• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଅଲମ୍ପିକ୍ସରେ ପୁଣି ଧୁମ୍ ମଚାଇବ କ୍ରିକେଟ । ଫଟାଫଟ୍ କ୍ରିକେଟର ମଜା ଉଠାଇ ପାରିବେ ଦର୍ଶକ। ୧୨୮ ବର୍ଷ ପରେ ପୁଣି ଥରେ ଅଲମ୍ପିକ୍ସରେ ଦେଖିବାକୁ ମିଳିବ କ୍ରିକେଟର ଜଲୱା । ୨୦୨୮ରେ ଲସ୍ ଏଞ୍ଜଲ୍ସେରେ ହେବାକୁ ଥିବା ଅଲମ୍ପିକ୍ସରେ ଏମିତି କିଛି ଆକଳନ କରାଯାଉଛି। ୧୯୦୦ ମସିହାରେ ହୋଇଥିବା ପ୍ୟାରସ୍ ଅଲମ୍ପିକ୍ସରେ ପ୍ରଥମ ଓ ଶେଷ ଥର ପାଇଁ କ୍ରିକେଟ୍ ଖେଳାଯାଇଥିଲା। ସେବେଠୁ ଆଉ କେବେ ବି ବିଶ୍ୱର ବଡ଼ କ୍ରୀଡା ମହାକୁମ୍ଭରେ ପାଇପାରି ନ ଥିଲା ଏହି ବ୍ରିଟିସ୍ କ୍ରିଡା।

୨୦୨୮ ଅଲମ୍ପିକ୍ସ ଲସ୍ ଏଞ୍ଜଲ୍ସେରେ ହେବାକୁ ଯାଉଛି। ଏହା ପୂର୍ବରୁ ଲସ୍ ଏଞ୍ଜେଲ୍ସ ଆୟୋଜନ ସମିତି ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ୍ କରିବାକୁ IOCକୁ ପ୍ରସ୍ତାବ ଦେଇଥିଲା। କ୍ରିକେଟ୍ ସହ ଫ୍ଲାଗ୍ ଫୁଟବଲ୍, ବେସ୍ବଲ୍, ସ୍କ୍ୱାସ୍ ଓ ଲାକ୍ରୋସ୍ ଭଳି ଖେଳ ଅଲମ୍ପିକ୍ସରେ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଛି । ତେବେ ଆସନ୍ତା ୧୫ ଓ ୧୬ରେ ମୁମ୍ବାଇରେ ଆନ୍ତର୍ଜାତିକ ଅଲମ୍ପିକ୍ସ ସମିତିର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ IOC କ୍ରିକେଟ୍ ସାମିଲ ନିଷ୍ପତ୍ତି ଉପରେ ମୋହର ମାରି ପାରେ ବୋଲି ଆଶା କରାଯାଉଛି ।

ଯଦି ଆୟୋଜନ ସମିତିର ନିଷ୍ପତ୍ତି ଉପରେ IOC ମୋହର ବାଜେ ତାହାଲେ ୧୨୮ ବର୍ଷ ପରେ ଅଲମ୍ପିକ୍ସରେ ପୁଣି ଥରେ କ୍ରିକେଟର ଜଲୱା ଦେଖିବାକୁ ମିଳିବ । ଅଲମ୍ପିକ୍ସ ଇତିହାସରେ ୧୯୦୦ ପ୍ୟାରିସ୍ ଅଲମ୍ପିକ୍ସରେ ପ୍ରଥମ ଓ ଶେଷ ଥର ପାଇଁ କ୍ରିକେଟ୍ ସାମିଲ୍ ହୋଇଥିଲା। ସେତେବେଳେ ମାତ୍ର ଦୁଇଟି ଦଳ ଗ୍ରେଟ୍ ବ୍ରିଟେନ୍ ଓ ଫ୍ରାନ୍ସ ସାମିଲ୍ ହୋଇଥିଲା। ଏବଂ ଏଥିରେ ବ୍ରିଟେନ୍ ସ୍ୱର୍ଣ୍ଣ ପଦକ ଜିତିଥିଲା।