• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସବୁ ପ୍ରତୀକ୍ଷାର ଘଟିଲା ଅନ୍ତ, ଜ୍ଞାନବାପୀରେ ଆରମ୍ଭ ହେଲା ପୂଜାର୍ଚ୍ଚନା । ବାରାଣସୀର ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିର ପାର୍ଶ୍ୱରେ ଥିବା ଜ୍ଞାନବ୍ୟାପୀ ମସଜିଦ୍ ଭିତରେ ଆଜି ହିନ୍ଦୁ ପକ୍ଷଙ୍କ ପକ୍ଷରୁ ଆରମ୍ଭ ହୋଇଛି ପୂଜା । ଗତ ୩୦ ବର୍ଷ ହେଲା ଏଠାରେ ପୂଜାର୍ଚ୍ଚନା ଉପରେ ରୋକ ଲଗାଯାଇଥିଲା ।

ତେବେ ଗତକାଲି ବାରାଣସୀର ଏକ କୋର୍ଟଙ୍କ ରାୟ ପରେ ଆଜି ଭୋରରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା କରିବା ପରେ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ଆଜି ସକାଳୁ ବି ଲୋକେ ଯାଇ ପୂଜାର୍ଚ୍ଚନା କରିବା ପରେ ହର ହର ମହାଦେବଙ୍କ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଆଖପାଖର ପରିବେଶ ।

ଜ୍ଞାନବ୍ୟାପୀରେ ହିନ୍ଦୁ ଦେବା ଦେବୀ ଥିବା ନେଇ ଦାବି ହୋଇ ଆସୁଥିଲା । ଏନେଇ ବାରଣାସୀ କୋର୍ଟରେ ମାମଲା ବି ଚାଲିଥିଲା । ଗତକାଲି ପୂଜାର୍ଚ୍ଚନା ପାଇଁ ଅନୁମତି ମିଳିଥିଲା ଆଉ ଆଜି ପୂଜାପାଠ ହୋଇଛି ।

 ୭ ଦିନ ମଧ୍ୟରେ ସମସ୍ତ ବ୍ୟବସ୍ଥା କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା। କାଶୀ ବିଶ୍ୱନାଥ ଟ୍ରଷ୍ଟ ବୋର୍ଡର ଜଣେ ପୂଜକଙ୍କ ଦ୍ୱାରା ପୂଜା ପାଇଁ ନିର୍ଦ୍ଦେଶ ରହିଥିବାବେଳେ ଆଗାମୀ ସାତ ଦିନ ମଧ୍ୟରେ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ହୋଇଥିଲା ।

ହେଲେ ଆଜି ୩୦ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି । ଭୋରରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା କରିବା ପରେ ବାରାଣସୀର ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିର ପାର୍ଶ୍ୱରେ ଥିବା ଜ୍ଞାନବ୍ୟାପୀ ମସଜିଦ୍ ଭିତରେ ହିନ୍ଦୁ ପକ୍ଷ ପୂଜା ଆରମ୍ଭ କରିଛନ୍ତି ।