/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696936162.jpg)
Return After 35 years
ଆଉ ଫେରିବା ଆଶା ରଖି ନ ଥିଲେ, ମରି ଯାଇଥିବା ଶୁଣି ଶୁଦ୍ଧିକ୍ରିୟା ବି ସାରି ଦେଇଥିଲେ । ହେଲେ ନିଖୋଜର ୩୫ ବର୍ଷ ପରେ ପୁଣି ଘରକୁ ଫେରିଛି ହଜିଲା ଭାଇ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଢୋଳମରା ଗାଁରୁ ଆସିଛି ଏମିତି ଖବର । ଏହି ଗାଁର ପାଣ୍ଡବ ସେଠୀଙ୍କ ପୁଅ ଯାମିନୀ ସେଠୀ, ଅର୍ଥାଭାବରୁ ରାଜସ୍ଥାନ ଦାଦନ ଖଟିବାକୁ ଯାଇ ଆଉ ଫେରିନଥିଲେ । ସେଠି ତାଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ୨୦ ବର୍ଷ ତଳେ ଜଣେ ସଂପର୍କୀୟଙ୍କଠୁ ଖବର ପାଇ ପରିବାର ଲୋକେ ଶୁଦ୍ଧି ହୋଇଥିଲେ ।
Advertisment
ତେବେ ମୁମ୍ବାଇର ଏକ ସ୍ୱେଚ୍ଛାସେବୀ ସଂଗଠନ ଯାମିନୀଙ୍କଠୁ ଠିକଣା ଖୋଜି ତାଙ୍କୁ ଗାଁରେ ପହଞ୍ଚାଇଛନ୍ତି । ଯଦିଓ ଅସୁସ୍ଥତା କାରଣରୁ ଯାମିନୀ କଥାବାର୍ତ୍ତା କରିପାରୁ ନାହାନ୍ତି କିନ୍ତୁ ସମସ୍ତଙ୍କୁ ଚିହ୍ନି ପାରୁଛନ୍ତି । ଏବେ ବଡ଼ଭାଇ ଅମୂଲ୍ୟ ସେଠୀଙ୍କ ଘରେ ରହୁଛନ୍ତି ଯାମିନୀ। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)