• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସୋସିଆଲ୍ ମିଡିଆରେ ପୁଣି ଭିଡିଓ ଛାଡ଼ି ଛାଡ଼ପତ୍ର ସ୍ୱୀକାର କରିବାକୁ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁରୋଧ କଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଆଜି ସକାଳେ ଏକ ନୂଆ ଭିଡିଓ ଛାଡ଼ି ଅନୁଭବ କହିଛନ୍ତି, ଏବେ ତାଙ୍କ ବାପାଙ୍କ ଦେହ ବହୁତ ଅସୁସ୍ଥ ରହିଛି । ତେଣୁ ଏଭଳି ସମୟରେ ଅତିକମ୍ ରେ ଜଣେ ଭଲ ବନ୍ଧୁ ହିସାବରେ ବର୍ଷା ତାଙ୍କ ଛାଡ଼ପତ୍ର ସ୍ୱୀକାର କରିନିଅନ୍ତୁ ଓ ମିଛ ଡ୍ରାମା ବନ୍ଦ କରନ୍ତୁ । ଅଦାଲତ ଦେଇଥିବା ଐତିହାସିକ ରାୟକୁ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି ଅନୁଭବ ।ଏମିତିକି ବର୍ଷା, ତାଙ୍କ ମାଆ ଓ ଦୁଇ ଭଉଣୀଙ୍କୁ ବି ତାଙ୍କ କଥା ଶୁଣିବାକୁ ଭିଡିଓରେ ଅନୁରୋଧ କରିଛନ୍ତି ଅନୁଭବ ।

ଆଜି ସକାଳେ ସୋସିଆଲ୍ ମିଡିଆରେ ନୂଆ ଭିଡ଼ିଓ ଛାଡ଼ିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ବର୍ଷାଙ୍କ ଚରିତ୍ର ସଂହାର କରିବା ମୋ ଉଦ୍ଦେଶ୍ୟ ନୁହେଁ ବୋଲି ଅନୁଭବ କହିବା ସହ କୋର୍ଟଙ୍କ ଐତିହାସିକ ରାୟକୁ ଆମେ ଚ୍ୟାଲେଞ୍ଜ କରିବୁ ବୋଲି ସେ କହିଛନ୍ତି । ତାହାସହ ସେ ଆହୁରି କହିଛନ୍ତି ଯେ, ବର୍ଷାଙ୍କୁ ଭଲ ବନ୍ଧୁ ଭାବେ ରହିବାକୁ କହିଥିଲି, ହେଲେ ସେ ଆକାଉଣ୍ଟ ବ୍ଲକ କରିଦେଲେ । ମିଳି ମିଶି ଛାଡ଼ପତ୍ର ସ୍ୱୀକାର କରିନେବା ଓ ଅଲଗା ହୋଇଯିବାକୁ ଅନୁଭବ ବର୍ଷାଙ୍କୁ ଅପିଲ୍ କରିଛନ୍ତି ।

  • Reported by:
  • DEBASHISH MOHANTY