Advertisment

ଇସ୍ରାଏଲ ବିପକ୍ଷରେ, ପାଲେଷ୍ଟାଇନ ସମର୍ଥନରେ ବାଜପେୟୀ ଦେଇଥିଲେ ଭାଷଣ, ଭାଇରାଲ ହେଉଛି ଭିଡିଓ...

ବାସ୍ତବରେ ଏହି ଭାଇରାଲ ଭିଡିଓ ୧୯୭୭ ମସିହା ଜନତା ପାର୍ଟିର ବିଜୟ ସମାବେଶର। ଏହି ଭିଡିଓରେ ବାଜପେୟୀ ଖୋଲାଖୋଲି ଭାବେ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି। ବାଜପେୟୀ କହୁଛନ୍ତି ’ ଆରବର ଯେଉଁ ଜମିକୁ ଇସ୍ରାଏଲ ଅଧିକୃତ କରି ରଖିଛି ତାହାକୁ ଖାଲି କରିବାକୁ ପଡ଼ିବ’।

author-image
Santosh Kumar Sahoo
Atal Bihari Vajpayee

Atal Bihari Vajpayee

ଇସ୍ରାଏଲ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ । ଏହି ଯୁଦ୍ଧରେ ବାଜିମାତ କରିବା ପାଇଁ ଉଭୟ ପକ୍ଷରୁ ଜାରି ରହିଛି ଆକ୍ରମଣ । ତେବେ ଏହି ଯୁଦ୍ଧର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିଛି । ସାମ୍ପ୍ରତିକ ଯୁଦ୍ଧ ସ୍ଥିତିରେ ଇସ୍ରାଏଲ ସହ ଭାରତ ଛିଡ଼ା ହୋଇଛି ଏବଂ ନିଜର ସମର୍ଥନ ଜଣାଉଛି ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଯୁଦ୍ଧ ମଧ୍ୟରେ ସୋସିଆଲ ମିଡିଆରେ ୪୬ ବର୍ଷ ପୁରୁଣା ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ବିଜେପିର ବରିଷ୍ଠ ନେତା ତଥା ଦେଶର ୧୦ତମ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଇସ୍ରାଏଲ ଓ ପାଲେଷ୍ଟାଇନ୍ ଯୁଦ୍ଧ ପ୍ରସଙ୍ଗରେ ନିଜର ମତ ରଖୁଛନ୍ତି ।

Advertisment

ବାସ୍ତବରେ ଏହି ଭାଇରାଲ ଭିଡିଓ ୧୯୭୭ ମସିହା ଜନତା ପାର୍ଟିର ବିଜୟ ସମାବେଶର। ଏହି ଭିଡିଓରେ ବାଜପେୟୀ ଖୋଲାଖୋଲି ଭାବେ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି। ବାଜପେୟୀ କହୁଛନ୍ତି ’ ଆରବର ଯେଉଁ ଜମିକୁ ଇସ୍ରାଏଲ ଅଧିକୃତ କରି ରଖିଛି ତାହାକୁ ଖାଲି କରିବାକୁ ପଡ଼ିବ’। 

Advertisment

ଏହି ଭିଡିଓରେ ଅଟଳ ବିହାରୀ ବାଜପେୟୀ କହୁଛନ୍ତି ଯେ ’ କୁହାଯାଉଛି କି ଦେଶରେ ଜନତା ପାର୍ଟି ସରକାର ଗଠନ କରିବା ପରେ ଆରବକୁ ସମର୍ଥନ ନ କରି ଇସ୍ରାଏଲକୁ ସମର୍ଥନ କରିବ । ସମ୍ମାନିତ ମୋରାଜୀ ଭାଇ ଦେଶାଇ ଏହି ସ୍ଥିତିକୁ ସ୍ପଷ୍ଟ କରିଛନ୍ତି । ତେବେ ଏହି ଭୁଲ ବୁଝମଣାକୁ ଦୂର କରିବା ପାଇଁ ମୁଁ କହିବାକୁ ଚାହେଁ କି ଆମେ ପ୍ରତ୍ୟେକ ପ୍ରଶ୍ନକୁ ଗୁଣ ଓ ଅବଗୁଣ ଆଧାରରେ ଦେଖିବୁ। କିନ୍ତୁ ମଧ୍ୟ ପୂର୍ବ ବିଷୟରେ ଆମେ ସ୍ପଷ୍ଟ ଭାବରେ କହୁଛି କି ଯେଉଁ ଜମିକୁ ଇସ୍ରାଏଲ କବ୍ଜା କରିଛି ସେହି ଜମିକୁ ଖାଲି କରିବାକୁ ପଡ଼ିବ । ଆମ ପାଇଁ ଲାଗୁ ହୋଇଥିବା ନିୟମ ଅନ୍ୟମାନଙ୍କ ପାଇଁ ମଧ୍ୟ ଲାଗୁ ହେବା ଉଚିତ୍’।

’ଆରବର ଯେଉଁ ଜମି ଇସ୍ରାଏଲ କବ୍ଜା କରିଛି ତାହାକୁ ଖାଲି କରିବାକୁ ପଡ଼ିବ । ପାଲେଷ୍ଟାଇନମାନଙ୍କୁ ସେମାନଙ୍କ ଉପଯୁକ୍ତ ଅଧିକାର ଦିଆଯିବା ଉଚିତ୍ । ଇସ୍ରାଏଲ ଅସ୍ତିତ୍ୱକୁ ସୋଭିଏତ୍ ଋଷ ଏବଂ ଆମେରିକା ଦ୍ୱାରା ଗ୍ରହଣ କରାଯାଇଛି। ଆମେ ମଧ୍ୟ ଏହାକୁ ଗ୍ରହଣ କରୁଛୁ । ସେହିପରି ମଧ୍ୟ ପ୍ରାଚୀରେ ଶାନ୍ତି ପାଇଁ ଏକ ସମାଧାନ ଖୋଜିବାକୁ ପଡ଼ିବ। ଯାହା ଆକ୍ରମଣକୁ ରୋକିବ ଏବଂ ସ୍ଥାୟୀ ଶାନ୍ତିର ଆଧାର ହେବ ’ ବୋଲି ଅଟଳ ବିହାରୀ ବାଜପେୟୀ ଏହି ଭିଡିଓରେ କହୁଛନ୍ତି ।

India Israel Atal Bihari Vajpayee
Advertisment
Advertisment