• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସ୍ତ୍ରୀର ପରକୀୟା ପାପକୁ ସହିପାରିଲାନି ସ୍ୱାମୀ । ପିଟିପିଟି ସ୍ତ୍ରୀର ନେଇଗଲା ଜୀବନ । ପରେ ଥାନାକୁ ଯାଇ ନିଜର ଭୁଲକୁ ପୋଲିସ ଆଗରେ ସ୍ୱୀକାର କରିବା ସହ ଆତ୍ମସମର୍ପଣ କଲା । କାହିଁକି ହତ୍ୟା କଲା ? କ’ଣ ପାଇଁ ଏପରି କାଣ୍ଡ ଭିଆଇଲା ? ଏସବୁ ପ୍ରଶ୍ନର ଗୋଟିଗୋଟି ସତ କହିଛି ଅଭିଯୁକ୍ତ ସ୍ୱାମୀ । ଏହା ବ୍ୟତୀତ ସ୍ତ୍ରୀର ପାପ ସମ୍ପର୍କ ବିଷୟରେ ପୋଲିସ ଆଗରେ ବଖାଣିଛି ଅଭିଯୁକ୍ତ ।

ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ କାନପୁର ଦୋହାତରେ । ନିଜ ସ୍ତ୍ରୀକୁ ଅନ୍ୟ ପୁରୁଷଙ୍କ ସହ ଶାରିରୀକ ସମ୍ପର୍କ ଥିବା ସନ୍ଦେହ କରି ହେମଦସ୍ତାରେ ପିଟିପିଟି ହତ୍ୟା କରିଛି ସ୍ୱାମୀ । ନିଜ ପତ୍ନୀକୁ ମାରିବା ପରେ ଥାନାରେ ପହଞ୍ଚି ନିଜର ଅପରାଧକୁ ସ୍ୱୀକାର କରିବା ସହ ନିଜର ଦୋଷ ମାନିଛି । ଏହି ଘଟଣା ଭୋଗନୀପୁର କୋଟୱାଲି ପୁଖରାୟଣ ଅଞ୍ଚଳର । ମୃତକ ଜଣକ ହେଲେ ପୋଖରିୟାନ୍ ପଟେଲ ନଗରର ଉପାସନା ।

ସୂଚନା ଅନୁସାରେ ସ୍ତ୍ରୀର ଅନୈତିକ ସମ୍ପର୍କ କଥା କୌଣସି ସୂତ୍ରରୁ ଜାଣିପାରିଥିଲେ ସ୍ୱାମୀ । ଆଉ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ସ୍ତ୍ରୀର ଅନ୍ୟ ପୁରୁଷ ସହ ସମ୍ପର୍କଥିବା କଥା ନେଇ ପଚରାଉଚରା କରିଥିଲା ଅଭିଯୁକ୍ତ ସ୍ୱାମୀ । ପରକୀୟା କଥା ପଚାରିବା ସହ ମାଡ଼ ମାରିଥିଲା । ସ୍ୱାମୀ ଅଜୟ ମାଡ଼ରେ ଉପାସନାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପରେ ସ୍ତ୍ରୀର ମୃତ୍ୟୁ ହେବାପରେ ସ୍ୱାମୀ ଥାନାକୁ ଯାଇ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା ।

ଏନେଇ ପୋଲିସ ପାଖରେ ସବୁ କହିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତ ମହିଳାଙ୍କ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ସେପଟେ, ମୃତକଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ଯେ, ଅଜୟ ଗତ ୨୦୦୨ରୁ ତାଙ୍କ ସ୍ତ୍ରୀଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ଆଉ ଏବେ ସେ ହିଁ ତାଙ୍କୁ ହତ୍ୟା କରିଛି ବୋଲି ପରିବାର ଅଭିଯୋଗ କରିଛି ।

ଅଭିଯୋଗ ହେବା ପରେ ଘଟଣାସ୍ଥଳରେ ପୋଲିସ ସହ ତଦନ୍ତକାରୀ ଟିମ୍ ପହଞ୍ଚି ଅଧିକ ତନାଘନା କରୁଛି । ଅଭିଯୁକ୍ତ ସ୍ୱାମୀ ଅଜୟଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି । ପରକୀୟା ବ୍ୟତୀତ ହତ୍ୟା ପଛରେ ଅନ୍ୟ କିଛି କାରଣ ରହିଛି କି ନାଇଁ ସେନେଇ ତଦନ୍ତ ଚଳାଇଛି ।