/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697132106.jpg)
S Jaishankar
ଏଣିକି Z ଶ୍ରେଣୀ ସୁରକ୍ଷା ବଳୟରେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର। ଜୟଶଙ୍କର ଯୁଆଡ଼େ ଯିବେ, ତାଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ ୧୪-୧୫ ଜଣ କମାଣ୍ଡୋ। ୨୪ ଘଣ୍ଟିଆ ସୁରକ୍ଷା ଦାୟିତ୍ୱରେ ରହିବେ ସିଆରପିଏଫ୍ କମାଣ୍ଡୋ। ପୂର୍ବରୁ ତାଙ୍କୁ Y ଶ୍ରେଣୀ ସୁରକ୍ଷା ଦିଆଯାଇଥିଲା, ଏଥର Z ସୁରକ୍ଷାରେ ରହିବେ ଜୟଶଙ୍କର। ବର୍ତ୍ତମାନ ଦିଲ୍ଲୀ ପୋଲିସ ପକ୍ଷରୁ ସୁରକ୍ଷା ଦିଆଯାଉଥିବାବେଳେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସିଆରପିଏଫ୍କୁ ଦାୟିତ୍ୱ ହସ୍ତାନ୍ତର ପାଇଁ କୁହାଯାଇଛି।
Advertisment
ସିଆରପିଏଫ ପକ୍ଷରୁ ଏବେ ଦେଶର ୧୭୬ ଜଣଙ୍କୁ ଭିଆଇପି ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଉଛି। ଏମାନଙ୍କ ମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ କଂଗ୍ରେସର ସୋନିଆ, ରାହୁଲ ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରମୁଖ ରହିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)