Advertisment

ତାରାଙ୍କୁ ଠକିଥିଲା ସାଇବର ଠକ; ବିହାରରୁ ବାନ୍ଧିଲା ପୋଲିସ

ସାଇବର କ୍ରାଇମ୍‌କୁ ନେଇ ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟରେ ଆୟୋଜିତ ସଚେତନତା ଶିବିରରେ ନିଜର ଅନୁଭୂତି ବଖାଣିଛନ୍ତି ତାରା ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Taraprasad Bhajanpati

Taraprasad Bhajanpati

ସାଇବର ଠକଙ୍କ ଶିକାର ହୋଇଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଦୁଇମାସ ତଳେ ସାଇବର ଠକ ତାଙ୍କୁ ୪ଲକ୍ଷର ଚୂନ ଲଗାଇଥିଲେ ।ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିବା ପରେ ବିହାରରୁ ଠକ ମାନଙ୍କୁ ବାନ୍ଧିଛି ପୋଲିସ ।

Advertisment

ସାଇବର କ୍ରାଇମ୍‌କୁ ନେଇ ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟରେ ଆୟୋଜିତ ସଚେତନତା ଶିବିରରେ ନିଜର ଅନୁଭୂତି ବଖାଣିଛନ୍ତି ତାରା । କେବେବି କାହାକୁ ଓଟିପି ନଦେବାକୁ, ଅଜଣା କଲ୍ ରିସିଭ ନକରିବାକୁ ସେ କଲେଜ ପିଲା ଓ ଉପସ୍ଥିତ ଲୋକଙ୍କୁ ସଚେତନ କରାଇଛନ୍ତି । କୋରାପୁଟ ପୋଲିସ ଓ ପ୍ରଶାସନ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ।

Cyber Crime Cyber Fraud
Advertisment
Advertisment