• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରର ସିଦ୍ଧ ବଳଦେବଜିଉ ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ଉଦ୍ଦେଶ୍ୟରେ ଏଠାରେ ୨୦୧୬ ମସିହାରେ ବଳଦେବଜିଉ ପାର୍କ ସ୍ଥାପନ କରାଯାଇଥିଲା। ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏକ ଆଧ୍ୟାତ୍ମିକ ଉଦ୍ୟାନ ଓ ବହୁମୁଖୀ କୋଠଘର ୨୦୨୧ ମସିହା ଡିସେମ୍ବର ୧୫ରେ ଲୋକାର୍ପଣ କରାଯାଇଥିଲା।

ହେଲେ ଏବେ ସେହି ପାର୍କର ଅବସ୍ଥା ନକହିବା ଭଲ । ଚାରିଆଡ ଅନାବନା ଗଛଲତାରେ ପୂର୍ଣ୍ଣ ତ କେଉଁଠି ଲାଇଟ୍ ଭାଙ୍ଗିଗଲାଣି । ପାଦଚଲା ରାସ୍ତା ଘାସ ପଡ଼ିଆରେ ପରିଣତ ହୋଇଛି । ଏପରିକି ଏକ କୋଟି ବ୍ୟୟ ଅଟକଳରେ ନିର୍ମିତ ବହୁମୁଖୀ କୋଠଘରଟି ନିର୍ମାଣ ହେବା ଦିନୁ ତାଲା ଝୁଲୁଥିବା ଅଭିଯୋଗ ହୋଇଛି।

ସେହିପରି ବଳଦେବଜିଉଙ୍କ ମନ୍ଦିର ପାଖକୁ ଲାଗି ରହିଛି ଦୁଇ ଏକର ପରିମିତି ଚନ୍ଦନ ପୋଖରୀ । ଯାହାକି ବର୍ତ୍ତମାନ ନିଜ ନାମକୁ ଆଉ ସାର୍ଥକ କରୁନି। ବରଂ ପୂତ୍ତିଗନ୍ଧମୟ ପୋଖରୀରେ ପରିଣତ ହୋଇଛି । ପୂର୍ବରୁ ସ୍ଥାନୀୟ ଲୋକଙ୍କ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ କାମରେ ଲାଗୁଥିଲା । ହେଲେ ଏବେ ଆବର୍ଜନାରେ ପରିପୂର୍ଣ୍ଣ। ପୋଖରୀର ଉନ୍ନତିକରଣ ପାଇଁ ମଧ୍ୟ ଅର୍ଥ ମଂଜୁର ହୋଇଥିବାବେଳେ ସ୍ଥିତି ବଦଳିନି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏନେଇ ଉପଜିଲ୍ଲାପାଳ କହିଛନ୍ତି, ପୂର୍ତ୍ତ ବିଭାଗକୁ ଏନେଇ ଅବଗତ କରାଯାଇଛି। ଖୁବ୍ ଶୀଘ୍ର କାମ ହେବ।

 

  • Reported by:
  • MANOJ SWAIN