Advertisment

Special Story: ଗୁହାରି ଶୁଣିଲେ ମୁଖ୍ୟମନ୍ତ୍ରୀ; କୁନି ପୁଅ ପାଇଁ ମଗାଇଲେ ଆମ୍ୱୁଲାନ୍ସ, ଦେଲେ ଚିକିତ୍ସା ନିର୍ଦ୍ଦେଶ

ପ୍ରତ୍ୟୁଷଙ୍କ ଅବସ୍ଥା ଦେଖୁ ଦେଖୁ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତୁରନ୍ତ ଆମ୍ୱୁଲାନ୍ସ ମଗାଇ ଶିଶୁଟିକୁ କ୍ୟାପିଟାଲ ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରିଥିଲେ। ତେବେ ଶିଶୁଟିର ଅଧିକ ଚିକିତ୍ସା ପାଇଁ ଏବେ ତାକୁ SCB ମେଡ଼ିକାଲ ପଠାଯାଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
Medical Assistance

Medical Assistance

ଜୀବନ ସହ ଜୁଝୁଥିଲା କୁନିପୁଅ... ମା’ ଆଖିରୁ ଝରିପଡ଼ୁଥିଲା ଧାର ଧାର ଲୁହ । ବାପା ବି ଅସହାୟ ଥିଲେ, କାରଣ ପୁଅର ଚିକିତ୍ସା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା । ଆଉ ସେଇଥିପାଇଁ ଧାଇଁ ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ। ଆଉ ତାପରେ ଘଟିଥିଲା କିଛି ଏମିତି.... ଯାହା ଶୁଣିଲେ ଆପଣ ବି କହିବେ ସାବାସ୍ ମୁଖ୍ୟମନ୍ତ୍ରୀ।

Advertisment

୧୬ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଜନତାଙ୍କ ଗୁହାରି ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବ ସରକାରରେ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ପତ୍ର ଗ୍ରହଣ କରାଯାଉଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଆସୁନଥିଲେ । ସରକାର ବଦଳିବା ପରେ କିନ୍ତୁ ଏହି ଧାରା ବଦଳିଛି । ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଅଭିଯୋଗ ପ୍ରକୋଷ୍ଠକୁ ଆସିବା ସହ ଜନତାଙ୍କ ଅଭିଯୋଗ ବ୍ୟକ୍ତିଗତ ଭାବେ ଶୁଣୁଛନ୍ତି । ବିଭିନ୍ନ ଜିଲ୍ଲାରୁ ଲୋକେ ଆସି ଭିଡ଼ ଜମାଉଛନ୍ତି ।  କିଏ ପେନସନ ସମସ୍ୟା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରୁଛି ତ କିଏ ପୁଣି  ବାସହରା ଦୁଃଖ ନେଇ ସହାୟତା ଲୋଡୁଛନ୍ତି । ନିଜ ସମସ୍ୟା ନେଇ ଅନେକ ବୟବୃଦ୍ଧ ବ୍ୟକ୍ତି ବି ଗୁହାରି କରିବାକୁ ଆସିଛନ୍ତି । 

ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଥିଲେ ବୌଦ୍ଧ ଜିଲ୍ଲାର ହେରମ୍ବ ଗିରି। ୭ ବର୍ଷର ପୁଅ ପ୍ରତ୍ୟୁଷ ଗିରି ଅଜଣା ରୋଗରେ ପୀଡିତ। ପରିସ୍ଥିତି ଏତେ ଖରାପ ଯେ ସେ ତାର ଦୁଇ ଦୁଇଟି ଆଖି ହରାଇ ବସିଛି। ବାପା ଓ ମାଆ ଦୁହେଁ ଚିକିତ୍ସା ପାଇଁ ହସ୍ପିଟାଲକୁ ଦୌଡ଼ି ଦୌଡ଼ି ସର୍ବସ୍ୱାନ୍ତ ହୋଇସାରିଥିଲେ। ଶେଷରେ ନିରୁପାୟ ହୋଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଥିଲେ। ଆଉ ତାପରେ ଯାହା ହୋଇଥିଲା ହେରମ୍ୱଙ୍କ ମୁହଁରେ ହସ ଫୁଟାଇ ଦେଲା ।

Advertisment

ଅଧିକ ପଢ଼ନ୍ତୁ: ଜନ୍ତାରେ ଜିନ୍ନତ; ଖୁବଶୀଘ୍ର ଶିମିଳିପାଳ ଫେରିବ ମରାଠା ବାଘୁଣୀ

ପ୍ରତ୍ୟୁଷଙ୍କ ଅବସ୍ଥା ଦେଖୁ ଦେଖୁ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତୁରନ୍ତ ଆମ୍ୱୁଲାନ୍ସ ମଗାଇ ଶିଶୁଟିକୁ କ୍ୟାପିଟାଲ ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରିଥିଲେ। ତେବେ ଶିଶୁଟିର ଅଧିକ ଚିକିତ୍ସା ପାଇଁ ଏବେ ତାକୁ SCB ମେଡ଼ିକାଲ ପଠାଯାଇଛି। ଏହାସହ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ସବୁ ଅଭିଯୋଗର ସମାଧାନ ହେବ। ଏ ନେଇ ନିଶ୍ଚିତ ରୁହନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ମୁଖ୍ୟମନ୍ତ୍ରୀଙ୍କ ସହାୟତା ପରେ ପ୍ରତ୍ୟୁଷ ଖୁବଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବ ।

ଅଧିକ ପଢ଼ନ୍ତୁ: ଲୁଚକାଳି ଖେଳୁଛି ଶୀତ; ଉପରମୁହାଁ ହେଉଛି ପାରଦ...

Odisha CM
Advertisment
Advertisment