Advertisment

Angul Firing: ସାମାନ୍ୟ ବଚସାରୁ ଜଘନ୍ୟକାଣ୍ଡ; ନାବାଳକଙ୍କୁ ଗୁଳିମାଡ଼

ଗତକାଲି ରାତିରେ କୌଣସି କଥାକୁ ନେଇ କିଛି ଯୁବକଙ୍କ ସହ ଗୁଳିମାଡ଼ର ଶିକାର ନାବାଳକଙ୍କ ପରିବାର ମଧ୍ୟରେ ବଚସା ହୋଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Firing

Firing

ସାମାନ୍ୟ ବଚସା ନେଲା ଉଗ୍ରରୂପ। ନାବାଳକଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି। ଅନୁଗୋଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ସାନକେରଜଙ୍ଗ ଗାଁରେ ଘଟିଛି ଏହି ଘଟଣା। ନାବାଳକ ଜଂଘରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Advertisment

ସୂଚନା ଅନୁଯାୟୀ,ଗତକାଲି ରାତିରେ ନାବାଳକଙ୍କ ସଂପର୍କୀୟ ଭାଇ ଓ ଭାଉଜଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଭାଉଜ ରାଗିଯାଇ ଘର ଛାଡ଼ି ଚାଲିଯାଇଥିଲେ। ପରେ ନାବାଳକଙ୍କ ପରିବାର ଲୋକେ ଓ ତାଙ୍କ ସଂପର୍କୀୟ ଭାଇ ଭାଉଜଙ୍କୁ ଖୋଜିବାକୁ ବାହାରିଥିଲେ। ସେମାନଙ୍କ ସାଙ୍ଗରେ ନାବାଳକ ମଧ୍ୟ ଥିଲେ।  

ବାଟରେ କିଛି ଅସାମାଜିକ ଯୁବକ ନାବାଳକଙ୍କ ଭାଉଜଙ୍କୁ ହଇରାଣ କରୁଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଏହାକୁ ବିରୋଧ କରିଥିଲେ। ଯାହାକୁ ନେଇ ବଚସା ହୋଇଥିଲା। ଏଥିରେ ଯୁବକମାନେ ଉତକ୍ଷିପ୍ତ ହୋଇ ଗୁଳିମାଡ଼ କରିଥିଲେ। ଗୋଟିଏ ଗୁଳି ନାବାଳକଙ୍କ ଜଂଘରେ ବାଜିଥିଲା।

Advertisment

ପରେ ଯୁବକମାନେ ସେଠାରୁ ଚମ୍ପଟ ମାରିଥିଲେ। ପରିବାର ଲୋକେ ନାବାଳକଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ତାଙ୍କ ଅବସ୍ଥା ଗୁରତର ହେବାରୁ ନାବାଳକଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି। 

ଅଧିକ ପଢ଼ନ୍ତୁ: ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲେ ବ୍ୟବସାୟୀ, ଗୁଳିକରି ଚମ୍ପଟ ମାରିଲେ ଦୁର୍ବୃତ୍ତ

 

Firing Anugul
Advertisment
Advertisment