• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରସାଦ ଜୁଏଲର୍ସ

ରାଉରକେଲାର ନାଁକରା ଅଳଙ୍କାର ଶୋରୁମ୍ ପ୍ରସାଦ ଜୁଏଲର୍ସ । ୧୯୫୮ରେ ସ୍ୱର୍ଗତ ଧରମନାଥ ପ୍ରସାଦଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ଏହି ଶୋରୁମ୍। ୧୯୬୪ରେ ଟ୍ରେଡିଂ ଲାଇସେନ୍ସ ପ୍ରାପ୍ତ କରେ ଏହି ସଂସ୍ଥା । ସେବେଠାରୁ ଏହି ସଂସ୍ଥା କ୍ବାଲିଟି ପ୍ରଡକ୍ଟ ଯୋଗାଇଆସିଛି । ୨ହଜାର ମସିହାରେ ଏକ ନୂଆ କନସେପ୍ଟ ନେଇ ଏହି ସଂସ୍ଥା ପ୍ରଥମେ କେଡିଏମ୍ ଜୁଏଲରୀ ଏବଂ ପରେ ହଲମାର୍କ ଗୋଲ୍ଡ ଜୁଏଲାରୀକୁ ଇଣ୍ଟରଡ୍ୟୁସ୍ କରେ ।

ଏବେ ଆଇଜିଆଇ ସାର୍ଟିଫିକେଟ୍ ଡାଇମଣ୍ଡ୍ ଜୁଏଲାରୀ ମଧ୍ୟ ପ୍ରସାଦ ଜୁଏଲର୍ସରେ ଉପଲବ୍ଧ । ସୁନ୍ଦରଗଡ଼, ସମ୍ୱଲପୁର ଓ ଝାରସୁଗୁଡ଼ାରେ ଏହାର ଶାଖା ଶୋରୁମ୍ ରହିଛି । କଷ୍ଟମର ଓରିଏଟେଡ୍ ସ୍କିମ୍ସ୍, ଏକ୍ସଚେଞ୍ଜ ଫାସିଲିଟି, ସ୍ପେଶାଲ୍ ଫେଷ୍ଟିଭାଲ କଲେକ୍ସନ୍ସ, ଗୋଲ୍ଡ ଇନଭେଷ୍ଟମେଣ୍ଟ ସୁବିଧା ଭଳି ଯୋଜନା ପ୍ରସ୍ତୁତ କରି ଗ୍ରାହକଙ୍କ ନିକଟତର ହୋଇପାରିଛି ପ୍ରସାଦ ଜୁଏଲର୍ସ।

ଏବେ ଏହା ପଶ୍ଚିମ ଓଡ଼ିଶାର ଏକ ଲୋକପ୍ରିୟ ଅଳଙ୍କାର ଶୋରୁମ୍। ପ୍ରସାଦ ଜୁଏଲର୍ସର ପ୍ରତିଷ୍ଠାତା ଧରମନାଥ ପ୍ରସାଦଙ୍କ ପୁଅ ଅନିଲ ପ୍ରସାଦ ଏବଂ ନାତି ମୋହିତ ପ୍ରସାଦ ଓ ସୌରଭ ପ୍ରସାଦ ଏବେ ଏହି ବ୍ୟବସାୟ ପରିଚାଳନା କରୁଛନ୍ତି । ଭବିଷ୍ୟତରେ ଓଡ଼ିଶା ତଥା ଭାରତର ଅନ୍ୟାନ୍ୟ ସହରରେ ନିଜର ବ୍ରାଞ୍ଚ ଖୋଲିବାକୁ ଲକ୍ଷ୍ୟ ରଖିଛି ପ୍ରସାଦ ଜୁଏଲାରୀ ।

ଖିମଜୀ ଜୁଏଲର୍ସ

ଓଡ଼ିଶାର ସର୍ବପୁରାତନ ଓ ଭରସାଯୋଗ୍ୟ ବ୍ରାଣ୍ଡ୍ ଭାବେ ପରିଚିତ ଖିମଜୀ ଜୁଏଲର୍ସ । ୧୯୩୬ ମସିହାରେ ଏହା ଆରମ୍ଭ ହୋଇଥିଲା । ଏହାର ଡାଇରେକ୍ଟର ମିତେଶ ଖିମଜୀଙ୍କ ଜେଜେଙ୍କ ତତ୍ତ୍ୱାବଧାନରେ ପ୍ରଥମେ ମୟୁରଭଞ୍ଜ ବାରିପଦାରୁ ଏକ ଜୁଏଲାରୀ ୱାର୍କସପ୍ ଭାବେ ଏହାର ସ୍ଥାପନ ହୋଇଥିଲା । ଏହାପରେ ୧୯୮୪ରେ ଭୁବନେଶ୍ୱରରେ ପ୍ରଥମ ଅର୍ଗାନାଇଜ୍ଡ ଷ୍ଟୋର ଖୋଲିଥିଲା ଖିମଜୀ ଜୁଏଲର୍ସ ।

ଆଜିର ଦିନରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ପୁରୀ, ରାଉରକେଲା ଓ ଝାରସୁଗୁଡ଼ା ସହରରେ ଏହାର ୭ଟି ଶାଖା ରହିଛି । ମୋଟ ୮ଶହ ଦକ୍ଷ କର୍ମଚାରୀ ଏ ସମସ୍ତ ଷ୍ଟୋରରେ କାର୍ଯ୍ୟରତ । ପ୍ରାୟ ୯ ଦଶନ୍ଧି ଧରି ଜୁଏଲାରୀ କ୍ଷେତ୍ରରେ ଗ୍ରାହକ ମାନଙ୍କୁ ନୂଆନୂଆ ଡିଜାଇନ୍ର ଜୁଏଲାରୀ ଭେଟି ଦେବାରେ ଖିମଜୀର ବଳିଷ୍ଠ ଅବଦାନ ରହିଆସିଛି । ସମସ୍ତ ଜୁଏଲାରୀ ସାମଗ୍ରୀରେ ବେଷ୍ଟ ପ୍ରାଇସ୍ ଓ ଲାଇଫ୍ ଟାଇମ୍ ଗ୍ୟାରେଣ୍ଟି ଦେଇ ଗ୍ରାହକଙ୍କ ସହ ଦୀର୍ଘବର୍ଷ ଧରି ଯୋଡି ହେବାରେ ଏହା ସକ୍ଷମ ହୋଇଛି । ସମସ୍ତ ପ୍ରକାର ଜୁଏଲାରୀ ଓ ଆସେସୋରିଜ୍ କୁ ଗୋଟିଏ ଛାତ ତଳେ ଉପଲବ୍ଧ କରିପାରିଛି ଖିମଜୀ ଜୁଏଲର୍ସ ।

ଅରୁନ୍ଧତୀ ଜୁଏଲର୍ସ

ରାଜ୍ୟରେ ଅଳଙ୍କାର ଶିଳ୍ପର ଅନ୍ୟତମ ପ୍ରମୁଖ ବିନ୍ଧାଣୀ ଅରୁନ୍ଧତୀ ଜୁଏଲର୍ସ । ଦୀର୍ଘ ୨୩ ବର୍ଷରୁ ଅଧିକ ସମୟ ଧରି ଅଳଙ୍କାର ପ୍ରିୟ ଗ୍ରାହକଙ୍କ ବିଶ୍ୱାସଭାଜନ ହୋଇପାରିଛି । ୨ହଜାର ମସିହାରେ ମାତ୍ର ୫ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଜୁଏଲର୍ସ ହାଉସ୍‍ରେ ଏବେ ପ୍ରାୟ ୧ହଜାର କର୍ମଚାରୀ ରୋଜଗାରକ୍ଷମ ହୋଇପାରିଛନ୍ତି । ଏବେ ପ୍ରାୟ ୧୦ ମିଲିୟନରୁ ଅଧିକ ଗ୍ରାହକ ଯୋଡି ହୋଇପାରିଛନ୍ତି ଅରୁନ୍ଧତୀ ଜୁଏଲର୍ସ ସହିତ ।

ସୁନା, ରୂପା, ଡାଏମଣ୍ଡ‍, ପ୍ଲାଟିନମ୍‍ ସହିତ ଅନ୍ୟାନ୍ୟ ଅଳଙ୍କାରର ବିଭିନ୍ନ ଭେରାଇଟି ଏବଂ ଲାଟେଷ୍ଟ ଡିଜାଇନିଂର ଏକ ଭଣ୍ଡାର ହେଉଛି ଅରୁନ୍ଧତୀ ଜୁଏଲର୍ସ । ରାଜ୍ୟରେ ଏବେ ୭ଟି ଶାଖାରେ ଏହାର ଶୋରୁମ୍‍ ରହିଥିବା ବେଳେ ଅନ୍ୟ ୪ଟି ନୂଆ ଶୋରୁମ୍‍ ଖୋଲିବାକୁ ଯୋଜନା ରଖିଛନ୍ତି ଅରୁନ୍ଧତୀ ଗ୍ରୁପର ମ୍ୟାନେଜିଂ ଡାଇରେକ୍ଟର ବ୍ରହ୍ମାନନ୍ଦ ମେହେର । କେବଳ ବ୍ୟବସାୟ ନୁହେଁ ବିଭିନ୍ନ ସମୟରେ ଭଳିକି ଭଳି ସାମାଜିକ ଦାୟିତ୍ୱ ସଂପାଦନ କରି ଗ୍ରାହକଙ୍କ ବିଶ୍ୱାସଭାଜନ ହୋଇପାରିଛି ରାଜ୍ୟର ଏହି ବ୍ରାଣ୍ଡ୍‍ ଜୁଏଲର୍ସ ।

ବିଶ୍ୱମ୍ ଜୁଏଲାରୀ

୨୦୨୧ ମସିହାରେ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ବିଶ୍ୱମ୍ ଜୁଏଲାରୀ ଏଇ କିଛି ବର୍ଷ ଭିତରେ ଗ୍ରାହକଙ୍କୁ ଆକୃଷ୍ଟ କରିପାରିଛି । ଏବେକାର ଯୁବପିଢୀଙ୍କୁ ପସନ୍ଦ ହେବା ଭଳି ବିଭିନ୍ନ ଡିଜାଇନର ସୁନା ଓ ରୂପା ଗହଣା ସହିତ ଘର ସଜାଇବା ସାମଗ୍ରୀ ମଧ୍ୟ ଏଠାରେ ଉପଲବ୍ଧ । ହଲମାର୍କ ସହ ପାଖାପାଖି ୪୩ ହଜାର ପ୍ରକାରର ଡିଜାଇନ୍ ଏବଂ କିଛି ସ୍ୱତନ୍ତ୍ର ଡିଜାଇନର ଗହଣା ପ୍ରସ୍ତୁତ କରିଥାଏ ଏହି ସୋରୁମ୍ ।

ସୁନାଗହଣାର ମରାମତି କାମ ସହିତ ହୋମ୍‌ ଡେଲିଭରିର ସୁବିଧା ମଧ୍ୟ ରହିଛି ଏହି ସୋ-ରୁମରେ । ୟା ମଧ୍ୟରେ ଏହି ଜୁଏଲାରୀ ସଂସ୍ଥାର ବାର୍ଷିକ ଟର୍ଣ୍ଣଓଭର ୧୦ କୋଟିରେ ପହଂଚିଛି । ଯଦି ଏଭଳି ହାରରେ ବ୍ୟବସାୟ ଚାଲେ ତେବେ ଆଗକୁ ସଂସ୍ଥାର କାରବାର ୧୫ କୋଟିରେ ପହଂଚିବ ବୋଲି ଆଶା ରଖିଛନ୍ତି ସଂସ୍ଥାର ପ୍ରତିଷ୍ଠାତା ଶାନ୍ତୁନୁ କୁମାର ପାତ୍ରୋ । ଏବେ ୧୮ ଜଣ କର୍ମଚାରୀ ଏହି ସଂସ୍ଥାରେ କାର୍ଯ୍ୟରତ । ପରିବେଶର ସୁରକ୍ଷା ପାଇଁ ଗଛ ଲଗାଇବା ଭଳି ମହତ କାର୍ଯ୍ୟ ସହିତ ଗରିବ ପିଲାମାନଙ୍କୁ ମାଗଣାରେ ଖାଇବାର ବ୍ୟବସ୍ଥା କରିଥାଏ ଏହି ସଂସ୍ଥା । ଗ୍ରାହକଙ୍କ ରୁଚିକୁ ଦୃଷ୍ଟିରେ ରଖି ବିଶ୍ୱମ୍ ଜୁଏଲାରୀ ଆଗକୁ ଆଉ ଏକ ସୋ-ରୁମ୍ ଆରମ୍ଭ ହେବାକୁ ଯାଉଛି ।

ଲାଲଚାନ୍ଦ

ଲାଲଚାନ୍ଦ୍‌ ଜୁଏଲର୍ସ ୧୯୮୮ ମସିହାରେ ସଂଜୟ ହଂସଲଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା । ଏହାର ୬ଟି ଶାଖା ରହିଛି । ଭୁବନେଶ୍ୱରରେ ୩ଟି, କଟକ, ବ୍ରହ୍ମପୁର ଓ ନୂଆଦିଲ୍ଲୀରେ ରହିଛି ଏହାର ଶାଖା । ଏହାର ବାର୍ଷିକ ଟର୍ଣ୍ଣଓଭର ହେଉଛି ୭ ଶହ ୫୦ କୋଟି ଟଙ୍କାରୁ ଅଧିକ । ଗୋଲ୍ଡ୍, ସିଲଭର, ଡାଇମଣ୍ଡ, ଆଣ୍ଟିକ୍‌ ଜୁଏଲାରୀ ସହ ଇଣ୍ଟରନ୍ୟାସନାଲ କଲେକସନ୍ ଏବଂ ଡିଜାଇନର ଘଣ୍ଟା ମଧ୍ୟ ରହିଛି ।

ଏହାର ମଲ୍ଟି ଷ୍ଟୋରେଡ୍ ସୋ ରୁମ୍‌ ଗ୍ରାହକଙ୍କୁ ଆକୃଷ୍ଟ କରିଥାଏ । ପ୍ରାୟ ୩୦ହଜାର ବର୍ଗଫୁଟରେ ଲାଲଚାନ୍ଦ୍‌ ନିଜର ସୋ ରୁମ୍ କରିଛି, ଯାହା ଆକର୍ଷଣୀୟ ଓ ସ୍ପେଶିୟସ୍ ରହିଛି । ଲାଲଚାନ୍ଦ୍‌ ର ସୋ ରୁମ୍ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସ୍କିମ୍ ପ୍ରଚଳନ କରିଥାଏ । ଲଟେରି ସିଷ୍ଟମ ମାଧ୍ୟମରେ ଏହାର ଗ୍ରାହକ ମରିସିଡିଜ୍ କାର୍, ଘର ଏବଂ ଦୁଇ ଚକିଆ ଯାନ ମଧ୍ୟ ଜିତିପାରିଛନ୍ତି । ୧ହଜାର କର୍ମଚାରୀ ଲାଲଚାନ୍ଦରେ କାଯ୍ୟରତ । ଲାଲଚାନ୍ଦ୍‌ ର ସମସ୍ତ ଗୋଲ୍ଡ୍ ୧୦୦ ପ୍ରତିଶତ ହଲମାର୍କ ୟୁନିକ ଆଇଡେଣ୍ଟିଫିକେସନ୍ ହୋଇଥାଏ ।