/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696923920.jpg)
Lootera dulhan
ଫସାଉଥିଲେ, ବିବାହ କରୁଥିଲେ, ପରେ ଟଙ୍କା ପଇସା ସୁନା ରୂପା ଧରି ଚମ୍ପଟ ମାରୁଥିଲେ । ଏପରି ସାଙ୍ଘାତିକ ଅଭିଯୋଗ ଆସିଛି ଉତ୍ତର ପ୍ରଦେଶରୁ । ନିଜର ଅନେକ ନାମ ଧରି ବୁଲୁଥିଲେ । ଭଲ ଘରର ପୁଅଙ୍କୁ ଫସାଇ ବିବାହ କରୁଥିଲେ । ପରେ ସମସ୍ତ ସମ୍ପତ୍ତି ନେଇ ଫେରାର ହୋଇ ଯାଉଥିଲେ ।
ଏମିତି ଜଣେ ମହିଳାଙ୍କ କବଜାରୁ ପୋଲିସ ମଧ୍ୟ ବାଦ ପଡ଼ି ନଥିବା ଜଣାପଡ଼ିଛି । ଉତ୍ତର ପ୍ରଦେଶ ଫଜଲଗଜରେ କାର୍ଯ୍ୟରତ କନେଷ୍ଟବଳ ଜିତେନ୍ଦ୍ର ଗୌତମଙ୍କୁ ମହିଳା ଜଣକ ୧୦ ଲକ୍ଷ ଟଙ୍କାର ଚୂନା ଲଗାଇ ଦେଇଛନ୍ତି । ଗୌତମଙ୍କ ବୟାନ ଅନୁସାରେ ୨୦୧୬ରେ ସୋସିଆଲ ମିଡିଆ ଦ୍ବାରା ସେ ମହିଳାଙ୍କ ସଂସ୍ପର୍ଶରେ ଆସିଥିଲେ । ବିବାହ ପୂର୍ବରୁ ଗାଡ଼ି କିଣିବା ନେଇ ସେ ପ୍ରଥମେ ୬.୨୧ ଲକ୍ଷ ଟଙ୍କା ନେଇଥିଲେ ବୋଲି କହିଥିଲେ । କିନ୍ତୁ ସେ ଗାଡ଼ି କେବେ ତାଙ୍କୁ ଦେଖାଇ ନଥିଲେ ବୋଲି ଅଭିଯୋଗ କରିଛନ୍ତି କନେଷ୍ଟବଳ ।
ଅନ୍ୟପଟେ ବିବାହର କିଛିଦିନ ପରେ ଅନ୍ୟ ପୁରୁଷଙ୍କ ସହ ତାଙ୍କର ସମ୍ବନ୍ଧ ଥିବା ଜାଣିବାକୁ ପାଇଥିଲେ ଗୌତମ । କେବଳ ଏତିକି ନୁହେଁ, ମହିଳା ଜଣକ ଝାନ୍ସୀର ବ୍ରିଜେନ୍ଦ୍ରଙ୍କୁ ମଧ୍ୟ ବିବାହ କରିଥିଲେ ଓ ସେମାନଙ୍କର ଦୁଇ ସନ୍ତାନ ଅଛନ୍ତି ବୋଲି ପରେ ଖବର ପାଇଥିଲେ ।
ତେବେ ଗୌତମଙ୍କ FIR କୁ ଆଧାର କରି ପୋଲିସ ତଦନ୍ତ ଚଳାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)