• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଧାନସଭା ଶୂନ୍ୟକାଳରେ ଉଠିଲା ମହାନଦୀ ଜଳ ସଂକଟ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ମହାନଦୀ ଜଳ ସଂକଟ ଓ ମହାନଦୀ ବିବାଦ ଉପରେ ଗୃହରେ ବହୁତ ଥର ଆଲୋଚନ ହୋଇଛି । ୨୦୧୭ ଡିସେମ୍ବର ୭ ତାରିଖରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଓ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଠନ ହୋଇଥିଲା ।

ଅଧିକ ପଢ଼ନ୍ତୁ: ବବିଙ୍କୁ ୪ ଜିଲ୍ଲା ଦାୟିତ୍ୱ ନେଇ ଜୟଙ୍କ କଟାକ୍ଷ, କହିଲେ ସଂଗଠନ ନୁହେଁ ପାର୍ଟି ଫଣ୍ଡ ଆଦାୟ ପାଇଁ ମିଳିଛି ଦାୟିତ୍ୱ

ଏହି ଦୁଇ କମିଟିର ବୈଠକ କେବେ କେବେ ବସିଥିଲା ଓ କମିଟି କଣ କଣ କରିଛନ୍ତି, କଣ ପ୍ରସ୍ତାବ ଦେଇଛନ୍ତି, ତାହା ସମସ୍ତଙ୍କୁ ଅବଗତ କରାଯାଉ । ମହାନଦୀ ଟ୍ରିବ୍ୟୁନାଲରେ ରାଜ୍ୟ ସରକାର ୬ ଜଣ ବରିଷ୍ଠ ଓକିଲଙ୍କୁ ନିୟୋଜିତ କରିଛନ୍ତି, ସେମାନଙ୍କ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି । ତାର ପୂର୍ଣ୍ଣାଙ୍ଗ ରିପୋର୍ଟ ସରକାର ଗୃହରେ ଉପସ୍ଥାପନ କରନ୍ତୁ ବୋଲି ଦାବି କରିଛନ୍ତି ଜୟନାରାୟଣ ।

ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ମହାନଦୀ ନେଇ ୨ଟି କମିଟି ଗଠନ ହୋଇଛି । କିନ୍ତୁ ଯାହା ଜଣାପଡୁଛି, ଏହି ଦୁଇ କମିଟିର ଗୋଟିଏ ମଧ୍ୟ ବୈଠକ ହୋଇନାହିଁ । ମହାନଦୀ ଜଳ ବିବାଦକୁ ନେଇ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ମଧ୍ୟ ବହୁତ ଉତ୍ସାହିତ । କିନ୍ତୁ ତାଙ୍କର ମଧ୍ୟ କିଛି ହସ୍ତକ୍ଷେପ ନାହିଁ ।

ମହାନଦୀ ନେଇ ଗୃହରେ ମୋସନ ଆଲୋଚନା ହେବ । ହେଲେ ସେହି ସମୟରେ ମୁଖ୍ୟମନ୍ତ୍ରୀ ଜାପାନ ଯାଉଛନ୍ତି । ଯଦି ମୁଖ୍ୟମନ୍ତ୍ରୀ ନ ରହିବେ, ତାର କଣ ଗୁରୁତ୍ୱ ରହିବ ବୋଲି ପଚାରିଛନ୍ତି ନରସିଂହ । ମହାନଦୀ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଗୃହରେ ଉପସ୍ଥିତ ରହନ୍ତୁ ଏବଂ ଆଲୋଚନା ସରିବା ପରେ, ୬ ତାରିଖ ପରେ ଯାଆନ୍ତୁ ବୋଲି କହିଛନ୍ତି ନରସିଂହ ମିଶ୍ର ।