ଆଜି ସିଇଓ ଭାବରେ କମ୍ପାନୀ ଚଳାଉଛନ୍ତି, ଦିନେ ପରିସ୍ଥିତି ଏମିତି ଥିଲା ଡେଲିଭରି ବୟ ଭାବରେ ଘରକୁ ଘର ବୁଲି ଡେଲିଭରି କରିବାକୁ ପଡ଼ୁଥିଲା ।
ଐତିହାସିକ ପଦ୍ମଜା ଦେଶାଇ ଏହି ପ୍ରତିମୂର୍ତ୍ତି ନେଇ ଗଣମାଧ୍ୟମକୁ କହିଛନ୍ତି ଯେ ଏହା ଏକାଦଶ ଶତାବ୍ଦୀର। କଲ୍ୟାଣ ଚାଲୁକ୍ୟ ରାଜବଂଶର ଶାସନ କାଳରେ ଏହା ନିର୍ମିତ ହୋଇଥିଲା।
ଆଜିକାଲି ପ୍ରାୟ ଶାଶୁ-ବୋହୂଙ୍କ ମଧ୍ୟରେ ଦୈନନ୍ଦିନ ଝଗଡା ଦେଖିବାକୁ ମିଳେ। ଅଧିକାଂଶ ସମୟରେ ଛୋଟ ଛୋଟ କଥାକୁ ନେଇ ଶାଶୁ ଏବଂ ବୋହୂ ମଧ୍ୟରେ ମତଭେଦ ସୃଷ୍ଟି ହୁଏ। ଏହା ଘରର ପରିବେଶକୁ ମଧ୍ୟ ନଷ୍ଟ କରିଦିଏ। ଏହି ସମ୍ପର୍କକୁ ଦୃଢ କରିବା ପାଇଁ ଜାଣନ୍ତୁ ୪ଟି ଟିପ୍ସ।
ସାମ୍ବିଧାନିକ ବ୍ୟବସ୍ଥାକୁ ଦୁର୍ବଳ କରିବା ବ୍ୟକ୍ତିଙ୍କ ପାଇଁ ଦିଲ୍ଲୀରୁ ରାଜ୍ୟକୁ ଚେତାବନୀ ଯିବା ଦରକାର ବୋଲି ଧର୍ମେନ୍ଦ୍ର କହିଥିଲେ। ତେବେ ଏହାକୁ ନେଇ ଗୃହରେ ଉପସ୍ଥିତ ଥିବା ବିଜେଡି ସାଂସଦ ସସ୍ମିତ ପାତ୍ର କଡ଼ା ପ୍ରତିକ୍ରିୟା ଦେଇଥିଲେ।
ରାଜଧାନୀ ଦିଲ୍ଲୀରେ ଲଜ୍ଜାଜନକ ଘଟଣା। ପୁରୁଷ ବନ୍ଧୁଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ଜଣେ ଯୁବତୀ।
ଅପରେସନ୍ ପରେ ମହିଳାଙ୍କୁ ଆରାମ କରିବାକୁ ଚଟାଣରେ ଶୁଆଇଥିଲେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ। ଜରି ପାଲ ପକାଇ ତା ଉପରେ ଶୁଆଇ ଦିଆଯାଇଥିଲା।
ବୀରମିତ୍ରପୁର ରାମପାଲରୁ ବାହାରିବେ ରାହୁଲ । ସିଧାସଳଖ ରାଉରକେଲାର ଉଦିତନଗର ଛକକୁ ଯାଇ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ସେଠାରୁ ପାନପୋଷ ଛକକୁ ପଦଯାତ୍ରା କରିବେ।
ମଜାହୀର କିଛି ଖାଦ୍ୟ ପୁଡ଼ିଆ ଧରି ନିଜ ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କର ପିଛା କରିଥିଲେ। ପରେ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ଫୋନ୍ ଛଡ଼ାଇ ନେଇଯାଇଛନ୍ତି। ଆକ୍ରମଣର କିଛି ସିସିଟିଭି ଭିଡିଓ ସାମ୍ନାକୁ ଆସିଛି।
ସିଏମସିରେ ପୁଣି ଦୁର୍ନୀତି ଗନ୍ଧ। କୁକୁର ବନ୍ଧ୍ୟାକରଣ ନାଁ ରେ ଚଳୁ ହୋଇଛି କି ଲକ୍ଷ ଲକ୍ଷ ଟଙ୍କା? ବନ୍ଧ୍ୟାକରଣ ବନ୍ଦ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ହୋଇଛି କି ଅବମାନନା? ନା ଏହାପଛରେ ହରିଲୁଟ୍ର ଗନ୍ଧ?
ଗତ ୨ ତାରିଖରେ ଏନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ, ଆଜି ଶପଥ ଗ୍ରହଣ କରିବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ।
ସର୍ବସମ୍ମୁଖରେ ଯୁବକଙ୍କୁ ପୋଲିସ ଅଧିକାରୀଙ୍କ ନିସ୍ତୁକ ମାଡ଼। ସିସିଟିଭିରେ କଏଦ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଘଟଣାଟି ପିପିଲି ଅଞ୍ଚଳର ଏବଂ ସୋମବାର ରାତିର ବୋଲି ଚର୍ଚ୍ଚା ହେଉଛି।
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୦୭ ତାରିଖ ବୁଧବାର ଚନ୍ଦ୍ର- ଧନୁ ଅହୋରାତ୍ର ତିଥି - ୧୨ଶୀ ଦିବା ୦୨.୦୨ ଗତେ ୧୩ଶୀ ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୨.୦୨ ପର୍ଯ୍ୟନ୍ତ
ଯଦି ଆପଣଙ୍କର ଖର୍ଚ୍ଚ କରିବାର ଅଭ୍ୟାସ ଅଛି ଏବଂ ଆପଣ ଆବଶ୍ୟକତା ବିନା କୌଣସି ସାମଗ୍ରୀ କିମ୍ବା ଅନ୍ୟ କୌଣସି ସର୍ଭିସ୍ କିଣିବାରେ ଅଭ୍ୟସ୍ତ, ତେବେ ଏହି ଅଭ୍ୟାସକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ ସାହାଯ୍ୟ କରିବାକୁ ଯାଉଛୁ। ଜାଣନ୍ତୁ ଏହିସବୁ ଟିପ୍ସ।
ଆପଣ ବି କ’ଣ ଚାପଗ୍ରସ୍ତ ଓ କ୍ଳାନ୍ତ ଅନୁଭବ କରୁଛନ୍ତି କି? ଆପଣ ଚାହୁଁଛନ୍ତି କି ଅଧିକ ସକରାତ୍ମକ ଏବଂ ଶକ୍ତିଶାଳୀ ଅନୁଭବ କରିବାକୁ? ଏଠାରେ ଆପଣଙ୍କ ପାଇଁ କିଛି ଉପାୟ ଦିଆଗଲା, ଏହାକୁ ପଢନ୍ତୁ ଆଉ ଗ୍ରହଣ କରନ୍ତୁ ଯାହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ।
୩୨ ରନ୍ ରେ ଚତୁର୍ଥ ୱିକେଟ ହରାଇଥିଲା ଭାରତ। ତଥାପି ୭ଟି ବଲ୍ ବାକି ଥାଇ ଟାର୍ଗେଟ ରନ୍ ହାସଲ କରି ଦେଇଛି ଟିମ୍ ଇଣ୍ଡିଆ।
ଅକ୍ଷରଭୂମିରେ ବି ବର୍ଣ୍ଣର ବିକୃତ ରୂପ । ଭଦ୍ରକରେ ଓଡ଼ିଆ ବରପୁତ୍ରଙ୍କ ତ୍ରୁଟିପୂର୍ଣ୍ଣ ନାଁ ଲେଖା ।
ଯୁବଗାଳ୍ପିକମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଦାନ କରାଯାଉଥିବା ‘ଜଗଦୀଶ ଯୁବ ସମ୍ମାନ’ ପାଇଁ ଚଳିତବର୍ଷ ଯୋଗ୍ୟା ବିବେଚିତ ହୋଇଛନ୍ତି କଥାକାର ପ୍ରଜ୍ଞାପ୍ରବର୍ତ୍ତିକା ଦାଶ।
ଆଶ୍ଚର୍ଯ୍ୟ ହେଲେ ବି ସତ; ବିରଳ ରେକର୍ଡ଼ କଲା ଗାଈ । ୨୪ ଘଣ୍ଟାରେ ଦେଲା ୭୨ ଲିଟର୍ କ୍ଷୀର ।
ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା । ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ।
କୁକୁଡ଼ା ମଡ଼କରୁ କ୍ଷତିରେ ଫାର୍ମ ମାଲିକ । ୨୦ ଦିନରେ ପଶୁ ଡାକ୍ତରଙ୍କ ଆନ୍ଦୋଳନ ।
ନିର୍ମାଣ ହେବାଦିନୁ କୋଠଘରେ ଝୁଲୁଛି ତାଲା । ସାଧାରଣରେ ତେଜୁଛି ଅସନ୍ତୋଷ ।
ବଦଳିଲା ଏନସିପି ରାଜନୈତିକ ସମୀକରଣ । ଶରଦ ପାୱାରଙ୍କୁ ବଡ଼ ଝଟକା ଦେଇଛନ୍ତି ନିର୍ବାଚନ କମିଶନ ।
ଇସାରା ଇସାରାରେ ପ୍ରେମ... ଠରାଠରିରେ ଭଲ ପାଇବା । ଆଉ ତାପରେ ପ୍ରେମ ନେଇଛି ବିବାହର ରୂପ । ଜଣେ ଦିବ୍ୟାଙ୍ଗଙ୍କ ହାତ ଧରିଛନ୍ତି ଇଂଜିନିୟର ପ୍ରେମିକ । ମଥାରେ ସିନ୍ଦୁର ଦେଇ, ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥୀ କରିଛନ୍ତି ।
କଥାରେ ଅଛି ମାଘ ମାସରେ ବାଘ ଭଳି ଶୀତ । କିନ୍ତୁ ଚଳିତ ମାଘରେ ଶୀତ କଥା ଛାଡନ୍ତୁ, ଏବେଠାରୁ ଗରମ ଅନୁଭୂତ ହେଲାଣି । ହଠାତ୍ ଖରା, ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି ।