• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ହାତ ଖୋଲିଦେଲେ କେନ୍ଦ୍ର ସରକାର । ସେମାନଙ୍କ ଦୀର୍ଘଦିନ ଦାବିର କିଛି ସମାଧନ ଆଣିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜିର କାମଚଳା ବଜେଟ୍‌ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ।

ଭାରତରେ ପ୍ରାୟ ୨୦ ଲକ୍ଷ ଆଶା ଏବଂ ଅଙ୍ଗନବାଡ଼ି କର୍ମୀ ରହିଛନ୍ତି । ଅଙ୍ଗନବାଡ଼ି ଏବଂ ଆଶା କର୍ମଚାରୀମାନେ ଦୀର୍ଘ ଦିନ ଧରି ଦରମା ବୃଦ୍ଧି ପାଇଁ ଦାବି କରିଆସୁଛନ୍ତି । ଅନେକ ସମୟରେ ରାଜରାସ୍ତାକୁ ମଧ୍ୟ ଓହ୍ଲାଉଛନ୍ତି । ଆଉ ବାରମ୍ବାର ଆନ୍ଦୋଳନ ପରେ କିଛି ରାଜ୍ୟ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଦରମାରେ ସଂଶୋଧନ କରିଛନ୍ତି ।

ହେଲେ ସେମାନଙ୍କୁ ସ୍ୱାସ୍ଥ୍ୟସେବାରେ ସାମିଲ କରାଯାଇନଥିବାରୁ ବାରମ୍ବାର ଅସନ୍ତୋଷ ଜାହିର କରିଛନ୍ତି । ବର୍ତ୍ତମାନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ ସମୟରେ ସେମାନଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଥିବା ଘୋଷଣା କରିଛନ୍ତି ।

ମଧ୍ୟବର୍ତ୍ତୀ ବଜେଟ୍ ୨୦୨୪ ଉପସ୍ଥାପନ କରି କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ, ବର୍ତ୍ତମାନ ଆଶା ଏବଂ ଅଙ୍ଗନୱାଡି କର୍ମୀମାନେ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ରହିବେ । ଆୟୁଷ୍ମାନ ଭାରତ ଯୋଜନାର ସ୍ୱାସ୍ଥ୍ୟ ସେବା ସମସ୍ତ ଆଶା ଏବଂ ଅଙ୍ଗନବାଡି କର୍ମୀ ମାନେ ପାଇପାରିବେ ।

ଏହା ବ୍ୟତୀତ ଆଜିର ବଜେଟ୍‌ରେ ସୀତାରମଣ ‘ନାରୀ ଶକ୍ତି’ କଥା ଉଠାଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି, ୧୦ ବର୍ଷ ମଧ୍ୟରେ ଉଚ୍ଚଶିକ୍ଷାରେ ଯୁବତୀମାନଙ୍କ ନାମଲେଖା ୨୮% ବୃଦ୍ଧି ପାଇଛି । STEM ପାଠ୍ୟକ୍ରମରେ ମହିଳାମାନେ ୪୩% ନାମଲେଖାଇଛନ୍ତି । ଯାହା ବିଶ୍ୱର ସର୍ବୋଚ୍ଚ । ଆଗାମୀ ୫ ବର୍ଷ ଭାରତ ପାଇଁ ବଡ଼ ବିକାଶର ବର୍ଷ ହେବ ବୋଲି ନିର୍ମଳା କହିଛନ୍ତି । ସେହିପରି ଆଜିର ବଜେଟ୍‌ରେ ନିର୍ମଳା ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲେ ।