Advertisment

ଇସ୍ରାଏଲରୁ 'ଅପରେସନ୍ ଅଜୟ'ର ପ୍ରଥମ ଉଡ଼ାଣ : ପ୍ରଥମ ବ୍ୟାଚରେ ଆସିଲେ ୨୧୨ ଭାରତୀୟ

ଅପରେସନ୍ ଅଜୟରେ ସ୍ୱଦେଶ ଫେରିବାକୁ ଇଚ୍ଛୁକ ଭାରତୀୟଙ୍କ ଲାଗି ଇସ୍ରାଏଲରୁ ମାଗଣାରେ ଚାର୍ଟର ଫ୍ଲାଇଟ ଓ ଅନ୍ୟ ବନ୍ଦୋବସ୍ତ କରିଛନ୍ତି କେନ୍ଦ୍ର ସରକାର

author-image
Prangyan Parimita
ଅଦ୍ୟତନ ହୋଇଛି
Operation 'Ajay'

Operation 'Ajay'

ଯୁଦ୍ଧଭୂମିରୁ ମାତୃଭୂମିକୁ ଯାତ୍ରା । ଯୁଦ୍ଧର ଘନଘଟା ଭିତରୁ ସ୍ୱଦେଶ ଅଭିମୁଖେ ଯାତ୍ରା । ଇସ୍ରାଏଲରୁ ଭାରତ ଫେରିଛନ୍ତି ୨୧୨ ଜଣ ଭାରତୀୟ । ଅପରେସନ୍ ଅଜୟର ପ୍ରଥମ ବ୍ୟାଚରେ ୨୧୨ ଜଣ ଭାରତୀୟଙ୍କୁ ଇସ୍ରାଏଲରୁ ଉଦ୍ଧାର କରି ଭାରତ ଅଣାଯାଉଛି। ଗତ ରାତି ୯ଟାରେ ସ୍ୱତନ୍ତ୍ର ଚାଟର୍ ବିମାନ ବେନ୍ ଗୁରିଅନ୍ ଏୟାରପୋର୍ଟରୁ ଉଡ଼ିବା ଆରମ୍ଭ କରିଥିଲା। ଏହା ଆଜି ସକାଳୁ ଭାରତରେ ଅବତରଣ କରିଛି।

Advertisment

ଅପରେସନ୍ ଅଜୟରେ ସ୍ୱଦେଶ ଫେରିବାକୁ ଇଚ୍ଛୁକ ଭାରତୀୟଙ୍କ ଲାଗି ଇସ୍ରାଏଲରୁ ମାଗଣାରେ ଚାର୍ଟର ଫ୍ଲାଇଟ ଓ ଅନ୍ୟ ବନ୍ଦୋବସ୍ତ କରିଛନ୍ତି କେନ୍ଦ୍ର ସରକାର । ସେପଟେ ତେଲ୍-ଅଭିଭ୍ ଓ ରାମାଲାରେ ସହାୟତା ଓ ପଞ୍ଜୀକରଣ ବ୍ୟବସ୍ଥା ହୋଇଥିବା ବେଳେ, ଏପଟେ ଦିଲ୍ଲୀରେ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ୍ ।

Advertisment

ସୂଚନା ଅନୁସାରେ, ଇସ୍ରାଏଲରେ ପ୍ରାୟ ୧୮ରୁ ୨୦ ହଜାର ଭାରତୀୟ ରହୁଥିବା ବେଳେ, ସେମାନଙ୍କ ମଧ୍ୟରୁ ପ୍ରାୟ ୧୪ ହଜାର ଲୋକ ଇସ୍ରାଏଲୀ ବୟୋବୃଦ୍ଧଙ୍କ କେୟାର ଗିଭର୍ ଭାବେ କାର୍ଯ୍ୟ କରନ୍ତି। ଅନ୍ୟମାନେ ମୁଖ୍ୟତଃ ହୀରା ବ୍ୟବସାୟୀ, ଆଇଟି ପ୍ରଫେସନାଲ୍ ଓ ଡାକ୍ତରୀ ଛାତ୍ରଛାତ୍ରୀ।...

ସେପଟେ ସିରିଆକୁ ମଧ୍ୟ ବ୍ୟାପିଛି ଯୁଦ୍ଧର ନିଆଁ। ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ସିରିଆର ଦୁଇଟି ପ୍ରମୁଖ ଏୟାରପୋର୍ଟ ଅଚଳ। ସିରିଆ ରାଜଧାନୀ ଡାମାସକସ୍ ଓ ଆଲେପ୍ପୋରେ ଇସ୍ରାଏଲ୍ ରକେଟ୍ ମାଡ଼ କରିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଦୁଇଟି ଯାକ ବିମାନବନ୍ଦରରେ ଏକା ସାଙ୍ଗରେ ବହୁସଂଖ୍ୟକ ରକେଟ୍ ଖସିଥିଲା । ଏଥିରେ ରନୱେ ବ୍ୟାପକ କ୍ଷତିଗ୍ରସ୍ତ ହେବା ଯୋଗୁଁ ଏୟାରପୋର୍ଟକୁ ବନ୍ଦ ରଖାଯାଇଛି ।

India Delhi Israel
Advertisment
Advertisment