• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମିଳିଲା ଆଶ୍ୱସ୍ତି । କେନ୍ଦ୍ର ସରକାରଙ୍କ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ଫାସ୍‌ଟ୍ୟାଗ୍‌ରେ କେୱାଇସି ଅପ୍‌ଡେଟ୍‌ କରିବାକୁ ମିଳିଲା ଆଉ ମାସେ ମହଲତ। ଫେବ୍ରୁଆରୀ ୧ରୁ ଫାସ୍‌ଟାଗ୍‌ ଅଚଳ ହୋଇଯିବ ବୋଲି କୁହାଯାଇଥିବା ବେଳେ ଏବେ ସେହି ନିଷ୍ପତ୍ତିକୁ ରଦ୍ଦ କରି ଗାଡ଼ି ମାଲିକଙ୍କୁ ଦିଆଯାଇଛି ଆଉ ମାସେ ଅଧିକ ସମୟ । ଏହି ସମୟ ମଧ୍ୟରେ ଯଦି ନିଜ ନିଜ ଗାଡ଼ିର ଫାସ୍‌ଟ୍ୟାଗ୍‌ରେ କେୱାସି ଅପ୍‌ଡେଟ୍‌ ନକରନ୍ତି, ତେବେ ଆଉ ତ୍ରାହି ନାହିଁ । ମାର୍ଚ୍ଚ ପହିଲାରୁ ସବୁ ଅକାମୀ ହୋଇଯିବ ।

 

ଫାସ୍‌ଟାଗ୍ ସମ୍ବନ୍ଧରେ ଭାରତର ଜାତୀୟ ରାଜପଥ ପ୍ରାଧିକରଣ ଏକ ବଡ ପରିବର୍ତ୍ତନ ଆଣିଛି । ଜାନୁଆରୀ ୩୧ ଥିଲା ଫାଷ୍ଟାଗ୍ KYCର ଶେଷ ଦିନ । ଏବେ ଏହାକୁ ଫେବ୍ରୁଆରୀ ୨୯ ତାରିଖକୁ ବୃଦ୍ଧି କରାଯାଇଛି । ଯଦି ଆପଣ ଫେବ୍ରୁରୀ ୨୯ ସୁଦ୍ଧା ଆପଣଙ୍କର KYC ଅପଡେଟ୍ ନକରନ୍ତି, ତେବେ ଆପଣଙ୍କର ଫାସ୍‌ଟାଗ୍ ଆଉ କାମ କରିବ ନାହିଁ । ଯଦି ଆପଣ ଫାସ୍‌ଟାଗ୍ KYC ପୂରଣ କରିପାରୁ ନାହାନ୍ତି, ତେବେ ଆପଣଙ୍କୁ ମାର୍ଚ୍ଚ ୧ରୁ ଡବଲ ଟୋଲ୍ ଦେୟ ଦେବାକୁ ପଡିବ । ତେବେ ଆପଣ ଉଭୟ ଅଫଲାଇନ୍ ଏବଂ ଅନ୍‌ଲାଇନ୍ ମାଧ୍ୟମରେ ଆପଣଙ୍କ KYC ଅପଡେଟ୍ କରିପାରିବେ ।

ଫାସ୍‌ଟାଗ୍‌ ବ୍ୟବହାରକାରୀଙ୍କୁ 'ଗୋଟିଏ ଯାନ, ଗୋଟିଏ ଫାସ୍‌ଟାଗ୍‌' ପାଳନ କରିବାକୁ ପଡିବ ଏବଂ ପୂର୍ବରୁ ନିଜ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଜାରି କରାଯାଇଥିବା ସମସ୍ତ ଫାସ୍‌ଟାଗ୍‌ ଗୁଡ଼ିକୁ କ୍ୟାନ୍‌ସଲ କରିବାକୁ ପଡିବ । ଏବେ କେବଳ ନୂଆ ଫାସ୍‌ଟାଗ୍ ଆକାଉଣ୍ଟ ହିଁ ସକ୍ରିୟ ରହିବ । କାରଣ ପୂର୍ବ ଫାସ୍‌ଟାଗ୍‌ଗୁଡିକୁ ୨୯ ଫବ୍ରୁଆରୀ ୨୦୨୪ ପରେ ନିଷ୍କ୍ରିୟ ବା ବ୍ଲାକ୍‌ଲିଷ୍ଟ କରିଦିଆଯିବ ।

ଜାତୀୟ ରାଜପଥରେ ନିର୍ମିତ ରାସ୍ତାରେ ଯାତ୍ରା କରୁଥିବାବେଳେ ସମସ୍ତଙ୍କୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପ୍ରବେଶ କରିବାକୁ ହେଲେ ଟୋଲ ଟ୍ୟାକ୍ସ ଦେବାକୁ ପଡିଥାଏ । ଏହି ସମୟରେ, ଲମ୍ବା ଜାମ ଏବଂ ଅସୁବିଧାକୁ ଏଡାଇବା ପାଇଁ FASTag ବ୍ୟବସ୍ଥା ଆରମ୍ଭ କରାଯାଇଛି । ଆପଣଙ୍କ ଗାଡିରେ ଥିବା FASTag ଷ୍ଟିକର ମାଧ୍ୟମରେ ଟୋଲ ବୁଥରେ ଥିବା ସେନ୍ସର / ସ୍କାନର ଦ୍ୱାରା ଟୋଲ ଟ୍ୟାକ୍ସ କଟାଯାଇଥାଏ ।

ତେବେ ‘ୱାନ୍ ଭେଇକିଲ ୱାନ୍ ଫାସ୍‌ଟ୍ୟାଗ୍’ ଅଭିଯାନ ଆରମ୍ଭ କରିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ- NHAI । ଟୋଲ ପ୍ଲାଜାରେ ନିରବଚ୍ଛନ୍ନ ଯାତାୟାତ ସହ ଇଲେକ୍ଟ୍ରୋନିକ୍ ଟୋଲ୍ ପ୍ଲାଜାର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ NHAI ଏମିତି ପଦକ୍ଷେପ ନେଇଥିବା କହିଛି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ।

ଦେଶରେ ଏବେ ୮ କୋଟିରୁ ଅଧିକ ଫାସଟାଗ୍ ଉପଭୋକ୍ତା ଅଛନ୍ତି। ପ୍ରାୟ ୯୮ ପ୍ରତିଶତ ଗାଡ଼ିରେ ଫାଷ୍ଟଟାଗ୍ ଲାଗିଛି । ତେବେ ୱାନ ଭେଇକିଲ ୱାନ ଫାସ୍‌ଟ୍ୟାଗ୍ କାର୍ଯ୍ୟକ୍ରମ, ଟୋଲ୍ ପ୍ଲାଜାରେ କିଭଳି ସୁଧାର ଆଣୁଛି, ତାହା ଦେଖିବାକୁ ବାକି ରହିଲା।