Advertisment

Israel-Hamas War: କେବେ ପ୍ରତିଷ୍ଠା ହୋଇଥିଲା ହମାସ୍ ଓ ଏହାର ଲକ୍ଷ୍ୟ କ’ଣ ?

ହମାସ ହେଉଛି ପାଲେଷ୍ଟାଇନର ଏକ ଆତଙ୍କବାଦୀ ଗୋଷ୍ଠୀ। ୧୯୭୮ ମସିହାରେ ଅହମ୍ମଦ ୟାସିନ ଏବଂ ଅବଦେଲ ଅଜିଜ୍‌ ଅଲ୍‌-ରାଣ୍ଟିସଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା।

author-image
Santosh Kumar Sahoo
What Is Hamas ?

What Is Hamas ?

ଇସ୍ରାଏଲ –ହମାସ୍ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ। ଏହାରି ମଧ୍ୟରେ ଯୁଦ୍ଧକୁ ପୂରିବ ସପ୍ତାହେ । ଯୁଦ୍ଧକୁ ୭ ଦିନ ବିତିଯାଇଥିବାବେଳେ ଏବେ ବି ଉଭୟ ପକ୍ଷରୁ ଜାରି ରହିଛି ଆକ୍ରମଣ ଓ ପ୍ରତି ଆକ୍ରମଣ। ଉଭୟ ପକ୍ଷରୁ ମୃତ୍ୟୁସଂଖ୍ୟା ପ୍ରାୟ ୪ହଜାରକୁ ବଢ଼ିଥିବା ବେଳେ, ଆଶଙ୍କା କରାଯାଉଛି ଯେ ଆଗକୁ ଯୁଦ୍ଧ ଆହୁରି ଭୟଙ୍କର ହେବ। ପାଲେଷ୍ଟିନୀୟ ଇସ୍‌ଲାମୀୟ ଗୋଷ୍ଠୀ ହମାସ୍‌ର ଆକ୍ରମଣରେ ଥରିଉଠିଛି ଇସ୍ରାଏଲ ସହର। କାହାକୁ ପଣବନ୍ଦୀ ତ ପୁଣି କାହାକୁ ଉଲଗ୍ନ ପରେଡ୍‌ କରାଉଛନ୍ତି ହମାସ୍‌ ମୌଳବାଦୀ। ଆତଙ୍କବାଦୀଙ୍କ ଏହି ବର୍ବରତାର ମଧ୍ୟ ପ୍ରତିଶୋଧ ନେଉଛି ଇସ୍ରାଏଲ।

Advertisment

ତେବେ ଏହାରି ମଧ୍ୟରେ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ କ’ଣ ଏହି ହମାସ୍‌। କେବେ ଏହା ପ୍ରତିଷ୍ଠା ହୋଇଥିଲା। ଏହାର କମାଣ୍ଡର କିଏ ଏବଂ ଏହାର ଲକ୍ଷ୍ୟ କ’ଣ ରହିଛି…

ହମାସ୍‌ କ’ଣ ?

ହମାସ ହେଉଛି ପାଲେଷ୍ଟାଇନର ଏକ ଆତଙ୍କବାଦୀ ଗୋଷ୍ଠୀ। ୧୯୭୮ ମସିହାରେ ଅହମ୍ମଦ ୟାସିନ ଏବଂ ଅବଦେଲ ଅଜିଜ୍‌ ଅଲ୍‌-ରାଣ୍ଟିସଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା। ଏହି ସଙ୍ଗଠନ ଇସଲାମିକ୍ ପ୍ରତିରୋଧ ଆନ୍ଦୋଳନରେ ବିଶ୍ୱାସ କରେ। । ୧୯୮୮ରେ ପାଲେଷ୍ଟାଇନ୍‌କୁ ମୁକ୍ତ କରି ଇସ୍ରାଏଲ, ଓ୍ବେଷ୍ଟ ବ୍ୟାଙ୍କ ଓ ଗାଜା ଷ୍ଟ୍ରିପ୍‌କୁ ନେଇ ଏକ ଇସ୍‌ଲାମିକ୍‌ ଷ୍ଟେଟ୍‌ ଗଠନ ପାଇଁ ହମାସ୍‌ ଚାର୍ଟରରେ ଲକ୍ଷ୍ୟ ରଖାଯାଇଥିଲା। ଇସ୍ରାଏଲର ବିଧ୍ୱଂସ ପାଇଁ ଶପଥ ନେଇଛି ହମାସ୍। ଇସ୍ରାଏଲ ୨୦୦୭ରେ ଗାଜାରେ କ୍ଷମତା ଅକ୍ତିଆର କରିବା ପରେ ହମାସ୍‌ ଏକାଧିକ ଥର ଯୁଦ୍ଧ କରିଛି।

Advertisment

କେବେ ପ୍ରତିଷ୍ଠା ହୋଇଥିଲା ହମାସ୍‌

ମୁସଲିମ୍ ବ୍ରହରହୁଡ୍‌ର ଏକ ଶାଖା ଭାବେ ହମାସ୍ ଆତଙ୍କବାଦୀ ସଂଗଠନ ୧୯୮୭ ମସିହାରେ ପ୍ରତିଷ୍ଠା ହୋଇଥିଲା। ଏହାକୁ ଅହମ୍ମଦ ୟାସିନ୍ ଓ ଅବଦିଲ ଆଜିଜ୍ ଅଲ-ରାଣ୍ଟିସିଙ୍କ ଦ୍ୱାରା ସ୍ଥାପନ ହୋଇଥିଲା। ଏହାର ଅର୍ଥ ହେଉଛି ଇସଲାମୀୟ ପ୍ରତିରୋଦ ଆନ୍ଦୋଳନ। ଏହି ଆତଙ୍କବାଦୀ ସଂଗଠନ ପ୍ରତିଷ୍ଠା ହେବା ପରେ ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ଯେ ପାଲେଷ୍ଟାଇନକୁ ମୁକ୍ତ କରି ଏକ ଇସଲାମୀୟ ରାଷ୍ଟ୍ର ଗଠନ କରିବ ।

ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ସଂଗଠନ କହିଥିଲା ଯେ ଯଦି ଇସ୍ରାଏଲ ୧୯୬୭ ମସିହାର ପୂର୍ବ ସୀମାକୁ ମାନିନିଏ ଓ ପାଲେଷ୍ଟାଇନ ଶରଣାର୍ଥୀଙ୍କୁ ଫେରିବା ଲାଗି ଅନୁମତି ଦିଏ ତାହେଲେ ସଂଗଠନ ଶାନ୍ତି ପ୍ରସ୍ତାବକୁ ମାନିନେବ। ଏଥିସହିତ ମୁସଲିମ ବ୍ରଦରହୁଡ୍‌ଠାରୁ ସଂପର୍କ ଛିନ୍ନ କରିବ । କିନ୍ତୁ ଇସ୍ରାଏଲ ହମାସ ଆତଙ୍କବାଦୀ ସଂଗଠନର ଏହି ଦାବିକୁ ଗ୍ରହଣ କରୁନାହିଁ।

ଇସ୍ରାଏଲ ଯୁଦ୍ଧ ପଛରେ ମାଷ୍ଟରମାଇଣ୍ଡ କିଏ ?

ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପଛରେ ଅଲ୍‌-କାସାମ ବ୍ରିଗେଡର ମୁଖ୍ୟ ମହମ୍ମଦ ଦିଫ୍‌ଙ୍କୁ ମାଷ୍ଟରମାଇଣ୍ଡ ଭାବରେ ବିବେଚନା କରାଯାଏ। ମହମ୍ମଦ ଦିଫ୍ ହେଉଛି ହମାସ୍‌ର ସୁପ୍ରିମ୍‌ କମାଣ୍ଡର। ସେ ଇସ୍ରାଏଲ ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ମଧ୍ୟ ରହିଛି। ମହମ୍ମଦ ଦିଫ୍‌ଙ୍କୁ ହତ୍ୟା କରିବାକୁ ଇସ୍ରାଏଲ ସେନା ବହୁବାର ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଛି।

କିଏ ଏହି ମହମ୍ମଦ ଦିଫ୍

ମହମ୍ମଦ ଦିଫ୍‌ ୧୯୬୫ ମସିହାରେ ଗାଜାର ଶରଣାର୍ଥୀ କ୍ୟାମ୍ପରେ ଜନ୍ମଗ୍ରହଣ କରିଥିଲେ। ସେହି ସମୟରେ ଗାଜା ଷ୍ଟ୍ରିପ୍‌ ମିଶର ଦ୍ୱାରା ଅଧିକୃତ ଥିଲା। ଦିଫ୍‌ ଗାଜାର ଇସଲାମିକ୍ ୟୁନିଭରସିଟିରେ ଅଧ୍ୟୟନ କରିଥିଲେ। ଛୋଟବେଳରୁ ହିଁ ଇହୁଦୀମାନଙ୍କ ବିରୋଧରେ ଚାଲିଥିବା ଯୁଦ୍ଧକୁ ଅତି ନିକଟରୁ ଦେଖିଥିଲେ। ଫଳରେ ପିଲା ବେଳରୁ ହିଁ ଇହୁଦୀମାନଙ୍କଠାରୁ ପ୍ରତିଶୋଧ ନେବା ପାଇଁ ମନରେ ସ୍ଥିର କରିଥିଲା। ପ୍ରତିଶୋଧ ଲକ୍ଷ୍ୟରେ ସେ ସାମିଲ ହୋଇଥିଲେ ହମାସ୍‌ରେ । ଏହାପରେ ସେ ୨୦୦୨ ମସିହାରୁ ହମାସ୍‌ ସାମରିକ ୱିଙ୍ଗର ମୁଖ୍ୟ ଦାୟିତ୍ୱ ତୁଲାଇ ଆସୁଛନ୍ତି।

Israel Palestine
Advertisment
Advertisment