Advertisment

କୁକୁରକୁ ଗୁଳି କରି ମାରିଲେ, ଘରକୁ ନିଆଁ ଲଗାଇ ଜାଳି ଦେଲେ

ଆତଙ୍କବାଦୀ ସଂଗଠନ ହମାସ୍ ଇସ୍ରାଏଲ ନାଗରିକଙ୍କୁ ହତ୍ୟା କରିବା ସହ ସେଠାରେ ଥିବା ପଶୁମାନଙ୍କୁ ମଧ୍ୟ ଅତି ନିର୍ମମ ସହ ହତ୍ୟା କରୁଛନ୍ତି। ଇସ୍ରାଏଲର ଏକ ଘରକୁ ଜଗିଥିବା କୁକୁରକୁ ଗୁଳି କରି ହତ୍ୟା କରିଛି ହମାସ୍ ।

author-image
Santosh Kumar Sahoo
Hamas

Hamas

ଇସ୍ରାଏଲ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଜାରି ରହିଛି ମହାଯୁଦ୍ଧ । ଯୁଆଡେ ଚାହିଁବେ ଖାଲି ଧ୍ୱସ୍ତ ବିଧ୍ୱସ୍ତ ଘର ଏବଂ କୁଢ଼ କୁଢ଼ ଶବ। ଯୁଦ୍ଧ ଆରମ୍ଭ ହେବା ପରଠୁ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ହୃଦୟ ବିଦାରକ ଓ ଭୟାନକ ଦୃଶ୍ୟ। କିଛି ଭିଡ଼ିଓ ଏତେ ଭୟଙ୍କର ଯେ ଲୋକମାନେ ଦେଖିବାକୁ ସାହସ କରିପାରୁନାହାନ୍ତି। ହମାସ୍ ଆତଙ୍କବାଦୀ କେବଳ ଇସ୍ରାଏଲ ଲୋକଙ୍କୁ ବର୍ବରତା ସହ ମାରୁ ନାହାନ୍ତି। ବରଂ ସେଠାରେ ଥିବା ପଶୁମାନଙ୍କୁ ମଧ୍ୟ ଅତି ନର୍ମମ ଭାବରେ ହତ୍ୟା କରୁଛନ୍ତି। ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ତେବେ ଏହି ଭିଡିଓ ଦେଖି ଯେ କେହି ବି ସହଜରରେ ଅନୁମାନ କରିପାରିବେ ଯେ ଇସ୍ରାଏଲରେ ଏବେ କେତେ ଭୟଙ୍କର ଅଛି ସ୍ଥିତି ।

Advertisment

ଆତଙ୍କବାଦୀ ସଂଗଠନ ହମାସ୍ ଇସ୍ରାଏଲ ନାଗରିକଙ୍କୁ ହତ୍ୟା କରିବା ସହ ସେଠାରେ ଥିବା ପଶୁମାନଙ୍କୁ ମଧ୍ୟ ଅତି ନିର୍ମମ ସହ ହତ୍ୟା କରୁଛନ୍ତି। ଇସ୍ରାଏଲର ଏକ ଘରକୁ ଜଗିଥିବା କୁକୁରକୁ ଗୁଳି କରି ହତ୍ୟା କରିଛି ହମାସ୍ । ଏହି ପୂରା ଘଟଣାର ଭିଡିଓ ଆତଙ୍କବାଦୀଙ୍କ ୟୁନିଫର୍ମରେ ଲଗାଯାଇଥିବା ବଡି କ୍ୟାମେରାରେ ରେକର୍ଡ କରାଯାଇଛି । ହମାସ୍ ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ଏଭଳି ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍ କରିଛି । ସୋସିଆଲ ମିଡିଆରେ ଏହି ଭିଡିଓ ବିଜୁଳି ଗତିରେ ଭାଇରାଲ ହେବାରେ ଲାଗିଛି।

Advertisment

ଏହି ଭିଡିଓରେ ଦେଖିବାକୁ ମିଳୁଛି କି ହମାସ୍‌ର ଦୁଇ ଆତଙ୍କବାଦୀଙ୍କୁ ଦେଖିବା ପରେ କୁକୁରଟି ତାଙ୍କୁ ଆକ୍ରମଣ କରିବା ପାଇଁ ଆଗକୁ ଦୌଡ଼ି ଆସୁଛି। ମାତ୍ର କୁକୁରର ଆକ୍ରମଣରୁ ବଞ୍ଚିବା ପାଇଁ କୁକୁର ଉପରକୁ ଗୁଳି ଚଳାଇଥିଲେ ଆତଙ୍କବାଦୀ। ଗୁଳି ମାଡ଼ ପରେ ମଧ୍ୟ ତାଙ୍କ ଆଡ଼କୁ କୁକୁରଟି ଧାଇଁ ଥିଲା। କିନ୍ତୁ ହମାସ୍ ଆତଙ୍କବାଦୀ ଲଗାତର ୩ଟି ଗୁଳି ମାରି କୁକୁରଟିକୁ ହତ୍ୟା କରିଥିଲେ।

କୁକୁରକୁ ହତ୍ୟା କରିବା ପରେ ଦୁଇ ଆତଙ୍କବାଦୀ ଏକ ଘରେ ପ୍ରବେଶ କରିଥିଲେ। ଘରକୁ ତନତନ କରି ଯାଞ୍ଚ କରିଥିଲେ ଏବଂ ଫ୍ରିଜ୍ ଖୋଲି ଏକ ବୋତଲ ବାହାର କରିଥିଲେ। ଏହାପରେ ଏହି ଦୁଇ ଆତଙ୍କବାଦୀ ସେହି ଘରକୁ ନିଆଁ ଲଗାଇ ଦେଇଥିଲେ । ତେବେ ଏହି ଘଟଣା ଇସ୍ରାଏଲର କିବୁଜ୍ କିସୁଫିମ୍ ଅଞ୍ଚଳର ବୋଲି କହୁଯାଉଛି। ସୂଚନା ଅନୁସାରେ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଆଚାନକ ଆକ୍ରମଣ କରିଥିଲା ହମାସ୍। ଏହାପରେ ହମାସ୍ ଉପରେ ମଧ୍ୟ ପ୍ରତିଆକ୍ରମଣ କରିଥିଲା ଇସ୍ରାଏଲ। ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ଘମାଘୋଟ୍ ଯୁଦ୍ଧରେ ଏପର୍ଯ୍ୟନ୍ତ ପ୍ରାୟ ୧୨ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Israel Palestine
Advertisment
Advertisment