• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସଶକ୍ତ ହେବ ଭୁବନେଶ୍ୱର ମହାନଗର ନିଗମ । ନିଯୁକ୍ତ ହେବେ ୪୧୬ ନୂଆ କର୍ମଚାରୀ । ଖାଲି ସେତିକି ନୁହେଁ, ସୁପରିଚାଳନା ପାଇଁ BMCକୁ ୬ଟି ଜୋନରେ ବିଭକ୍ତ କରାଯିବ । ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି । ତେବେ ନୂଆ ପଦବୀ ଘୋଷଣା ହେଲେ ବଦଳିଯିବ କି ସହରର ସମସ୍ୟା ? ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

କାୟା ବଢାଉଛି ରାଜଧାନୀ । ତା ସହ ବଢୁଛି ପରିଚାଳନାଗତ ଚ୍ୟାଲେଞ୍ଜ୍ । ତେଣୁ ଭୁବନେଶ୍ୱର ମହାନଗର ନିଗମର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । BMCକୁ ଅଧିକ କାର୍ଯ୍ୟଦକ୍ଷ କରିବାକୁ ସୃଷ୍ଟି ହେବ ୪୧୬ ନୂଆ ପଦବୀ । ପରିମଳ, ସୌନ୍ଦର୍ଯ୍ୟକରଣ, ଅର୍ଥ, ଇଂଞ୍ଜିନିୟରିଂ, ଡ୍ରେନେଜ୍, ପ୍ରାଣୀ କଲ୍ୟାଣ, ବିପର୍ଯ୍ୟୟ ପରିଚାଳନା ଭଳି ଗୁରୁତ୍ୱପୁର୍ଣ୍ଣ ବିଭାଗରେ ନୂଆ କର୍ମଚାରୀ ନିଯୁକ୍ତି ପାଇବେ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଘୋଷଣା ହୋଇଛି । ଏହି ନୂଆ ପଦବୀ ମଧ୍ୟରେ ୩ ଜଣ ଅତିରିକ୍ତ କମିଶନର, ୬ ଜଣ ଜୋନାଲ କମିଶନର , ୧୩ ଜଣ ଡେପୁଟି କମିଶନର୍, ୧୩ ଜଣ ପରିମଳ ଆସିଷ୍ଟାଣ୍ଟ କମିଶନର୍ ପଦବୀ ରହିବ । ପୂର୍ବରୁ BMCକୁ ଉତ୍ତର, ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ-ପୁର୍ବ ଭଳି ତିନିଟି ଜୋନରେ ବିଭକ୍ତ କରାଯାଇଥିଲା । ଉତ୍ତର ଏବଂ ଦକ୍ଷିଣ-ପଶ୍ଚିମ ଜୋନରେ ୨୧ ଟି ଲେଖାଏଁ ୱାର୍ଡ ଏବଂ ଦକ୍ଷିଣ-ପୂର୍ବ ଜୋନରେ ୨୫ଟି ୱାର୍ଡ ରହିଥିଲା । ପ୍ରତ୍ୟେକ ଜୋନର ସମସ୍ୟା ଓ ନିରାକରଣ ପାଇଁ ଜଣେ ଲେଖାଏଁ ଜୋନାଲ ଡେପୁଟି କମିଶନର ବା ଜେଡିସିଙ୍କୁ ନିଯୁକ୍ତ କରାଯାଇଥିଲା । ଏବେ ଏହି ଜୋନ୍ ସଂଖ୍ୟା ୬କୁ ବୃଦ୍ଧି କରିବାକୁ ଯୋଜନା ହୋଇଛି ।

ନୂଆ କାର୍ଯ୍ୟାଳୟ ସହ ନୂଆ କର୍ମଚାରୀ ମିଳିଲା BMCକୁ । ହେଲେ ଏବେ ବି ମୌଳିକ ସମସ୍ୟାରେ ଖୁନ୍ଦି ହୋଇ ରହିଛି ସହର । ଫି ବର୍ଷ ବର୍ଷାଦିନେ ଜଳବନ୍ଦୀ ସମସ୍ୟାକୁ ନେଇ ଲୋକଙ୍କ ହନ୍ତସନ୍ତ ସୀମା ଟପୁଥିବା ବେଳେ ଡେଙ୍ଗୁ ବି ବଡ଼ ସମସ୍ୟା ପାଲଟିଲାଣି । ଗତବର୍ଷ ଅପେକ୍ଷା ଚଳିତବର୍ଷ ରାଜଧାନୀରେ ଡେଙ୍ଗୁ ସଂଖ୍ୟା ବଢିଥିଲେ ବି ବିଏମ୍‌ସି ଏହାର ମୁକବିଲାରେ ବିଫଳ ହୋଇଛି । ଅଳିଆ ଆବର୍ଜନା, ଡମ୍ପିଂୟାର୍ଡ, ଡ୍ରେନେଜ୍, ରାସ୍ତାଘାଟ, ଭଳି ପ୍ରମୁଖ ସମସ୍ୟ ଏବେ ବି ମୁଣ୍ଡ ଟେକି ରହିଛି । ଯାହାକୁ ନେଇ ତେଜିଛି ରାଜନୀତି ।

ବିରୋଧୀଙ୍କ ଅଭିଯୋଗ ଜଳବନ୍ଦୀ ସମସ୍ୟା ନେଇ ବିଏମ୍‌ସିର ମୁଖା ଖୋଲିଯିବା ପରେ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଏ ଘୋଷଣା କରିଛନ୍ତି ସରକାର । ବିଜେଡି ଏହାର ଜବାବ ରଖିଛି । ବର୍ତ୍ତମାନ ବିଏମ୍‌ସିରେ ୬୭ଟି ୱାର୍ଡ ରହିଥିବା ବେଳେ ଖୁବଶୀଘ୍ର ଏ ସଂଖ୍ୟା ବି ବଢିବା ନେଇ ଆଶା କରାଯାଉଛି । ରାଜଧାନୀ ଉପକଣ୍ଠରେ ଥିବା ପ୍ରାୟ ୧୧ଟି ପଞ୍ଚାୟତ ବିଏମ୍‌ସି ଅଧିନକୁ ଆସିବା ନେଇ ବି ଯୋଜନା ରହିଛି ।

  • Reported by:
  • BIBARTAN PANDA