• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜୀବନ ଜାଗୃତି ଓ୍ୱେଲଫେୟାର ଟ୍ରଷ୍ଟ୍

ଜୀବନ ଜାଗୃତି ଓ୍ୱେଲଫେୟାର ଟ୍ରଷ୍ଟ୍ ଏକ ସାମାଜିକ ଅନୁଷ୍ଠାନ ଯାହା ଇଣ୍ଡିଆନ୍ ଟ୍ରଷ୍ଟ୍ ଆକ୍ଟ୍‌ ୧୮୮୨ ଅଧିନରେ ପଞ୍ଜିକୃତ । ଅବହେଳିତ, ଦୁଃସ୍ଥ ତଥା ବରିଷ୍ଠ ନାଗରିକଙ୍କୁ ସେବା ପ୍ରଦାନ ସହ ସେମାନଙ୍କ ମାନସିକ ଓ ଶାରିରୀକ ସ୍ୱାସ୍ଥ୍ୟବସ୍ଥାର ଯତ୍ନ ନେବା ହେଉଛି ଏହି ଟ୍ରଷ୍ଟ୍ର ମୂଳ ଲକ୍ଷ୍ୟ। ଚେୟାରମ୍ୟାନ୍ ତଥା ଫାଉଣ୍ଡର ମେମ୍ୱର ଡକ୍ଟର ଗୀତାଞ୍ଜଳି ଆରୋରାଙ୍କ ତତ୍ତ୍ୱାବଧାନରେ ଟ୍ରଷ୍ଟ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ଅନେକ ସେବାମୂଳକ କାର୍ଯ୍ୟ ହାତକୁ ନିଆଯାଇଛି ।

ବରିଷ୍ଠ ନାଗରିକ କିଭଳି ଚାପମୁକ୍ତ ଜୀବନ ସହ ଖୁସିରେ ବଞ୍ଚିବେ ସେ ଦିଗରେ କାର୍ଯ୍ୟ କରିଥାଏ ଜୀବନ ଜାଗୃତି ଓ୍ୱେଲଫେୟାର ଟ୍ରଷ୍ଟ୍ । ପ୍ରତି ୨ ମାସରେ ଗୋଟିଏ ସହରାଞ୍ଚଳରେ ଏବଂ ଗୋଟିଏ ଗ୍ରାମାଞ୍ଚଳରେ ବରିଷ୍ଠ ନାଗରିକଙ୍କ ପାଇଁ କ୍ୟାମ୍ପ୍‌ କରାଯାଇଥାଏ । ବୟସ୍କଙ୍କ ପାଇଁ ହେଲ୍ଥ୍ କେୟାର ସହ ସଚେତନତା ବୃଦ୍ଧିକରିବା ଲକ୍ଷ୍ୟରେ ଏସବୁ କ୍ୟାମ୍ପ ଅନୁଷ୍ଠିତ ହୋଇଥାଏ । ଏପରିକି ବରିଷ୍ଠ ନାଗରିକଙ୍କ ଘରକୁ ଘର ଯାଇ ଆଶୁ ଚିକିତ୍ସା, ଫିଜିଓଥେରାପି ଭଳି ବ୍ୟକ୍ତଗତ ସ୍ତରରେ ନାନା ସୁବିଧା ସୁଯୋଗ ଯୋଗାଇଥାଏ ଏହି ସଂସ୍ଥା ।

ଓମ୍‌ ଲିଜର୍‌ ଗ୍ରୁପ୍‌

ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ସୁଦୂର ପ୍ରସାରୀ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ଓମ୍‌ ଲିଜର ଗ୍ରୁପ । ପୁରୀ, ଭୁବନେଶ୍ୱର ଏବଂ ସାତପଡ଼ାରେ ସଂସ୍ଥା ପକ୍ଷରୁ ୩ଟି ବିଳାସପୂର୍ଣ୍ଣ ରିସୋର୍ଟ ରହିଛି ଯାହା ଦେଶ ଓ ଦେଶ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି । ୨୦୦୮ ମସିହାରେ ମାତ୍ର ୧ ବଖରା ଭଡ଼ା ଘରେ ୨ ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିବା ’ଓମ୍‌ ଟୁର୍‌’ ଅଧୁନା ଓମ୍‌ ଲିଜର୍‌ ଗ୍ରୁପରେ ପରିଣତ ହୋଇଛି । ଏବେ ଏଠାରେ ୨ଶହରୁ ଉର୍ଦ୍ଧ୍ୱ କର୍ମଚାରୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କାର୍ଯ୍ୟରତ ।

ଭୁବନେଶ୍ୱର, ପୁରୀ, ହାଇଦ୍ରାବାଦ, କୋଲକାତା ଆଦି ସ୍ଥାନରେ ସଂସ୍ଥା ପକ୍ଷରୁ କାର୍ଯ୍ୟାଳୟ ଖୋଲାଯାଇ ଓଡ଼ିଶା ପ୍ରତି ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରାଯାଉଛି । ଏଥିସହ ଓମ୍‌ ଲିଜର୍‌ ଟ୍ରାଭେଲ ମାଧ୍ୟମରେ ପର୍ଯ୍ୟଟକ ମାନଙ୍କ ଭ୍ରମଣ ବ୍ୟବସ୍ଥା କରାଯାଉଛି । ଗତ ୨୦୨୨-୨୩ ଆର୍ଥିକ ବର୍ଷରେ କମ୍ପାନୀର ବାର୍ଷିକ ବ୍ୟବସାୟ ପ୍ରାୟ ୧୨କୋଟିରେ ପହଂଚି ପାରିଛି ।

ବନ୍ୟା ଓ ବାତ୍ୟା ସମୟରେ ରିଲିଫ ବଣ୍ଟନ, ପର୍ଯ୍ୟଟନ ଦିବସ ଅବସରରେ ରକ୍ତଦାନ ଶିବିର, ପର୍ଯ୍ୟଟନସ୍ଥଳୀ ସଫେଇ ସମେତ ବିଭିନ୍ନ ପର୍ବପର୍ବାଣୀରେ ବୟସ୍କ ବ୍ୟକ୍ତି ବିଶେଷମାନଙ୍କୁ ନିଜସ୍ୱ ଖର୍ଚ୍ଚରେ ଶ୍ରୀକ୍ଷେତ୍ର ଭ୍ରମଣ ଆଦି କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଉଛି । ସେହିପରି ’ଆମକୁ ଚିହ୍ନ’ ନାମକ ଏକ କାର୍ଯ୍ୟକ୍ରମ ଜରିଆରେ ଦିବ୍ୟାଙ୍ଗ, ଥାର୍ଡ ଜେଣ୍ଡର, ସଫେଇ କର୍ମଚାରୀଙ୍କୁ ସମ୍ମାନୀତ କରାଯାଉଛି ।