପ୍ରକୃତରେ ଏହା କେତେ ସୁଫଳ ଆଣିଦେଉଛି ତା’ରି ଉପରେ ସମସ୍ତଙ୍କ ନଜର ରହିଛି।

Student Driving Licence School Students
Advertisment
Advertisment