• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Kausik Mohapatra

ଗତ ୩ ଦିନ ଧରି ଇସ୍ରାଏଲ ସେନା ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଯୁଦ୍ଧ ଚାଲିଛି । ଯୁଦ୍ଧରେ ପ୍ରାୟ ୧୫୦୦ ରୁ ଅଧିକ ସୈନ୍ୟ ଓ ସାଧାରଣ ଲୋକଙ୍କ ମୃତ୍ୟୁ ହେବାର ଖବର ସାମ୍ନାକୁ ଆସିଛି । ଗୁଳିଗୋଳାର ବର୍ଷା ସହ ଚାରିଆଡ଼େ ଛାତିଥରା ଶବ୍ଦରେ ପୁରା ଅଞ୍ଚଳ ଫାଟି ପଡ଼ୁଛି । ହମାସ ଆତଙ୍କବାଦୀଙ୍କ ବର୍ବରତା ପୁରା ବିଶ୍ବ ଦେଖି ସାରିଛି ।

ଆତଙ୍କବାଦୀମାନଙ୍କର ପାଶବିକ ଅତ୍ୟାଚାର ସୀମା ଲଙ୍ଘିଛି । ଗାଜାରେ ବର୍ତ୍ତମାନ ପର୍ଯ୍ୟନ୍ତ ସାଧାରଣ ଜନତାଙ୍କୁ ସ୍ଥାନାନ୍ତରଣ ଚାଲିଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ ଆତଙ୍କବାଦୀଙ୍କ ଛାତିଥରା କାହାଣୀ ସାମ୍ନାକୁ ଆସୁଛି । ଏପରି ସ୍ଥିତିରେ ସୋସିଆଲ ମିଡିଆରେ ହତ୍ୟାର ସିଧା ପ୍ରସାରଣର ଖବର ଆସିଛି ।

ଅଧିକ ପଢ଼ନ୍ତୁ: ଇସ୍ରାଏଲ-ପାଲେଷ୍ଟାଇନ ମହାଯୁଦ୍ଧରେ ନୂଆ ମୋଡ଼; ମଧ୍ୟସ୍ଥତା କରିବ କତାର୍ !

ଫେସବୁକ ଲାଇଭରେ ହତ୍ୟାର ସିଧା ପ୍ରସାରଣ । ଏପରି ଛାତିଥରା ଦୃଶ୍ୟ ଆସିଛି ଇସ୍ରାଏଲରୁ । ଜନୈକ ମହିଳାଙ୍କ ବ୍ୟକ୍ତିଗତ ଫେସବୁକ ପ୍ରୋଫାଇଲରେ ତାଙ୍କର ହତ୍ୟାର ଲାଇଭ୍ ଷ୍ଟ୍ରିମିଂ କରାଯାଇଥିବା ସୂଚନା ମିଳିଛି । ରିପୋର୍ଟ ମୁତାବକ, ମାଆ ଓ ଝିଅଙ୍କୁ ଫେସବୁକ ଓପନ କରିବାକୁ ଜଣେ ମହିଳା କଲ୍ ମାଧ୍ୟମରେ କହିଥିଲେ ।

ପରେ ଫେସବୁକ ଖୋଲିବା ପରେ ନିଜର ଜେଜେମାଙ୍କ ହତ୍ୟାର ଲାଇଭ ଚାଲିଥିଲା ବୋଲି କହିଛନ୍ତି ପରିବାର ଲୋକେ । ମୃତ ମହିଳା ଜଣକ ତଳେ ପଡ଼ିଥିଲେ ଓ ଘର ସାରା ରକ୍ତ ପଡ଼ିଥିଲା । ଆଉ ଏ ସମସ୍ତ ଦୃଶ୍ୟକୁ ହମାସ ଆତଙ୍କବାଦୀ ମହିଳାଙ୍କର ଫୋନରେ ରେକର୍ଡ କରି ଫେସବୁକରେ ଅପଲୋଡ କରିଥିଲେ ବୋଲି ସୂଚନା ମିଳିଛି ।

ଦିନ ବିତିବା ସହ ଯୁଦ୍ଧର ଭୟାଭୟତା ମଧ୍ୟ ବଢ଼ି ଚାଲିଛି । ହମାସ ଆତଙ୍କବାଦୀଙ୍କୁ କାବୁ କରିବାକୁ ଆକ୍ରମଣ ଜୋରଦାର କରିଛି ଇସ୍ରାଏଲ । ହମାସର ୫୦୦ ଆଡ୍ଡା ଉପରେ ରକେଟ ମାଡ଼ କରି ମାଟିରେ ମିଶାଇ ଦେଇଥିବା ଇସ୍ରାଏଲ ସେନା ଦାବି କରିଛି । ଅନ୍ୟପଟେ ଆକ୍ରମଣ ବନ୍ଦ ନକଲେ ପଣବନ୍ଦୀ ଥିବା ହଜାର ହଜାର ଇସ୍ରାଏଲ ଲୋକଙ୍କୁ ମାରି ଦେବାକୁ ଧମକ ଦେଇଛି ହମାସ ।