• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦେଶର ସମସ୍ତ ହାଇକୋର୍ଟର ବିଚାରପତିଙ୍କ ନିଯୁକ୍ତି ପାଇଁ ୭୦ ଜଣଙ୍କ ନାମ ସୁପ୍ରିମକୋର୍ଟ କଲେଜିୟମକୁ ପଠାଇଲା କେନ୍ଦ୍ର । ସୁପ୍ରିମକୋର୍ଟଙ୍କ ବାରମ୍ବାର ସୁପାରିଶ ପରେ କେନ୍ଦ୍ର ଆଇନ୍‌ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛି । ଏହାସହ ୧୨ଟି ହାଇକୋର୍ଟର ବିଚାରପତିଙ୍କ ବଦଳି ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ମଣିପୁର ହାଇକୋର୍ଟର ପ୍ରଧାନ ବିଚାରପତିଙ୍କ ନିଯୁକ୍ତିକୁ ନେଇ କେନ୍ଦ୍ର ଶେଷରେ ଧ୍ୟାନ ଦେଇଛି ଏବଂ ଏନେଇ ଶୀଘ୍ର ନିଷ୍ପତ୍ତି ନିଆଯିବ । ତିନି ମାସରୁ ଅଧିକ ସମୟ ହେବ ସୁପ୍ରିମକୋର୍ଟ କଲେଜିୟମ ଏହି ପଦ ପାଇଁ ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ସିଦ୍ଧାର୍ଥ ଶ୍ରୀଦୁଲଙ୍କ ନାମ ସୁପାରିଶ କରିଥିଲେ ।

ସୁପ୍ରିମକୋର୍ଟ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସମସ୍ତ ହାଇକୋର୍ଟର ବିଚାରପତିଙ୍କ ବଦଳି ଓ ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ କରିଛି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ୟାଇ.ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ ଜୁଲାଇ ୨ ରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ସିଦ୍ଧାର୍ଥ ମୃଦୁଲଙ୍କୁ ମଣିପୁର ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ କରିବାକୁ ସୁପାରିଶ କରିଥିଲେ ।

କେମିତି ହୁଏ ନିଯୁକ୍ତି:

ସୁପ୍ରିମକୋର୍ଟଙ୍କ କଲେଜିୟମ ଦ୍ୱାରା ପ୍ରଥମେ ହାଇକୋର୍ଟର ବିଚାରପତିଙ୍କ ନିଯୁକ୍ତି ପାଇଁ ଏକ ତାଲିକା କେନ୍ଦ୍ର ଆଇନ୍‌ ମନ୍ତ୍ରାଳୟ ପାଖକୁ ପଠାଯାଏ । ସର୍ବୋଚ୍ଚ ନ୍ୟାୟାଳୟ ଆଇନ ମନ୍ତ୍ରଣାଳୟକୁ ଶେଷ ସୁପାରିଶ ପଠାଇବା ପୂର୍ବରୁ ହାଇକୋର୍ଟ କଲେଜିୟମ ଦ୍ୱାରା ପ୍ରସ୍ତାବିତ ନାମଗୁଡିକ ବିଷୟରେ ସମ୍ପୃକ୍ତ ହାଇକୋର୍ଟରୁ ପଦୋନ୍ନତି ପାଇଥିବା ସୁପ୍ରିମକୋର୍ଟର ବିଚାରପତିଙ୍କ ସହିତ ପରାମର୍ଶ କରନ୍ତି ।

ତେବେ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ବାରମ୍ବାର ସୁପାରିଶ ପରେ କେନ୍ଦ୍ର ପକ୍ଷରୁ ଏନେଇ ତତ୍ପରତା ଦେଖାଦେଇଛି । ୨୬ ଟି ରାଜ୍ୟର ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ନିଯୁକ୍ତି ପାଇଁ ୭୦ ଜଣଙ୍କ ନାମ ଏବଂ ୧୨ଟି ହାଇକୋର୍ଟର ବିଚାରପତିଙ୍କ ବଦଳି ନେଇ ନିଷ୍ପତ୍ତି ନିଆଯାଇଛି ।